ଭୁବନେଶ୍ୱର ୨୧/୧୧: ପାନ ମଧୁରୀ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରକାରର ଫାଇଦା ଦେଇଥାଏ । କିନ୍ତୁ ଏହାକୁ ପିଇବା ଦ୍ୱାରା କିଡ୍‌ନୀ ଷ୍ଟୋନ୍ ସମସ୍ୟା ଉପୁଜିପାରେ କି? କିଡ୍‌ନୀ ଷ୍ଟୋନ୍ ଥିଲେ ପାନମଧୁରୀ ପାଣି ପିଇପାରିବେ କି? ଚାଲନ୍ତୁ ଜାଣିବା ଏ ବିଷୟରେ ବିଶେଷଜ୍ଞଙ୍କଠାରୁ ।

ଔଷଧୀୟ ଗୁଣରେ ଭରା ପାନମଧୁରୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ସହ ଆଣ୍ଟି- ଅକ୍ସିଡାଣ୍ଟ, ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ଫଙ୍ଗାଲ ଓ ଆଣ୍ଟି ଭାଇରାଲ ଗୁଣ ମଧ୍ୟ ରହିଥାଏ ।କିଡ୍‌ନୀ ଷ୍ଟୋନ୍ ସମସ୍ୟା ଥିଲେ ଏହାକୁ ପିଇବା କେତେଦୂର ଉଚିତ୍? ଏହି ସମସ୍ୟା ହେଲେ ବ୍ୟକ୍ତିର ପେଟ, ପିଠି ଓ ବାହୁର ନିମ୍ନ ଭାଗରେ ଯନ୍ତ୍ରଣା ହେବା ସହ, ପରିସ୍ରା କରିବା ସମୟରେ ଯନ୍ତ୍ରଣା ହେବା, ବାରମ୍ବାର ପରିସ୍ରା ଲାଗିବା, ଜ୍ୱଳନ ହେବା, ବାନ୍ତି ହେବା, ପରିସ୍ରାରେ ରକ୍ତ ପଡିବା ଓ ପରିସ୍ରା ଗନ୍ଧ ହେବା ପରି ସମସ୍ୟା ଆସିଥାଏ । ଡାଏଟିସିଆନ୍ ତଥା ନ୍ୟୁଟ୍ରିସନିଷ୍ଟ ଅର୍ଚ୍ଚନା ଜୈନଙ୍କ ଠାରୁ ଚାଲନ୍ତୁ ଜାଣିବା ଏପରି ସମସ୍ୟା ଥିବା ବେଳେ ପାନମଧୁରୀ ବ୍ୟକ୍ତି ପାଇଁ କେତେ ନିରାପଦ?

କିଡ୍‌ନୀ ଷ୍ଟୋନ୍ ଥିଲେ ପାନମଧୁରୀ ପାଣି ପିଇପାରିବେ କି?

ଡାଏଟିସିଆନଙ୍କ ମତରେ ଏହି ସମୟରେ ପାନମଧୁରୀ ପାଣି ପିଇପାରିବେ କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ । ତାହା ପୁଣି ସୀମିତ ମାତ୍ରାରେ ।

ଡାୟୁରେଟିକ୍ :

ପାନମଧୁରୀ ପାଣିରେ ହାଲକା ଡାୟୁରୋଟିକ୍ସ ଗୁଣ ରହିଥାଏ । ତେଣୁ ଏହି ପାଣି ପିଇବା ଦ୍ୱାରା ପରିସ୍ରାର ମାତ୍ରା ବଢିଥାଏ । ଫଳରେ କିଡ୍‌ନୀକୁ ସଫା କରିବା ସହ ୟୁରିନାରୀ ଟ୍ରାକ୍ ଜରିଆରେ ବିଷାକ୍ତ ପଦାର୍ଥ ବାହାରକୁ ବାହାରିବାରେ ସହଯୋଗ ମିଳିଥାଏ । ଯାହାଦ୍ୱାରା କିଡ୍‌ନୀ ଷ୍ଟୋନ୍ ସମସ୍ୟା କମ୍ ହୋଇଥାଏ ।

ଆଣ୍ଟି ଅକ୍ସିଡାଣ୍ଟ :

ପାନମଧୁରୀ ପାଣିରେ ବହୁ ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ । ଏହାକୁ ପିଇବା ଦ୍ୱାରା କିଡ୍‌ନୀର କୋଷିକାଗୁଡିକ କ୍ଷତିଗ୍ରସ୍ତ ହୋଇନଥାନ୍ତି । ବରଂ କିଡ୍‌ନୀ ସୁସ୍ଥ ରହିବାରେ ସହଯୋଗ ମିଳିଥାଏ ।

ଆଣ୍ଟି-ଇନଫ୍ଲାମେଟୋରୀ :

ପାନମଧୁରୀ ପାଣିରେ ବହୁ ମାତ୍ରାର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଏହାକୁ ପିଇବା ଦ୍ୱାରା ଶରୀରରେ ପ୍ରଦାହ କମ୍ ହେବା ସହ କିଡ୍‌ନୀ କୋଷିକା ନଷ୍ଟ ହେବାର ଆଶଙ୍କା କମ୍ ରହିଥାଏ ।

କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ କ'ଣ କରିବେ?

ଅର୍ଚ୍ଚନାଙ୍କ ଅନୁସାରେ କିଡ୍ନୀକୁ ସୁସ୍ଥ ରଖିବା ପାଇଁ ପାନମଧୁରୀ ପାଣି ସ୍ୱାସ୍ଥ୍ୟପ୍ରଦ ହୋଇପାରେ । ଏହାବ୍ୟତୀତ ନିମ୍ନ କେତୋଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଯେପରିକି

- ଡାକ୍ତରଙ୍କ ପରାମର୍ଶ ନେବା ସହ ନିୟମିତ ଭାବେ ପର୍ଯ୍ୟାପ୍ତ ମାତ୍ରାର ପାଣି ପିଇବା ଜରୁରି । ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ପ୍ରାକୃତିକ ଭାବେ ବାହାରକୁ ବାହାରିଯାଇଥାଏ ।

- ଶରୀରକୁ ସବୁବେଳେ ସକ୍ରିୟ ରଖିବାକୁ ପ୍ରୟାସ କରନ୍ତୁ । ଫଳରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ତୀବ୍ର ହୋଇଥାଏ । ଏପରି ହେବା ଦ୍ୱାରା କିଡ୍‌ନୀ ସମସ୍ୟାର ଆଶଙ୍କା ଧୀରେ ଧୀରେ କମିଚାଲେ ।

- କିଡ୍‌ନୀ ସମସ୍ୟା ହୋଇଥିଲେ କିମ୍ବା ଏହି ସମସ୍ୟା ହେବାରୁ ରକ୍ଷା ପାଇବା ପାଇଁ ଅଧିକ ଲୁଣ, ଚିନି ଏବଂ ପ୍ରୋସେସଡ୍ ଫୁଟଠାରୁ ଦୂରତା ବଜାୟ ରଖିବା ଜରୁରି । ଏହାବ୍ୟତୀତ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ସାଙ୍ଗକୁ ପନିପରିବାକୁ ଡାଏଟରେ ସାମିଲ୍ କରିବା ଉଚିତ୍ ।

- କିଡ୍‌ନୀକୁ ସୁସ୍ଥ ରଖିବା ପାଇ ଏହା ସହ ଜଡିତ ସମସ୍ୟା ଯେପରିକି ରକ୍ତରେ ଶର୍କରା ସ୍ତର ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ । ସେହିପରି ଧୂମପାନ ଓ ଆଲକହଲ୍ ଠାରୁ ଦୂରେଇ ରହିବା ଉଚିତ୍ ।