ନୂଆଦିଲ୍ଲୀ,୧୩/୦୫: ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦ୍ୱାଦଶ ଓ ଦଶମ ଶ୍ରେଣୀ ରେଜଲ୍ଟ ବାହାରିଛି । ଦ୍ୱାଦଶ ପାସ୍ ହାର ୮୮. ୩୯  ପ୍ରତିଶତ ରହିଛି । ଗତ ବର୍ଷ ତୁଳନାରେ ୦.୧୪% ବୃଦ୍ଧି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଛି । ଦେଶରେ ଛାତ୍ରୀଙ୍କ ପାସ୍‌ହାର ୯୧.୬୪% ରହିଛି । ଛାତ୍ରଙ୍କ ପାସ୍‌ହାର ୮୫.୭୦ ପ୍ରତିଶତ ରହିଛି । www.cbseresults.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ଡିଜି ଲକର ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ ଛାତ୍ରୀଛାତ୍ରୀ । ଅପରାହ୍ନରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ବାହାରିବ ।

ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପ୍ରାୟ ୧୭,୦୪,୩୬୭ ଛାତ୍ରାଛାତ୍ରୀ ରେଜିଷ୍ଟ୍ରେସେନ କରିଥିଲେ । ୧୬,୯୨,୭୯୪ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୪,୯୬ ୩୦୭ ପାସ୍ କରିଛନ୍ତି । ୧୯,୨୯୯ ସ୍କୁଲରେ ପରୀକ୍ଷା ହୋଇଥିଲା । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ପାସ୍‌ହାର ଅଧିକ ରହିଛି । ଗତବର୍ଷ ଦ୍ୱାଦଶରେ ପାସ୍‌ହାର ୮୭.୯୮ ପ୍ରତିଶତ ରହିଥିଲା । ସିବିଏସ୍‌ଇ  ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୪ରେ ଶେଷ ହୋଇଥିଲା । 

ପ୍ରଥମେ ଦ୍ୱାଦଶ ଓ ପରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଦଶମରେ ପାସ୍‌ହାର ୯୩.୬୦% ରହିଛି । ପୂର୍ବବର୍ଷ ତୁଳନାରେ ପାସ୍‌ହାର ୦.୦୬ ପ୍ରତିଶତ ଅଧିକ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ । ବିଜୟୱାଡାରେ ପାସ୍‌ହାର ୯୯.୭୯ ଓ ବେଙ୍ଗାଲୁରୁରେ ୯୮.୯୦ ପ୍ରତିଶତ ରହିଛି ।

ସୂଚନାଯୋଗ୍ୟ, ଅପରାହ୍ନରେ ସିବିଏସ୍‌ଇ ଦଶମ ପରୀକ୍ଷା ପଳ ବାହାରିବ । ଗତ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧ ଯାଏ ଦଶମ ପରୀକ୍ଷା ହୋଇଥିଲା । ଚଳିତବର୍ଷ ସାରା ଦେଶରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୪୪ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି ।  ୱେବ୍‌ସାଇଟ୍‌ www.cbseresults.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ପିଲାମାନେ ସେମାନଙ୍କର ରୋଲ୍‌ ନମ୍ବର, ଜନ୍ମ ତାରିଖ ପ୍ରଦାନ କରି ରେଜଲ୍ଟ ଦେଖିପାରିବେ । ମାର୍କସିଟ୍ ଡାଉନଲୋଡ଼ ମଧ୍ୟ କରିପାରିବେ ।

କେମିତି ଦେଖିବେ ରେଜଲ୍ଟ-

.ସିବିଏସ୍‌ଇ ୱେବସାଇଟ୍ cbseresults.nic.inକୁ ଯାଆନ୍ତୁ

. ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ ୨୦୨୫ରେ କ୍ଲିକ କରନ୍ତୁ

. ଏବେ ରୋଲ ନମ୍ବର ସହିତ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ

. ମାର୍କସିଟ ଆପଣଙ୍କ ସ୍କ୍ରିନ୍‌ରେ ଆସିବ

. ରେଜଲ୍ଟ ଚେକ୍‌ କରି ଡ଼ାଉନଲୋଡ କରିବେ