ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଆପଣ ବି ଅତ୍ୟଧିକ ଚା' ପିଉଛନ୍ତି କି ? ସାବଧାନ ! ହୋଇପାରେ ଏହି ସମସ୍ୟା...

Published By : Anindita Ratha | July 25, 2025 11:33 AM

କେତେକଙ୍କ ପାଇଁ ଚା' ଥକ୍କାପଣକୁ ଦୂରେଇବାର ଏକ ଜରିଆ, ତ ଆଉ କେତେକଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ଅଭ୍ୟାସ ଅଟେ । ଚା' ବିନା ସକାଳଟା ଫିକା ଫିକା ଲାଗେ । କେତେକ ଲୋକ ବ୍ଲାକ କିମ୍ବା ଗ୍ରୀନ୍ ଟି' ପାଇବାକୁ ପସନ୍ଦ କରିଥାନ୍ତି । ହେଲେ ଚା' ପତ୍ରରେ ଏପରି କିଛି ତତ୍ତ୍ୱ ରହିଛି ଯାହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସହିତ କ୍ୟାଫିନ, ଟ୍ୟାନିନ ଓ ମାଇକ୍ରୋ ମିନେରାଲ୍ସ ରହିଥାଏ । ଏହାକୁ ଅତ୍ୟଧିକ ମାତ୍ରାରେ ସେବନ କରିଲେ ଏହା ଶରୀର ପ୍ରତି ହାନିକାରକ ହୋଇଥାଏ । 

ଯେପରିକି ଚା' ପତ୍ରରେ ଟ୍ୟାନିନ ନାମକ ଏକ ଯୌଗିକ ଥାଏ । ଚା'ର ସ୍ବାଦ ଏହି ପଦାର୍ଥ ପାଇଁ କଷାଳିଆ ହୋଇଥାଏ । ଏହା ଶରୀରରେ ଆଇରନ ସଂଶ୍ଲେଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଯଦି ଆପଣ ଖାଦ୍ୟ ସହିତ ଚା' ର ସେବନ କରୁଥାନ୍ତି, ତେବେ ଏପରି କରିବାରୁ ବର୍ତ୍ତିବା ଉତ୍ତମ । ସେହିପରି ପ୍ରତି କପ ବ୍ଲାକ ଚା'ରେ ୪୦-୬୦ମିଲିଗ୍ରାମ କ୍ୟାଫିନ ରହିଥାଏ । ଷ୍ଟ୍ରଙ୍ଗ ଗ୍ରୀନ୍ ଚା'ରେ ମଧ୍ୟ ଏହି ପାଖାପାଖି କ୍ୟାଫିନର ମାତ୍ରା ରହିଥାଏ । ଯଦି ଆପଣ ଦୈନିକ ୪୦୦ ମିଲିଗ୍ରାମରୁ ଅଧିକ କ୍ୟାଫିନର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ହୃତସ୍ପନ୍ଦନକୁ ବଢାଇଥାଏ । ଏହା ସହିତ ହାତ ଥରିବା ଓ ନିଦ୍ରା ସଠିକ୍ ଭାବେ ନହେବା ଆଦି ଲକ୍ଷଣ ଦେଖା ଦେଇଥାଏ । 

ଅତ୍ୟଧିକ ଚା' ପିଇବା ଦ୍ବାରା ପାଚନ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦେଖା ଦେଇଥାଏ । ଯାହା ଫଳରେ ଛାତିରେ ଜଳା ପୋଡା ଦେଖା ଦେଇଥାଏ । ଚା' ରେ ଥିବା କ୍ୟାଫିନ ଓ ଟ୍ୟାନିନ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଯାହା ଦ୍ବାରା ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ । ସେହିପରି ଚା'ରେ ଉପସ୍ଥିତ କ୍ୟାଫିନ ମସ୍ତିଷ୍କରେ ଥିବା ଏଡିନୋସାଇନ ରିସେପ୍ଟରସଙ୍କୁ ବନ୍ଦ କରିଦିଏ । ଏହା ଦ୍ବାରା ଶରୀର ଏକ ଢାଞ୍ଚାରେ ପଡିଯାଏ ଓ ଚା' ପାଇଁ ଅଭ୍ୟସ୍ତ ହୋଇଯାଏ । ଏପରି ପରିସ୍ଥିତିରେ ବ୍ୟକ୍ତିକୁ ଚା' ପିଇବାକୁ ଅତ୍ୟଧିକ ଇଚ୍ଛା ହୋଇଥାଏ ଓ ଏପରି ଅଭ୍ୟାସକୁ ଛଡାଇବା କଷ୍ଟକର ହୋଇଯାଇଥାଏ । ଅତ୍ୟଧିକ ଚା' ପାନ ଦ୍ବାରା ଶରୀରରେ କ୍ୟାଫିନର ମାତ୍ରା ବୃଦ୍ଧି ପାଇଲେ ଏହା ଶରୀରରେ କ୍ୟାଲସିଅମ୍ ଉପରେ ବହୁ ନକାରାତ୍ମକ ପ୍ରଭାବ ପକାଇଥାଏ । NCBIର ଏକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ କ୍ୟାଫିନ ସେବନ କରିବା ଦ୍ବାରା ଶରୀରର କ୍ୟାଲସିଅମ ମୁତ୍ର ମାଧ୍ୟମରେ ବାହାରି ଯାଇଥାଏ । ଯାହା ଦ୍ବାରା ଶରୀରରେ ହାଡ ଦୁର୍ବଳ ହେବାକୁ ଲାଗିଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.