ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚୀନ୍ ବୈଜ୍ଞାନିକ ତିଆରି କଲେ ବିଧ୍ବଂସକାରୀ ଅସ୍ତ୍ର, ଷ୍ଟାର ଓ୍ବାର୍ସ ମୁଭି ‘ଡେଥ୍‌ ଷ୍ଟାର’କୁ ଦେଖି କଲା ବିକଶିତ

Published By : Harapriya Biswal | November 25, 2024 8:13 PM

ନୂଆଦିଲ୍ଲୀ,୨୫।୧୧: ନିଜର ଉନ୍ନତ ଟେକ୍ନୋଲୋଜିର ବିକାଶରେ ଚୀନ୍ କରିଛି ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି । ଏବେ ଚୀନ୍‌ର ବୈଜ୍ଞାନିକମାନେ ତିଆରି କରିଛନ୍ତି ବିଧ୍ବଂସକାରୀ ଅସ୍ତ୍ର। ଯାହକି କୌଣସି ଗ୍ରହକୁ  ନଷ୍ଟ କରିବାର ରଖିଛି କ୍ଷମତା। ‘ଷ୍ଟାର ଓ୍ବାର୍ସ ମୁଭି ‘ଡେଥ୍‌ ଷ୍ଟାର’ରୁ ପ୍ରେରିତ ହୋଇ ତିଆରି ଡ୍ରାଗନ୍ ତିଆରି କରିଥିବା ଦାବି  କରିଛି। ଯାହାକୁ କୁହାଯାଉଛି ‘ବିମ୍ ଓ୍ବିପନ’। 

ଚୀନ୍ ବୈଜ୍ଞାନିକଙ୍କୁ ବଡ଼ ସଫଳତା। ଟେକ୍ନୋଲୋଜି କ୍ଷେତ୍ରରେ ଆଗେଇଲେ ଆହୁରି ଦୁଇ ପାଦ। ତିଆରି କଲେ ‘ଡେଥ୍ ଷ୍ଟାର’ ଭଳି ଅସ୍ତ୍ର। ଷ୍ଟାର ଓ୍ବାର୍ସ ମୁଭି ’ଡେଥ୍‌ ଷ୍ଟାର’ରୁ ପ୍ରେରିତ ହୋଇଥିବା ହତିଆର। ଏହି ଅସ୍ତ୍ର ହେଉଛି ମାଇକ୍ରୋଓ୍ବେଭ୍ ବିମ୍। ମହାକାଶରେ ଥିବା ଶତ୍ରୁ ରାଷ୍ଟ୍ରର ସାଟେଲାଇଟ୍‌କୁ କରିଦେବ ନଷ୍ଟ। ଏହି ବିଶାଳ ଅସ୍ତ୍ରର ନାଁ ହେଉଛି ‘ହାଇ ପାଓ୍ବାର୍ଡ ମାଇକ୍ରୋଓ୍ବେଭ୍ ଓ୍ବିପନ’ ବା ଏଚପିଏମ । ବହୁ ମାଇକ୍ରୋଓ୍ବେଭ୍ ବିମ୍‌କୁ ସିଙ୍ଗଲ ଟାର୍ଗେଟ କରିବା ଉପରେ ଏହା ଫୋକସ୍ କରିଥାଏ। ନିକଟରେ ଏହି ଓ୍ବିପନ ସିଷ୍ଟମର ସମସ୍ତ ଟେଷ୍ଟିଂ ସରିଛି। ଆଗକୁ ବ୍ୟବହାର କରିବ ଚୀନ୍ ସେନା। 

ଏବେ ପ୍ରଶ୍ନ ଉଠୁଛି ଯେଉଁମାନେ ‘ଷ୍ଟାର ଓ୍ବାରର୍ସ’ ଫିଲ୍ମ ଦେଖି ନାହାନ୍ତି, ସେମାନେ କିଭଳି ଜାଣିବେ ? ଫିଲ୍ମର କାହାଣୀ ହେଉଛି ୮ଟି ଅଲଗା ଅଲଗା ଲେଜର ବିମ୍ ବା କିରଣକୁ ଯୋଡି ତିଆରି କରାଯାଉଛି ଗୋଟିମ୍ ବିମ୍ । ଏହି କିରଣ ଦ୍ବାରା ଶତ୍ରୁ ଉପରେ କରାଯାଏ ଆକ୍ରମଣ। ଏଭଳି ଶକ୍ତିଶାଳୀ କିରଣ ଦ୍ବାରା ପୁରା ଗ୍ରହ ନଷ୍ଟ ହୋଇଯାଏ। ଫିଲ୍ମରେ ବମ୍, ବାରୁଦ କିମ୍ବା ଟ୍ୟାଙ୍କ ନୁହେଁ କେବଳ ଲେଜର ଓ୍ବିପନ ଦେଖିବାକୁ ମିଳିଛି। ଚୀନ୍ ଦାବି କରୁଛି ଠିକ୍ ସେଭଳି ଏକ ହତିଆର ତିଆରି କରିଛି। 

ସାଟେଲାଇଟ୍ ବ୍ୟତୀତ ଏହା ମେସିନ୍, ରାଡାର ସିଷ୍ଟମ, କମ୍ପ୍ୟୁଟର, କମ୍ୟୁନିକେସନ୍ ଇନଫ୍ରାଷ୍ଟକଚର ଓ ମିସାଇଲକୁ ମଧ୍ୟ ଟାର୍ଗେଟ କରିପାରେ। ଯୁଦ୍ଧରେ ଏହି ହତିଆର ଖୁବ୍ ଘାତକ ପ୍ରମାଣିତ ହୋଇପାରେ। ଏଭଳି ହତିଆର ବହୁ ଇଲେକ୍ଟେ୍ରା ମ୍ୟାଗ୍ନେଟିକ୍ ଓ୍ବେଭ୍‌କୁ ସଠିକ ସମୟରେ ନିର୍ଦ୍ଧାରିତ କରିଥାଏ। ତେବେ ଏହି ଟେକ୍ନୋଲୋଜିକୁ ମ୍ୟାନେଜ କରିବା ଖୁବ୍ କଷ୍ଟକର। କାରଣ କିରଣକୁ ନିୟନ୍ତ୍ରଣ କରି ଶତ୍ରୁକୁ ଟାର୍ଗେଟ କରିବା ସହଜ ନୁହେଁ। ମାଇକ୍ରୋଓ୍ବେଭ ବିମ୍‌କୁ ଫାୟାର କରିବା ପାଇଁ ୭ଟି ଭେଲକିଲ୍‌ ଦରକାର ପଡିଥାଏ। ଏହା ବହୁତ ବଡ ସ୍ଥାନ ନେବାପରେ ବି ଗୋଟିଏ ଟାର୍ଗେଟକୁ ହିଟ୍ କରିଥାଏ। ବର୍ତ୍ତମାନ ଏହାର ସଠିକ୍ ଲକ୍ଷ୍ୟର ଅଭାବ ହେତୁ, ଏହାର 'ଯୁଦ୍ଧ' କ୍ଷମତା ସେତେଟା ପ୍ରଭାବଶାଳୀ ନୁହେଁ। ଅଧିକ ସଠିକତା ହାସଲ କରିବା ପାଇଁ ଅପ୍ଟିକାଲ ଫାଇବର ବ୍ୟବହାର କରାଯାଉଛି। ଯାହାଫଳରେ ମାଇକ୍ରୋଓ୍ବେଭ୍ ଟ୍ରାନ୍ସମିଟିଂ ଭେଇକିଲକୁ ଯୋଡି ହେବ। ବିଶେଷଜ୍ଞଙ୍କ ମତରେ ଏହି ଅସ୍ତ୍ର ବର୍ତ୍ତମାନ କୌଣସି ଗ୍ରହକୁ ନଷ୍ଟ କରିବାର କ୍ଷମତା ରଖିନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.