ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କତାର ଏବଂ ଓମାନ ତୁଳନାରେ ଭାରତରେ କମୁଛି ସୁନା ଦର

Published By : Rasmita Pradhan | November 17, 2024 2:07 PM

ନୂଆଦିଲ୍ଲୀ,୧୭/୧୧ : ଭାରତରେ ସୁନା ଏବେ ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ), କତାର, ଓମାନ ଏବଂ ସିଙ୍ଗାପୁର ଭଳି ଦେଶଗୁଡ଼ିକ ତୁଳନାରେ ଶସ୍ତା ହୋଇଯାଇଛି । ଏସବୁ ଦେଶ ସୁନା କିଣିବା ପାଇଁ ବହୁ ମାତ୍ରାରେ ଜଣାଶୁଣା । ଶନିବାର ଭାରତରେ ୨୪ କ୍ୟାରେଟ୍‌ ସୁନା ଦର ୧୧୦ ଟଙ୍କା ଖସି ୭୫,୬୫୦ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର କମ୍‌ ହୋଇ ୬୯,୩୫୦ ଟଙ୍କା ହୋଇଛି । ୧୮ କ୍ୟାରେଟ୍‌ ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମ ପିଛା ୫୬,୭୪୦ ଟଙ୍କା ରହିଛି । 

ଅନ୍ୟପକ୍ଷରେ, ଓମାନରେ ୨୪ କ୍ୟାରେଟ୍‌ ସୁନା ଦର ୨୨୦ ଟଙ୍କା ବଢ଼ି ୧୦ ଗ୍ରାମକୁ ୭୫,୭୬୩ ଟଙ୍କା ହୋଇଛି । କତାରରେ ଏହା ୭୬,୨୯୩ ଟଙ୍କା ପ୍ରତି ୧୦ ଗ୍ରାମକୁ ରହିଛି । ଭାରତରେ ସୁନା ଦର କମୁଥିବାବେଳେ ମଧ୍ୟ ପ୍ରାଚ୍ୟ ଦେଶରେ ଏହା ବଢୁଛି । ସେଠାରେ ସୁନା ଦର ବଢ଼ିବାର କାରଣ ହେଉଛି ବର୍ଦ୍ଧିତ ଭୂ-ରାଜନୈତିକ ସମସ୍ୟା । ବିଶେଷ କରି ଇସ୍ରାଏଲ ଏବଂ ଗାଜା ଆଖପାଖରେ କ୍ଷେତ୍ରୀୟ ଅସ୍ଥିରତା ଯୋଗୁ ସେଠାରେ ସୁନାରେ ନିବେଶ ବଢୁଛି । ଚାହିଦା ବଢ଼ିବା ସହ ଦର ମଧ୍ୟ ଉକ୍ତ ହିସାବରେ ବଢ଼ିଚାଲିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । 

ଭୁ-ରାଜନୈତିକ ଅସ୍ଥିରତା ଯୋଗୁ ସୁନାରେ ନିବେଶ ବୃଦ୍ଧି ପାଇଛି । ଚାହିଦା ବୃଦ୍ଧି ସହ ମଧ୍ୟପ୍ରାଚ୍ୟରେ ସୁନା ମହଙ୍ଗା ହୋଇଚାଲିଛି ।  ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ୩ ବର୍ଷ ମଧ୍ୟରେ ଏଥିରେ ସର୍ବାଧିକ ସାପ୍ତାହିକ ହ୍ରାସ ଦେଖିବାକୁ ମିଳିଛି । ଆମେରିକାରେ ସୁନା ଦରରେ ୪.୫% ହ୍ରାସ ଘଟିଛି । ଆଉନ୍ସ ପିଛା ଏହା ପ୍ରାୟ ୨୫୬୩.୨୫ ଡଲାରରେ କାରବାର କରୁଛି, ଯାହାକି ୨ ମାସର ସର୍ବନିମ୍ନ ସ୍ତର । ଭାରତରେ ସୁନା ଦର ଖସିବାର ଅନେକ କାରଣ ରହିଛି । ୩ ମାସ ଧରି ଦର ବଢ଼ିବା ଫଳରେ ଲୋକେ ଏବେ ଲାଭ ଅସୁଲି କରୁଛନ୍ତି । ଫଳରେ ଚାହିଦା ଖସିଛି । ଏହା ଦର ହ୍ରାସର ଅନ୍ୟତମ କାରଣ । ସେହିଭଳି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ଏଯାବତ୍‌ ଡଲାର ସୂଚକାଙ୍କ ୨.୩୬% ବୃଦ୍ଧି ପାଇଛି । ଆମେରିକୀୟ ବଣ୍ଡ ଦର ବଢ଼ିଛି । ଉଭୟ କାରଣ ଯୋଗୁ ସୁନା ଚାହିଦା ହ୍ରାସ ପାଇଛି । ମଧ୍ୟପ୍ରାଚ୍ୟ, ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ, ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ସୁନା ଦର ବଢୁଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.