ନୂଆଦିଲ୍ଲୀ,୧୪।୧୧: ସାରା ଦେଶରେ ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବଢିଛି କ୍ରେଜ। କିନ୍ତୁ ସେପେଟ ୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଫଳାଫଳ ଆସିଛି। ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘାଟଶିଳା, ପଞ୍ଜାବର ତର୍ଣ୍ଣତାରନ, ତେଲେଙ୍ଗାନାର ଜୁବଲି ହିଲ୍ସ, ମିଜୋରାମର ଡମ୍ପା, ଓଡ଼ିଶାର ନୂଆପଡ଼ା, ଜମ୍ମୁ- କାଶ୍ମୀରର ବଡଗାମ ଏବଂ ନାଗ୍ରୋଟା ରହିଛି। ମିଜୋରାମରେ ଡମ୍ପା ଆସନରୁ ଜିତିଛନ୍ତି ମିଜୋ ନ୍ୟାସନାଲ ଫ୍ରଣ୍ଟ ବା MNF ର ଡକ୍ଟର ଆର ଲାଲଥାଙ୍ଗଲିୟାନ। ଜାମ୍ମୁ-କଶ୍ମୀରର ନାଗରୋଟାରୁ ଜିତିଛନ୍ତି ବିଜେପି ପ୍ରାର୍ଥୀ ଦେବଯାନୀ ରାଣା । ସେଭଳି ରାଜସ୍ଥାନର ଅନ୍ତାରୁ କଂଗ୍ରେସର ପ୍ରମୋଦ ଜୈନ ଭାୟା ବିଜୟୀ ହୋଇଛନ୍ତି। ସେ ବିଜେପିର ମୋରପାଲ ସୁମନଙ୍କୁ ୧୫,୫୯୪ ଭୋଟରେ ପରାସ୍ତ କରିଛନ୍ତି।
ଅନ୍ୟପକ୍ଷେ ଝାଡଖଣ୍ଡର ଘାଟଶିଳାରେ ଜେଏମ୍ଏମ୍ ପ୍ରାର୍ଥୀ ସୋମେସ ଚନ୍ଦ୍ର ସୋରେନ୍ ଆଗରେ ଅଛନ୍ତି। ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ବାବୁଲାଲ ସୋରେନ୍ ପଛରେ ଅଛନ୍ତି। ପଞ୍ଜାବର ତର୍ଣ୍ଣତାରନରେ ଆପ୍ ପ୍ରାର୍ଥୀ ହରମିତ ସିଂହ ସିଦ୍ଧୁ ଜିତିଛନ୍ତି, ଜମ୍ମୁ-କଶ୍ମୀରର ବଡ଼ଗାମ୍ରେ ମେହବୁବା ମୁଫତିଙ୍କ ଦଳ ପିଡିପିରୁ ଜିତିଛନ୍ତି ଆଗା ସେୟାର ମୁଜାହିଜର ମେହେଦି। ସେଭଳି ତେଲେଙ୍ଗାନାର ଜୁବଲି ହିଲ୍ସରେ କଂଗ୍ରେସର ନବୀନ ଯାଦବ ଜିତିଛନ୍ତି। ଅନ୍ୟପକ୍ଷେ ଓଡିଶାର ନୂଆପଡାରେ ବିଜେପିର ବଡ଼ ବିଜୟ। ୮୪ ହଜାର ଭୋଟରେ ଜତିଛନ୍ତି ବିଜେପିର ଜୟ ଢୋଲକି