ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ପୁଣି ମାଳଦ୍ୱୀପରେ ପହଞ୍ଚିଲା ଚୀନର ଗୁଇନ୍ଦା ଜାହାଜ ; ଭାରତ ପାଇଁ ବିପଦ !

ମାଲେ :  ମାଳଦ୍ୱୀପରେ ଚୀନ୍‌ ସମର୍ଥକ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ପାର୍ଟିର ସଂସଦୀୟ ନିର୍ବାଚନରେ ଏକତରଫା ବିଜୟ ପରେ, ମାଲେ ଓ ବେଜିଂ ମଧ୍ୟରେ ବନ୍ଧୁତା ଆହୁରି ନିବିଡ଼ି ହୋଇ ଯାଇଛି। ଭାରତ ସହ ଶତ୍ରୁତା କରି ଚୀନ୍‌  କୋଳରେ ଖେଳୁଥିବା ମାଳଦ୍ୱୀପକୁ ଚାଇନା ରିସର୍ଚ୍ଚ ଜାହାଜ ଜିୟାଙ୍ଗ ୟାଙ୍ଗ ହୋଙ୍ଗ ୦୩ ପୁଣି ଫେରି ଆସିଛି। ଏହା ସେହି ଜାହାଜ ଯାହା ପୂର୍ବରୁ ବି ଚୀନରୁ ମାଳଦ୍ୱୀପରେ ପହଞ୍ଚି ଥିଲା ଏବଂ ଏହାକୁ ନେଇ ଭାରତ ଚିନ୍ତା ମଧ୍ୟ ବ୍ୟକ୍ତି କରି ଥିଲା। ଏହି ଜାହାଜରେ ଗୁଇନ୍ଦା ଜାହାଜ ଥିବାର ଅଭିଯୋଗ ହୋଇଛି ଏବେ ଏହି କାରଣରୁ ଭାରତ , ଆମେରିକା ଭଳି ଦେଶ ପାଇଁ ଏହି ଜାହାଜ ଚିନ୍ତାର କାରଣ ପାଲଟିଛି।

ମାଳଦ୍ୱୀପର ମିଡ଼ିଆ ହାଉସ୍‌ ଅଧାଧୁର ରିପୋର୍ଟ ଅନୁସାରେ , ଚାଇନା ଗୁଇନ୍ଦା ଜାହାଜକୁ ମାଳଦ୍ୱୀପର ଥିବା ଫୁଶି ଔଦ୍ୟୋଗିକ ଦ୍ୱୀପର ବନ୍ଦରରେ  ଠିଆ କରାଯାଇଛି। ମୁଇଜ୍ଜୁ ସରକାର ଜାହାଜର ଲେଉଟିବା କଥାକୁ ଖୁଲାସା କରି ନାହାନ୍ତି, କିନ୍ତୁ ନିଜ ଯାତ୍ରା ପୂର୍ବରୁ ଜାହାଜକୁ ଠିଆ କରିବାର ଅନୁମତିକୁ ସ୍ପଷ୍ଟ କରିଛନ୍ତି। ମାଳଦ୍ୱୀପର ବିଶେଷ ଆର୍ଥିକ କ୍ଷେତ୍ରର ସୀମା ପାଖରେ ପାଖାପାଖି ଏକ ମାସ ବିତାଇବା ପରେ ଜାହାଜ ପ୍ରଥମ ଥର ୨୨ ଫେବ୍ରୁଆରୀରେ ପହଞ୍ଚି ଥିଲା। ପାଖାପାଖି ୬ଦିନ ପରେ ପ୍ରସ୍ଥାନ କରିବା ପରେ ଜାହାଜ ଇଇଜେଡ୍‌ ସୀମାକୁ ଫେରି ଯାଇଥିଲା। ଚାଇନା ଗୁଇନ୍ଦା ଜାହାଜ ଏବେ ଇଇଜେଡ୍‌କୁ ଅତିକ୍ରମ କରିବା ପରେ ପୁଣି ମାଳଦ୍ୱୀପରେ ପହଞ୍ଚିଛି।

ଚାଇନା ଜାହାଜ ଏହା ପୂର୍ବରୁ ଫେବ୍ରୁଆରୀରେ ମାଳଦ୍ୱୀପରେ ପହଞ୍ଚି ଥିଲା ,ଯେଉଁଥିରେ ନୂଆ ଦିଲ୍ଲୀ ଓ ମାଲେ ମଧ୍ୟରେ ଉତ୍ତେଜନା ବଢି ଯାଇଥିଲା। ଭାରତ ଏହି ପୋତକୁ ନେଇ ନିଜର ଚିନ୍ତା ବ୍ୟକ୍ତି କରି ଥିଲେ ଏବଂ ଶ୍ରୀଲଙ୍କାରୁ ଏହି ପୋତକୁ ନିଜ ପୋର୍ଟରେ ରହିବାର ଅନୁମତି ଦେବାକୁ ମନା କରିବାକୁ କହିଥିଲା। ଜାନୁୟାରୀରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଚୀନ ଗସ୍ତ କରି ଥିଲେ ଏବଂ ପୁଣି ଏହାର ତୁରନ୍ତ ପରେ ଏହି ଜାହାଜ ଚୀନରୁ ବାହାରି ଯାଇଥିଲା। ଏଥିରେ ବି ଭାରତର ସନ୍ଦେହ ବଢି ଯାଇଥିଲା। ପରେ ଏହା ୨୨ ଫେବ୍ରୁଆରୀରେ ମାଳଦ୍ୱୀପର ରାଜଧାନୀ ମାଲେରେ ପହଞ୍ଚି ଥିଲା। ଏହି ସମୟରେ ଜାହାଜର ରାଡାର ସିଷ୍ଟମକୁ ବି ବନ୍ଦ କରି ଦିଆ ଯାଇଥିଲା। ପରେ ଆମେରିକା ମଧ୍ୟ ଜାହାଜଟି ଗୁଇନ୍ଦା ଜାହାଜ ବୋଲି ଦାବି କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.