ଭୁବନେଶ୍ବର, ୦୩/୦୭: ଜାପାନର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଓଡ଼ିଶାରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏଭଳି ଆଲୋଚନା ଅନେକ ଗୁରୁତ୍ବ ବହନ କରୁଛି ।
ଆକ୍ମେ ଗ୍ରୁପର ଅଧ୍ୟକ୍ଷ ମନୋଜ ଉପାଧ୍ୟୟ, IHI କର୍ପୋରେସନର ସଭାପତି ହିରୋସି ଇଡେଙ୍କ ସହ ଜାପାନର ଅନେକ ପ୍ରତିଷ୍ଠିତ ଉଦ୍ୟୋଗୀ ବୈଠକରେ ସାମିଲ ହୋଇଛନ୍ତି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଛନ୍ତି ।
ଓଡ଼ିଶା ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇ ବିଶେଷ କରି ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ର ସହ ସି-ଫୁଡ୍ ଶିଳ୍ପ ଉପରେ ଗୁରୁତ୍ବ ଦିଆଯାଉଛି ।
ଏଥି ସହ ମେକାନିକାଲ ଓ ଇଲେକ୍ଟ୍ରିକାଲ କ୍ଷେତ୍ରରେ ଜାପାନୀ ପୁଞ୍ଜି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ ହୋଇଛି ।