ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’

Published By : Harapriya Sethi | October 12, 2024 11:30 AM

ଭୁବନେଶ୍ୱର,୧୨/୧୦: ପାର୍ବଣରେ ଭିଡ଼ ଓ ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ସବୁଠୁ ବଡ଼ ସମସ୍ୟା । ରାଜଧାନୀର ଗଳିକନ୍ଦିରେ ଟ୍ରାଫିକ୍‌ ଭିଡ଼ । ଲୁଟ୍‌, ଛିନ୍‌ତାଇ ବି ବଢ଼ୁଛି । ଏଥିରେ ରୋକ୍‌ ଲଗାଇବାକୁ କମିଶନରେଟ୍‌ ପୋଲିସ ନୂଆ ପଦକ୍ଷେପ ସ୍ୱରୂପ ଆରମ୍ଭ କରିଛି ‘ଅପରେସନ ତ୍ରିଭୂଜ’ । ଡିସିପି ପିନାକ ମିଶ୍ର କହିଛନ୍ତି, ପ୍ରାୟତଃ ୩ଟି ଉପାୟରେ ଏହି ଅପରେସନକୁ ପରିଚାଳନା କରାଯାଉଛି । ସହରରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଜାଗାରେ ଲାଗିଥିବା ୧୦୦୦ଟି ସିସିଟିଭି କ୍ୟାମେରା ହେଉଛି ପୋଲିସର ଅମୋଘ ଅସ୍ତ୍ର । ଏହା ଜରିଆରେ କୌଣସି ରାସ୍ତାରେ ଭିଡ଼ ଜମିଲେ ବା କେହି ଟ୍ରାଫିକ ନିୟମ ଉଲଂଘନ କଲେ, ତୁରନ୍ତ ଜଣାପଡୁଛି । 

ଏହାଛଡ଼ା ସହରରେ ବାଇକ୍‌ ଧରି ପାଟ୍ରୋଲିଂ କରୁଥିବା ପଲିସ କର୍ମଚାରୀ ଓ ଶକ୍ତି ବାହିନୀ ଡ୍ରୋନ୍‌ ଯୋଗେ ମଧ୍ୟ ଭିଡ଼ ଉପରେ ନଜର ରଖୁଛନ୍ତି । ବିଭିନ୍ନ ପୂଜା ମଣ୍ଡପରେ ଜଗିଥିବା ପୋଲିସ କର୍ମଚାରୀ ମଧ୍ୟ ଭିଏଚ୍‌ଏଫ୍‌ ଯୋଗେ ତଥ୍ୟ ଜଣାଉଛନ୍ତି । ଏହି ସିସି କ୍ୟାମେରା ଓ ଡ୍ରୋନର ଫୁଟେଜଗୁଡି଼କୁ ସ୍ମାର୍ଟସିଟି ଲିମିଟେଡ୍‌ରେ ଥିବା କଣ୍ଟ୍ରୋଲ ରୁମ୍‌ରେ ତର୍ଜମା କରାଯାଉଛି । ଯେଉଁଠି ଭିଡ଼ ହେଉଛି, ସେଠାକୁ ତୁରନ୍ତ ଅଧିକ ପୁଲିସ ଫୋର୍ସ ପଠାଯାଉଛି । ଏହି ରାସ୍ତାରେ ନ ଯିବାକୁ ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ଲାଗିଥିବା ମାଇକ୍‌ ଯୋଗେ ଯାତ୍ରୀଙ୍କୁ ସତର୍କ କରାଯାଉଛି ।

ବିଶେଷକରି, କଟକ ରୋଡ, ରସୁଲଗଡ଼ରୁ ପଳାଶୁଣି, ଜନପଥ, ଜୟଦେବବିହାରରୁ ପଟିଆ ଓ ନୂଆପଲ୍ଲୀ ଦୂର୍ଗାପୂଜା ମଣ୍ଡପରେ ଏହି ଅପରେସନ ଚାଲିଛି । ଶ୍ରୀ ମିଶ୍ର କହିଛନ୍ତି, ପୂଜା ଭିଡ଼ର ଫାଇଦା ଉଠାଇ ପେସାଦାର ଚୋର, ଲୁଟେରାମାନେ ସୁନା ଅଳଙ୍କାର, ମୋବାଇଲ୍‌ ଲୁଟନ୍ତି । କଣ୍ଟ୍ରୋଲ ରୁମ୍‌ରେ ଲାଗିଥିବା ସିସି କ୍ୟାମେରା ଓ ଡ୍ରୋନ୍‌ରୁ ସେମାନଙ୍କୁ ଚିହ୍ନଟ କରାଯାଉଛି । ଖବର ପାଇ ପୂଜା ପେଣ୍ଡାଲରେ ଜଗିଥିବା ପୁଲିସ ତୁରନ୍ତ ସେମାଙ୍କୁ କାବୁ କରୁଛନ୍ତି । ଅପରେସନରୁ ମିଳୁଥିବା ଫଳାଫଳକୁ ନିରନ୍ତର ଭାବେ ତର୍ଜମା କରାଯାଉଛି । ଯଦି ଏଥର ଦଶହରାରେ ଏହି ଅପରେସନ ତ୍ରିଭୂଜ ସଫଳ ହୁଏ । ତେବେ ଆଗାମୀ ଦିନରେ ରାଜଧାନୀରେ ପାର୍ବଣ ବେଳେ ଭିଡ଼ ଓ ଅପରାଧକୁ ନିୟନ୍ତ୍ରଣ କରିବାରେ ଲାଗୁ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.