ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର, ୮।୫: ନିର୍ବାଚନ ପ୍ରଚାର ପାଇଁ ଆସନ୍ତା ୧୦ ତାରିଖରେ ପୁଣି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏ ରୋଡ୍‌ ସୋ କରିବେ । ଏଥିପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ୫୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସର ବ୍ୟବସ୍ଥା କରାଯାଇଛି । ଏଥିସହ ୩୫୦ ଅଫିସରଙ୍କୁ ମୁତୟନ କରାଯିବ ବୋଲି ଜଣାପଡ଼ିଛି । ମଙ୍ଗଳବାର ସ୍ପେଶାଲ୍‌ ପ୍ରୋଟେକ୍ସନ୍‌ ଗ୍ରୁପ୍‌ (ଏସ୍‌ପିଜି)ର ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ ପୁଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ରୋଡ୍‌ ସୋ'କୁ ନେଇ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଜନପଥରେ ବୁଲି କେଉଁଠି କିପରି ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଏଥିରେ ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସିର ଅଧିକାରୀମାନଙ୍କ ସହ ବିଜେପିର ବରିଷ୍ଠ ନେତା ସାମିଲ ହୋଇଥିଲେ । କିପରି ସୁରୁଖୁରୁରେ ରୋଡ୍‌ ସୋ’ହେବ ସେଥିପାଇଁ ତର୍ଜମା କରାଯାଇଥିଲା । 

କେଉଁଠି କେମିତି ସୁରକ୍ଷା ଦରକାର ସେ ନେଇ ଓଡ଼ିଶା ପୁଲିସ୍‌ର ବରିଷ୍ଠ ଅଧିକାରୀଙ୍କୁ ଜଣାଇ ଦେଇଛନ୍ତି ଏସ୍‌ପିଜି । ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସିଆଇଏସ୍‌ଏଫ୍‌ ସହିତ ଆଲୋଚନା ହୋଇଛି । ଏବେ ଜନପଥରେ ବାରିକେଡ୍‌ ବନ୍ଧା ଚାଲିଛି । ୯ ତାରିଖ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ରହିଛି । ରୋଡ୍‌ ସୋ ସମୟରେ ଟ୍ରାଫିକ୍‌ ସମସ୍ୟା ହେବାର ସମ୍ଭାବନା ରହିଛି । ସେଥିପାଇଁ ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା ଉପରେ ପୁଲିସ୍‌ ଅଧିକ ଗୁରୁତ୍ୱ ଦେଇଛି । ରୋଡ୍‌ ସୋ ପାଇଁ ୯ ତାରିଖ ଭିତରେ ବିମାନରେ ପ୍ରଧାନମନ୍ତ୍ରୀଙ୍କ ୪ଟି ସ୍ୱତନ୍ତ୍ର କାର୍‌ ଆସିବ । ସେଗୁଡ଼ିକ ହେଲା ଟେକ୍ନୋ କାର୍‌ (ଜାମର), ଭିଆଇପି କାର୍‌, ଏସ୍‌ପିଜି ଅଧିକାରୀଙ୍କ କାର୍‌ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ଆଉ ଏକ କାର୍‌ । ଏ ସବୁ ଗାଡ଼ି ବୁଲେଟ୍‌ ଓ ବୋମା ପ୍ରୁଫ୍‌ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ଉକ୍ତ ଗାଡ଼ି ସବୁ ରିଜର୍ଭ ପୁଲିସ୍‌ ବାରାକ୍‌ (ଆର୍‌ଓ) କୁ ନିଆଯିବ । ସେଠାରେ କମିଶନରରେଟ୍‌ ପୁଲିସ ସବୁ ଗାଡ଼ି ଜଗି ରହିବ । ୧୦ ତାରିଖରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ଏ ସବୁ ଗାଡ଼ି ସେଠାରେ ପହଞ୍ଚିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.