ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଏଲଓର ଫୁଲ ଫର୍ମ କ’ଣ ? ୫ମ ଶ୍ରେଣୀର ଛାତ୍ର ଲେଖିଲେ ମଜାଦାର ଉତ୍ତର, ଭାଇରାଲ ହେଲା ଉତ୍ତରଖାତା

ନୂଆଦିଲ୍ଲୀ,୭/୫ :  ଭାରତରେ ପରୀକ୍ଷାର ସିଜନ ପ୍ରାୟ ଶେଷ ହୋଇସାରିଛି । କେତେକ ରାଜ୍ୟର ବୋର୍ଡ଼ ଏହାର ଫଳାଫଳ ଜାରି କରିସାରିଛନ୍ତି । ଏବେ ପର୍ଯ୍ୟନ୍ତ ପରୀକ୍ଷାରେ ଆସିଥିବା ଉତ୍ତରକୁ ନେଇ କେତେକ ସୁନ୍ଦର କାହାଣୀ ଦେଖିବା ଏବଂ ଶୁଣିବାକୁ ମିଳୁଛି । ୧୦ମ ଏବଂ ୧୨ତମ ଶ୍ରେଣୀର ପରୀକ୍ଷାର କେତେକ ଭିଡ଼ିଓ ଓ ଉତ୍ତରଖାତା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏବେ ସୋସିଆଲ ମିଡ଼ିଆରେ ୫ମ ଶ୍ରେଣୀର ଜଣେ ଛାତ୍ରଙ୍କ ଉତ୍ତରଖାତା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭାଇରାଲ ଉତ୍ତରଖାତା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଉତ୍ତରଖାତାର କିଛି ଉତ୍ତର ଏତେ ମଜାଦାର ଯେ ଆପଣ ହସି ହସି ବେଦମ୍ ହୋଇଯିବେ । 

ରାଜସ୍ଥାନର ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେଶନ(ଆରବିଏସଇ)ର ୫ମ ଶ୍ରେଣୀର ପରୀକ୍ଷା ନିକଟରେ ଶେଷ ହୋଇଛି ଏବଂ ଏବେ ଉତ୍ତର ଖାତା ଦେଖା ଆରମ୍ଭ ହୋଇଯାଇଛି । ସୋସିଆଲ ମିଡ଼ିଆ‌ରେ ଏବେ କେତେକ ଉତ୍ତରଖାତାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ପରୀକ୍ଷାରେ ଛାତ୍ରଙ୍କୁ ବିଏଲଓର ଫୁଲ ଫର୍ମ ପଚରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ଛାତ୍ର ଜଣଙ୍କ କିଛି ବହୁତ ମଜାଦାର ଜବାବ ଦେଇଥିଲେ । ଜଣେ ଛାତ୍ର ତ ଲେଖିଦେଲେ କି କୌଣସି ଏକ ରୋଗର ନାଁ ଏହା । ସେହିଭଳି ଅନ୍ୟ ଜଣେ ଛାତ୍ର କୌଣସି ମେଡ଼ିସିନର ନାଁ ବୋଲି କହିଦେଇଛନ୍ତି ଯାହା ପ୍ରତି ରୋଗର ଚିକିତ୍ସା କରିଥାଏ । ଏହିଭଳି ଭାବେ କେତେକ ମଜାଦାର ଜବାବ ଏବେ ସାମ୍ନାକୁ ଆସିଛି ।

ସେହିଭଳି ଗୋଟିଏ ପ୍ରଶ୍ନ ଥିଲା କି ଇନ୍ଧନର ଅପଚୟ କିଭଳି ରୋକାଯାଇପରିବ ? ଏହା ଉପରେ ଜଣେ ଛାତ୍ର ଲେଖିଥିଲେ କି ‘ଜୟ ଶ୍ରୀ ରାମ’ । ଏହା ପରେ ସେ ଆଗକୁ ଲେଖିଥିଲେ କି ମୋତେ ଜଣା ନାହିଁ, ମୋତେ ପଚାରନ୍ତୁ ନି । ଉତ୍ତରଖାତାର କପିରୁ ଏହା ଜଣାପଡ଼ୁଛି କି ଶିକ୍ଷକ ଏଭଳି ଉତ୍ତରର ବି କିଛି ଅଙ୍କ ଦେଇଦେଲେ, ଯାହା ସୋସିଆଲ ମିଡ଼ିଆରେ ଖବୁ ଚର୍ଚ୍ଚା ହେବାରେ ଲାଗିଛି । ରାଜସ୍ଥାନ ବୋର୍ଡ଼ର ୫ଶ୍ରେଣୀର ପରୀକ୍ଷା ୩୦ଏପ୍ରିଲରୁ ୪ମଇ ମଧ୍ୟରେ ହୋଇଥିଲା । ଲୋକସଭା ନିର୍ବାଚନ କାରଣରୁ ଏହି ପରୀକ୍ଷା ପୁନଃର୍ବାର ନିଆଯାଇଥିଲା । ଉତ୍ତରଖାତା ଦେଖାଚାଲିଛି ଏବଂ ଖୁବଶୀଘ୍ର ଫଳାଫଳ ଆସିବାର ଆଶା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.