କୋଣାର୍କ ୨୬/୦୮: କୋଣାର୍କ ପୁଲିସକୁ ମିଳିଲା ବଡ଼ ସଫଳତା। ରାତି ଅଧିଆରେ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ। ରେଡ୍ ବେଳେ ରାଣୀ ମହୁମାଛି ସହ ଯୁବକଙ୍କୁ ଗିରଫ କରାଯାଇଛି। ସେକ୍ସ କାରବାରରେ ବ୍ୟବହୃତ କିଛି ଆପତ୍ତିଜନକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି।
କୋଣାର୍କ ଅଞ୍ଚଳରେ ଦୀର୍ଘ ଦିନ ହେବ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗତକାଲି କୋଣାର୍କ ପୁଲିସ ଟିପ୍ ମିଳିବା ପରେ କୋଣାର୍କ ପୁଲିସର ସ୍ବତନ୍ତ ୪ଜଣିଆ ଟିମି ସହ ଧଳା ପଥର ଫାଣ୍ଡିର ୩ଜଣିଆ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦୁଇଜଣ ଯାକ ପୁଲିସକୁ ଭୁଆଁ ବୁଲାଇବା ସ୍ବାମୀ- ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ। ପୁଲିସ ଦୁଇଜଣଙ୍କୁ ଧରି ଥାନାରେ ପଚରାଉଚରା କରିଛି।
କୋଣାର୍କ ପୁଲିସ ସେକ୍ସ ରାକେଟ କରୁଥିବା ରାଣୀ ମହୁମାଛି ସହ ପ୍ରଶାନ୍ତଙ୍କୁ ଧରି ତଦନ୍ତ ଚଳାଇଛନ୍ତି। ରାଣୀ ମହୁମାଛି ଲକ୍ଷ୍ମୀପ୍ରୀୟାଙ୍କ ନାଁରେ କଟକ, ଭୁବନେଶ୍ୱର ଏବଂ ପୁରୀରେ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ଥିବା ଜଣାପଡିଛି। ଚଢାଉ ସମୟରେ କୋଣାର୍କ ଥାନାର ଦୁଇ ଅଫିସର ସହ ଦୁଇଜଣ କର୍ମଚାରୀ ଓ କଳାପଥର ଫାଣ୍ଡିର ଜଣେ ଅଫିସର ସହ ଦୁଇଜଣ କର୍ମଚାରୀ ଉପସ୍ଥିତ ଥିଲେ।