ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

କଟକରେ ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ

କଟକ,୦୮/୧୧: କାଳୀ ଭସାଣି ଦେଖାଇବା  ପାଇଁ ଛାତ୍ରୀଙ୍କୁ ଡାକିଥିଲା ତାଙ୍କ ପୁରୁଷ ବନ୍ଧୁ । ଭୋଜିଭାତ ଖାଇବା ପାଇଁ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଜଣକ ତାର ଏକ ସାଙ୍ଗର ସାଇବର କ୍ୟାଫେକୁ  ନେଇଗଲା । ସେଠାରେ ଛାତ୍ରୀଙ୍କ ସହ ଜବରଦସ୍ତ  ଶାରୀରିକ ସମ୍ପର୍କ ରଖିବା ସହ କୌଶଳକ୍ରମେ ସେହି  ଦୃଶ୍ୟକୁ ମୋବାଇଲ୍‌ରେ ରେକର୍ଡିଂ ବି କରିଦେଲା ।  ପରେ ସେହି ଭିଡିଓକୁ ଦେଖାଇ ବ୍ଲାକ୍‌ମେଲ୍‌  କରି ପୁରୁଷ ବନ୍ଧୁର ଅନ୍ୟ ୫ ଜଣ ସାଙ୍ଗ ବି  ଛାତ୍ରୀଙ୍କୁ ଦୁଷ୍କର୍ମ କଲେ । - ଏଭଳି ଚାଞ୍ଚଲ୍ୟକର  ଓ ଲଜ୍ଜାଜନକ ଘଟଣା ଘଟିଛି କଟକ ସହରରେ ।  ଏତେ ବଡ଼ ଅଘଟଣ ପରେ ବି ପୀଡ଼ିତା ନ  ଡରି ପୁଲିସରେ ଅଭିଯୋଗ କରିବାରୁ ସମସ୍ତ  ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୁରୁଷ ବନ୍ଧୁଙ୍କ  ସମେତ ୪ଜଣ ଅଭିଯୁକ୍ତ କଟକ ସହରର  ଏକ କଲେଜର ଛାତ୍ର ଓ ପୀଡ଼ିତାଙ୍କ ସହପାଠୀ  ବୋଲି ଜଣାପଡ଼ିଛି । ଅନ୍ୟଜଣେ ଅଭିଯୁକ୍ତ ସେହି କଲେଜର ପୂର୍ବତନ ଛାତ୍ର । ଏତଲା ପାଇବା ମାତ୍ରେ  ବାଦାମବାଡ଼ି ଥାନା ପୁଲିସ ତତ୍ପରତା ଦେଖାଇ  ସମସ୍ତ ଅଭିଯକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ  କରିଛି । ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାରଙ୍ଗ  ଥାନା ଅଞ୍ଚଳର । ଅନ୍ୟ ୪ ଜଣ ବାଦାମବାଡ଼ି  ଓ ପୁରୀଘାଟ ଥାନା ଅଞ୍ଚଳର । ସମସ୍ତଙ୍କର  ବୟସ ୧୯ ରୁ ୨୪ ବର୍ଷ ମଧ୍ୟରେ ହେବ । 

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା  ବାହାରର ଜଣେ ଦଳିତ ଛାତ୍ରୀ ଗୋପାଳପୁରର ଏକ  ହଷ୍ଟେଲ୍‌ରେ ରହି ବାଦାମବାଡ଼ି ଥାନା ଅଞ୍ଚଳରେ ଥିବା  ଏକ କଲେଜରେ ଯୁକ୍ତ ୩ ପଢ଼ୁଛନ୍ତି । ବାଦାମବାଡ଼ି  ଥାନା ଅଞ୍ଚଳରେ ‘ଆଶୁ’ ନାମକ ଜଣେ ଯୁବକ  ମଧ୍ୟ ସେହି ଛାତ୍ରୀଙ୍କ ସହିତ ଯୁକ୍ତ ତିନି ପଢ଼ୁଛନ୍ତି ।  ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ବନ୍ଧୁତ୍ୱ  ହୋଇଥିଲା । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ  ଗଢ଼ିଉଠିଲା । ଗତ କାଳୀପୂଜା ଭସାଣି ପୂର୍ବରୁ ଆଶୁ  ପୀଡ଼ିତାଙ୍କୁ ଭସାଣି ବୁଲିବା ପାଇଁ ଡାକିଲା । ସେଥିରେ  ସେ ରାଜି ହୋଇ କଟକ ସହରକୁ ଆସିଥିଲେ। ଭସାଣି ବୁଲିବା ପରେ କାଠଗଡ଼ା ସାହିରେ ଥିବା  ଏକ ସାଇବର କ୍ୟାଫେକୁ ଆଶୁ ପୀଡ଼ିତାଙ୍କୁ  ନେଇଥିଲା । ସେଠାରେ ଖିଆପିଆ ପରେ ଆଶୁ  ବାହାନା କରି ପୀଡ଼ିତାଙ୍କ ସହିତ ଶାରୀରିକ ସମ୍ପର୍କ  ରଖିବାକୁ ଉଦ୍ୟମ କରିଥିଲା । ଏଥିରେ ସେ ରାଜି  ନହେବାରୁ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲା ।  ସେହି ସମୟର ଦୃଶ୍ୟକୁ ସାଇବର କ୍ୟାଫେର  ମାଲିକ ତଥା ଆଶୁର ସାଙ୍ଗ ମୋବାଇଲ୍‌ରେ ରେକର୍ଡ  କରିଥିଲା। ପରଦିନ ପୀଡ଼ିତାଙ୍କୁ ଉକ୍ତ ଭିଡିଓ  ପଠାଇ ଆଶୁ ବ୍ଲାକ୍‌ମେଲ୍‌ କରିଥିଲା । ସାଙ୍ଗମାନେ  ଏହି ଭିଡିଓ କରିଥିବାରୁ ତୁରନ୍ତ କଲେଜ ପାଖକୁ  ଆସିବାକୁ ଡାକିଥିଲା । ନଆସିଲେ ଭିଡିଓକୁ  ସେମାନେ ଭାଇରାଲ୍‌ କରିଦେବେ ବୋଲି ଧମକ  ଦେଇଥିଲା । ଏଭଳି କଥା ଶୁଣି ଛାତ୍ରୀ ଜଣକ ତୁରନ୍ତ  ଆସି ପହଞ୍ଚିଲେ । ଏହା ପରେ ଆଶୁ ପୀଡ଼ିତାଙ୍କୁ  ବାରଙ୍ଗ ତ୍ରୁଶୁଳିଆ ଅଞ୍ଚଳକୁ ନେଇଯାଇଥିଲା ।  ପରେ ପୀଡ଼ିତାଙ୍କୁ ଆଶୁ ଓ ତାର ସାଙ୍ଗମାନେ  ତ୍ରିଶୁଳିଆରେ ଏକ ରୁମ୍‌କୁ ନେଇଯାଇଥିଲେ ।  ସେଠାରେ ବାରଙ୍ଗର ଦୁଇ ସାଙ୍ଗ, ସାଇବର କ୍ୟାଫେ  କରିଥିବା ଆଶୁର ସାଙ୍ଗ ଓ ବାଦାମବାଡ଼ି ଥାନା  ଅଞ୍ଚଳରେ ଅନ୍ୟ ଦୁଇ ଛାତ୍ର ପୀଡ଼ିତାଙ୍କୁ ଦୁଷ୍କର୍ମ  କରିଥିଲେ । ପରେ ପୀଡ଼ିତାଙ୍କୁ ସେମାନେ ଧମକ୍‌  ଦେବା ସହ ଏକଥା ପୁଲିସକୁ କହିଲେ ଭିଡିଓ  ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ ।  ଏଭଳି ଭୟଙ୍କର ଦୁଃସ୍ଥିତିରେ ମଧ୍ୟ  ପୀଡ଼ିତାଜଣକ ସାହସ ଦେଖାଇ ମଙ୍ଗଳବାର  ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତୁରନ୍ତ ମାମଲା ରୁଜୁ କରି ଡାକ୍ତରୀମାଇନା  କଲା । ଏହା ପରେ କୋର୍ଟରେ ବୟାନ ରେକର୍ଡ  କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା  ଆରମ୍ଭ କଲା । ରାତି ତମାମ୍‌ ଏକାଧିକ ଟିମ୍‌  ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଛାତ୍ରୀଙ୍କ ପୁରୁଷ  ବନ୍ଧୁ ଆଶୁ ସହିତ ତାର ସାଙ୍ଗ ଲକି, ସୁଶିଲ,  ଭିକି ଓ ପିତୁକୁ ଗିରଫ କରିବାରେ ପୁଲିସ  ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ  ଜଣେ ବିବାହିତ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରେ  ୬ ଅଭିଯୁକ୍ତଙ୍କର ମୋବାଇଲ୍‌, କିଛି ଡ୍ରେସ୍‌ ଓ  ବାଇକ୍‌ ଜବତ ହୋଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.