ଚନ୍ଦ୍ରଶେଖରପୁର, ୨୩/୦୯: ନେଟ୍‌ୱର୍କ ଇଭେଣ୍ଟ୍‌ସ ଆଣ୍ଡ୍‌  ପ୍ରମୋସନ୍‌ସ ଓ କ୍ରିଷ୍ଟାଲ କ୍ରାଉନ ସହଭାଗିତାରେ ଆସନ୍ତା ସେପ୍ଟେମ୍ବର  ୨୯ରୁ ପଟିଆସ୍ଥିତ କ୍ରିଷ୍ଟାଲ  କ୍ରାଉନଠାରେ ନବରାତ୍ରି ମହୋତ୍ସବ  ‘ଦାଣ୍ଡିଆ କାର୍ଣ୍ଣିଭାଲ’ଅନୁଷ୍ଠିତ ହେବ ।  ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ । ଏହି ଦାଣ୍ଡିଆ କାର୍ଣ୍ଣିଭାଲରେ  ୩ ରାତିର ଅତୁଳନୀୟ ଉତ୍ସାହ, ଆକର୍ଷଣୀୟ ନୃତ୍ୟ, ଲାଇଭ  ମ୍ୟୁଜିକ୍‌ ଓ ଅସୀମିତ ପାର୍ବଣ ଆନନ୍ଦର ମାହୋଲ ମିଳିବ ବୋଲି  ସୋମବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ନେଟ୍‌ୱର୍କ ଇଭେଣ୍ଟ୍‌ସ ଆଣ୍ଡ୍‌ ପ୍ରମୋସନ୍‌ସର ପ୍ରତିଷ୍ଠାତା  ଚନ୍ଦନ ନାୟକ କହିଛନ୍ତି, ଚଳିତବର୍ଷ ଏହି ଉତ୍ସବର ପ୍ରଥମ ଦିନ  ଓଡ଼ିଶାର ପ୍ରଥମ ଡିଜେ ବ୍ୟାଣ୍ଡ, ବଲି ବଏଜ୍‌, ପ୍ଲେବ୍ୟାକ୍‌ ସିଙ୍ଗର,  ନବ୍ୟା ଜଇତି, ସେଲିବ୍ରିଟି ଆଙ୍କର ଶୁଭମ୍‌ ପ୍ରମୁଖ କାର୍ଯ୍ୟକ୍ରମ  ପରିବେଷଣ କରିବେ । ଦ୍ୱିତୀୟ ଦିନ ବଲିଉଡ଼୍‌ ପ୍ଲେବ୍ୟାକ ସିଙ୍ଗର  ମେହରୋଲିୟା, ଇଣ୍ଡିଆନ ଆଇଡଲ ସେନ୍‌ସେସନ୍‌ ତୋରଶା  ସରକାର, ଆଙ୍କର ପୁନ୍ୟା, ଡିଜେ ଏସକେବି (ରିମିକ୍ସ ମାଷ୍ଟର)ଙ୍କ  କାର୍ଯ୍ୟକ୍ରମ ରହିଛି  । ଶେଷ ଦିବସରେ ପିନାକୀ ଝା, ମୁମ୍ବାଇ ଡିଜେ  ବ୍ୟାଣ୍ଡ, ଶୁଭାରମ୍ଭ, ବଲିଉଡ଼୍‌ ଡିଜେ, ଡିଜେ ରାଜ୍‌ ପ୍ରମୁଖ କାର୍ଯ୍ୟକ୍ରମ  ପରିବେଷଣ କରିବେ । କ୍ରିଷ୍ଟାଲ କ୍ରାଉନର  ଜେନେରାଲ ମ୍ୟାନେଜର ରମେଶ ସିଂ  କନ୍ଦାରୀ କହିଛନ୍ତି, ଏହି ମହୋତ୍ସବରେ  ଓପନ-ଫ୍ଲୋର ପାର୍ଟିସିପେଶନ ସାମିଲ  ଥିବାବେଳେ ଅସିମୀତ ଖାଦ୍ୟ ଓ ବୁଫେ,  ଗିଫ୍ଟ ହାମ୍ପର, ଫେଷ୍ଟିଭ କ୍ଲିକ ଓ ସ୍ମରଣୀୟ  ଅନୁଭୂତି ରହିଛି । ଏକ୍ସକ୍ଲୁସିଭ ଭିଆଇପି  ଲାଉଞ୍ଜରେ ଏନର୍ଜି ଡ୍ରିଙ୍କ, ବଟ୍‌ଲର ସର୍ଭିସ, ହୁକା, ଭିଆଇପି  ସୋଫା ସିଟିଙ୍ଗ ଓ ପ୍ରିମିୟମ ହସ୍ପିଟାଲିଟି ଉପଲବ୍ଧ । ଟିକଟ ମୂଲ୍ୟ  ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୨୦୦ ଟଙ୍କା ଏବଂ ୬ରୁ ୧୧ ବର୍ଷ ବୟସର  ପିଲାମାନଙ୍କ ପାଇଁ ୮୦୦ ଟଙ୍କା ରହିଛି । ୫ ଜଣଙ୍କ ପାଇଁ ଏକ  ଭିଆଇପି ଅନୁଭୂତି କେବଳ ୧୫ ହଜାର ଟଙ୍କାରେ ଉପଲବ୍ଧ ।  ଏହାର ଟିକଟଗୁଡିକୁ ଅନ୍‌ଲାଇନରେ ବୁକ୍‌ମାଇଁ ଶୋ’ ମାଧ୍ୟମରେ  ଏବଂ ଅଫ୍‌ଲାଇନରେ ପଟିଆସ୍ଥିତ ଜଷ୍ଟ୍‌ ଡେଲିସିୟସ ବାଏ କ୍ରିଷ୍ଟାଲ  କ୍ରାଉନ ଏବଂ ଅଶୋକ ନଗରସ୍ଥିତ ପଣ୍ଡା ଟ୍ରାଭେଲ ମାର୍ଟରେ ବୁକ୍‌  କରାଯାଇପାରିବ । ପ୍ରମେୟ ଖବରକାଗଜ ଓ ନ୍ୟୁଜ୍‌ ୭ ଏହି  ମହୋତ୍ସବର ମିଡିଆ ପାର୍ଟନର ରହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ  ଅଭିନେତ୍ରୀ ଲିପସା ମିଶ୍ର ଏବଂ ପ୍ରିୟଙ୍କା ପାଣିଗ୍ରାହୀ, କ୍ରିଷ୍ଟାଲ  କ୍ରାଉନର ଡାଇରେକ୍ଟର ନିକଲାସ ମହାନ୍ତି ଏବଂ ଜୁନିୟର ସେଫ୍‌  ଜୀବନ କୃଷ୍ଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।