ଓ୍ବାଶିଂଟନ୍, ୨୧।୧୦: ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ହ୍ବାଇଟ ହାଉସ୍‌ରେ ବୁଲଡୋଜର ଆକ୍ସନ। ଏଭଳି ଆକ୍ସନ ନେଇଛନ୍ତି ଖୋଦ୍ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ। ସୋମବାର ହ୍ବାଇଟ ହାଉସର ଇଷ୍ଟ ଓ୍ବିଙ୍ଗର ଏଣ୍ଟ୍ରି ରୁଟ୍ ଓ ଝରକାର ବହୁ ଅଂଶକୁ ଭଙ୍ଗା ଯାଇଛି। କାରଣ ସେଠାରେ ଏବେ ତିଆରି ହେବ ନୂଆ ବଲରୁମ୍। ଟ୍ରମ୍ପ କହିଛନ୍ତି, ଏହି ଅଂଶକୁ ସମ୍ପୂର୍ଣ୍ଣ ଆଧୁନିକ ଢଙ୍ଗରେ ତିଆରି କରାଯିବ। ଏହି ବଲରୁମ୍‌ରେ ୬୫୦ ଲୋକ ବସିପାରିବେ।  ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ଅର୍ଥାତ, ଜାନୁଆରୀ ୨୦୨୯ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିଯିବ।

us​​​​​​​

୧୦୦ ବର୍ଷରେ ପ୍ରଥମ ଥର ଯେତେବେଳେ ହ୍ବାଇଟ୍ ହାଉସ୍‌ରେ ଏତେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ହ୍ବାଇଟ ହାଉସ୍‌ରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ଏହାକୁ ନ୍ୟାସନାଲ କ୍ୟାପିଟାଲ ପ୍ଲାନିଂ କମିଶନ୍ (ଏନ୍‌ସିପିସି)ର ମଞ୍ଜୁରୀ ଏବେ ବି ମିଳିନି। ଏହି କମିଶନ୍ ଓ୍ବାଶିଂଟନରେ ସରକାରୀ  ଭବନକୁ ନିର୍ମାଣ ଓ ନବୀକରଣର ମଞ୍ଜୁରୀ ଦେଇଥାଏ।

ଇଷ୍ଟ ଓ୍ବିଙ୍ଗରେ ବହୁ ଅଫିସ ରହିଛି, ଯେଉଁଥିରେ ଫାଷ୍ଟ ଲେଡି ଅଫିସ ମଧ୍ୟ ରହିଛି। ଏହାକୁ ୧୯୦୨ରେ ତିଆରି କରାଯାଇଥିଲା। ଜୁଲାଇରେ ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟରୀ କେରୋଲିନା ଲିଭିଟ୍ କହିଥିଲେ, ନିର୍ମାଣ ବେଳେ କାର୍ଯ୍ୟାଳୟ ଅସ୍ଥାୟୀ ଭାବରେ ସ୍ଥାନାନ୍ତରିତ କରାଯିବ ଓ ଇଷ୍ଟ ଓ୍ବିଙ୍ଗର ନବୀକରଣ କରାଯିବ। ଟ୍ରମ୍ପଙ୍କ କହିବା ଅନୁସାରେ,୯୦ ହଜାର ବର୍ଗଫୁଟ୍‌ର ବଲରୁମ୍‌ ଏଥିପାଇଁ ତିଆରି କରାଯାଉଛି, କାରଣ ଇଷ୍ଟ ରୁମ୍, ଯାହାକି ହ୍ବାଇଟ୍ ହାଉସର ସବୁଠାରୁ ବଡ଼ ରୁମ୍,୨୦୦ ଲୋକଙ୍କ ବସିବା ପାଇଁ ବି ଛୋଟ ପଡୁଛି। ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଓ୍ବାଲରୁମ୍ ତିଆରି କରିବାକୁ ସରକାରୀ ଟଙ୍କା ଖର୍ଚ୍ଚ କରାଯିବନି। ବ୍ୟକ୍ତିଗତ ଦାନରେ ଏକ ଫଣ୍ଡ ତିଆରି କରାଯାଇ ଏହାକୁ ଅତିଥିଙ୍କ ପାଇଁ ତିଆରି କରାଯିବ। ଏଥିରେ ପ୍ରାୟ ୧୬୪୪ କୋଟି ଟଙ୍କା ଖ