କେନ୍ଦୁଝର,୦୩/୦୩: କେନ୍ଦୁଝର ଜିଲ୍ଲା ଅଦାଲତକୁ ବୋମା ଧମକ । ଅଦାଲତକୁ ବୋମାଦ୍ୱାରା ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ମେଲ୍। ଏନେଇ ଅଦାଲତ ପକ୍ଷରୁ ଟାଉନ ପୁଲିସକୁ ଅବଗତ ପରେ ଅଦାଲତରେ ଯାଞ୍ଚ କରାଯାଉଛି ।
ଆହୁରି ପଢନ୍ତୁ - ବିଗୁଡୁଛି ଖଣ୍ଡଗିରି ପାଦଦେଶ ସୌନ୍ଦର୍ଯ୍ୟ: ଫୁଲ କୁଣ୍ଡ ଭାଙ୍ଗିପଡିଛି, ଗଛରେ ପାଣି ଦିଆଯାଉନି
ସୂଚନା ଅନୁଯାୟୀ, କୋର୍ଟ ମେଲରେ ଏକ ଅଜଣା ଆଇଡିରୁ ମଙ୍ଗଳବାର ମେଲ୍ ଆସିଥିଲା। ହୋଲି ପାଇଁ ଅଦାଲତ ଛୁଟିଥିଲେ ମଧ୍ୟ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସର ବୋମା ସ୍କ୍ୱାର୍ଡ଼ ଟିମ୍, ସନ୍ଧାନୀ କୁକୁର ଅଦାଲତର ବିଚାରପତିଙ୍କ ପ୍ରକୋଷ୍ଠ ସହିତ କୋର୍ଟ ରୁମ୍ ଏବଂ କର୍ମଚାରୀଙ୍କ ପ୍ରକୋଷ୍ଠରେ ଯାଞ୍ଚ ଚଳାଇଛନ୍ତି। ଜିଲ୍ଲା ପୁଲିସର ବୋମା ନିଷ୍କ୍ରିୟକାରୀ ଦଳ ଘଟଣାର ଅନୁସନ୍ଧାନ ଚଳାଇଛନ୍ତି ।