ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା

Published By : Prameya | October 24, 2024 11:20 AM

ମୁମ୍ବାଇ,୨୪/୧୦: ଭାରତର ଉଦୀୟମାନ ପେସ୍‌ ବୋଲିଂ  ଅଲ୍‌ରାଉଣ୍ଡର ନିତିଶ କୁମାର ରେଡ୍ଡୀଙ୍କୁ  ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାତୀୟ ଦଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ନିତିଶ ସମ୍ପ୍ରତି  ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ  ଖେଳୁଥିବା ଭାରତୀୟ ଦଳର ରିଜର୍ଭ  ଖେଳାଳି ଭାବେ ରହିଛନ୍ତି ।  

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଖୁବ୍‌ ଶୀଘ୍ର ଦଳ ଘୋଷଣା କରାଯିବ । ଦଳରେ  ପେସ୍‌ ବୋଲିଂ ଅଲ୍‌ରାଉଣ୍ଡରଙ୍କୁ ସ୍ଥାନ  ଦେବାକୁ ଚୟନ କମିଟି ଚିନ୍ତା କରୁଛି ।  ଭାରତର ଏକ ମାତ୍ର ପେସ୍‌ ବୋଲିଂ  ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ  କ୍ରିକେଟ୍‌ ପ୍ରତି ଆଗ୍ରହୀ ନଥିବା ପୂର୍ବରୁ  ସ୍ପଷ୍ଟ ହୋଇ ସାରିଛି । ତେଣୁ ନିତିଶ  ଏକମାତ୍ର ପେସ ବୋଲିଂ ଅଲରାଉଣ୍ଡର  ଭାବେ ଉଭା ହୋଇଛନ୍ତି । ନିକଟରେ ସେ  ବାଂଲାଦେଶ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ  ଖେଳି ଚମତ୍କାର ପ୍ରଦର୍ଶନ କରିଥିଲେ । 

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ  ଭାରତ ଏ’ ଦଳରେ ନିତିଶଙ୍କୁ ସ୍ଥାନ  ମିଳି ସାରିଛି । ଭାରତ ଏ’ ସେଠାରେ  ୨ଟି ଅନଫିସିଆଲ ଟେଷ୍ଟ ଖେଳିବ ।  ଏହି ସିରିଜ ୨୧ ବର୍ଷିୟ ନିତିଶଙ୍କ  ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।  ଉକ୍ତ ସିରିଜରେ ସେ ଉନ୍ନତ ପ୍ରଦର୍ଶନ  କଲେ ସିନିୟର ଦଳରେ ସ୍ଥାନ ହାସଲ  କରିପାରିବେ । ନଭେମ୍ବର ୧୦ ତାରିଖରେ  ଭାରତୀୟ ଦଳ ବର୍ଡର-ଗାଭାସ୍କର  ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାତ୍ରା  କରିବାର କାର୍ଯ୍ୟକ୍ରମ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.