ନୂଆଦିଲ୍ଲୀ : ଆପଲ୍‌ର ଡିଭାଇସ ୟୁଜ୍ କରୁଥିବା ୟୁଜର୍ସଙ୍କ ପାଇଁ ସରକାର ହାଇ ରିସ୍କ ୱାର୍ଣ୍ଣିଂ ଜାରି କରିଛନ୍ତି। ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍‌ (CERT-In) କହିଛି ଯେ, ଆଇଫୋନ୍‌ସ, ଆଇପ୍ୟାଡ୍ସ , ମ୍ୟାକବୁକ୍‌ ଓ ସଫାରୀ ବ୍ରାଉଜରର ୟୁଜର ସାଇବର କ୍ରିମିନଲ୍ସର ଟାର୍ଗେଟ୍‌ରେ ଅଛନ୍ତି। ୭ ନଭେମ୍ୱରରେ ଜାରି କରାଯାଇ ଥିବା ହାଇ ରିସ୍କ ୱାର୍ଣ୍ଣିଂରେ ୟୁଜରଙ୍କ ପରାମର୍ଶ ଦିଆ ଯାଇଛି ଯେ, ସେମାନେ ନିଜର ଆପଲ ଡିଭାଇସ୍‌ ଗୁଡ଼ିକୁ ଅପଡେଟ୍‌ ରଖନ୍ତୁ।

 CERT-In   କହିଛି ଯେ , iOS, iPadOS,macOS,tvOS,watchOS,visionOS  ଓ ସଫାରୀର  ଅନେକ ଭର୍ସନରେ ବିପଦ ଥିବା ଜଣାପଡ଼ିଛି। ଏହିସବୁ ମାଧ୍ୟମରେ ସାଇବର କ୍ରିମିନଲ ଆପଲ ପ୍ରଡକ୍ସକୁ ୟୁଜ କରୁଥିବା ଇଣ୍ଡିଭିଜୁଆଲ୍ସ ଓ ଅର୍ଗାନାଇଜେନ୍ସକୁ ବଡ଼ କ୍ଷତି ପହଞ୍ଚି ପାରେ। ଏଥିରେ ଡିଭାଇସ୍ରେ ଥିବା ଡାଟା ଚୋରୀ ଓ ଡେନିଆଲ ଅଫ୍‌ ସର୍ଭିସ ମଧ୍ୟ ସାମିଲ ଅଛି। 

CERT-In  ନିଜର ଅଫିସିଆଲି ୱେବସାଇଟ୍‌ରେ ଏହି ବିପଦରେ ପ୍ରଭାବିତ ଓଏସର ସୂଚନା ଦେଇଛି। ଏହି ତାଲିକାକୁ ଏଠାରେ ଦେଖନ୍ତୁ  -

୧- ୧୮.୧ ର ପୂର୍ବର ଭର୍ସନର ଥିବା ଆପଲ୍‌ ଆଇଓଏସ ଓ ଆଇପ୍ୟାଡ୍‌ଓଏସ

୨-୧୭.୭.୧ର ପୂର୍ବର ଭର୍ସନ ଥିବା ଆପଲ୍‌ ଆଇଓଏସ ଓ ଆଇପ୍ୟାଡ୍‌ଓଏସ

୩-୧୫.୧ ର ପୂର୍ବର ଭର୍ସନ ଥିବା ଆପଲ ମ୍ୟାକ୍‌ଓଏସ ସେକ୍ୟୁଆ

୪-୧୪.୭.୧ର ପୂର୍ବର ଭର୍ସନ  ଥିବା ମ୍ୟାକଓଏସ ସୋନୋମା

୫-୧୩.୭.୧ ର ପୂର୍ବର ଭର୍ସନ ଥିବା ମ୍ୟାକଓଏସ ଭେନଚରା

୬-୧୧.୧ ର ପୂର୍ବର ଭର୍ସନ ଥିବା ୱାଚ୍ଓଏସ୍

୭- ୧୮.୧ ର ପୂର୍ବର ଭର୍ସନ ଥିଲା ଟିଭିଓଏସ୍‌

୮-୨.୧ ର ପୂର୍ବର ଭର୍ସନ ଥିବା ଆପଲ ଭିଜନଓଏସ

୯-୧୮.୧ ର ପୂର୍ବର ଭର୍ସନ ଥିବା ଆପଲ ସଫାରି 

ଏହି ଭଲନରବିଲିଟି ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ୟୁଜର୍ସଙ୍କୁ ନିଜ ଡିଭାଇସକୁ ଲାଟେଷ୍ଟ ଓଏସ୍‌ରେ ଅପଡେଟେଡ୍‌ ରଖିବାକୁ ହେବ। ଆପଲ୍‌ ସମୟ ସମୟରେ ନିଜ ଡିଭାଇସେସ୍‌ ପାଇଁ ଲାଟେଷ୍ଟ ଅପଡେଟ୍‌ ରୋଲଆଉଟ୍‌ କରିଥାଏ । ଆପଣ ଏହା ଉପରେ ନଜର ରଖନ୍ତୁ ଏବ ନିଜର ଡିଭାଇସରେ ନୂଆ ଅପଡେଟ୍‌ ଇନଷ୍ଟାଲ କରିବାରେ କେବେ ବି ବିଳମ୍ୱ କରନ୍ତୁ ନାହିଁ।