ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପତଞ୍ଜଳି ପରେ ମେଡିକାଲ ଆସୋସିଏସନ୍‌ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଆଇଏମଏ ଅଧ୍ୟକ୍ଷଙ୍କୁ ମାଗିଲେ ଜବାବ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍ (ଆଇଏମଏ)ର ଅଭିଯୋଗ ପରେ ପତଞ୍ଜଳିର ପ୍ରତିଷ୍ଠାତା ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟର ସାମ୍ନା କରିବାକୁ ପଡ଼ିଥିଲା । ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରମକୋର୍ଟରେ ଲିଖିତ କ୍ଷମା ମାଗିଥିଲେ । ପରେ ଉଭୟ ଖବର କାଗଜରେ ବିଜ୍ଞାପନ ମାଧ୍ୟମରେ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ଏବେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି । ଏହା ସହ ଆଇଏମଏ ଅଧ୍ୟକ୍ଷ ଡାକ୍ତର ଆରଭି ଅଶୋକନଙ୍କୁ ମେ ୧୪ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । 

ପତଞ୍ଜଳିକୁ ବିରୋଧ କରୁଥିବା ଆଇଏମ୍‌ଏ ଏବେ ନିଜେ କ'ଣ କରିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ପତଞ୍ଜଳି ଆର୍ୟୁବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ବିରୋଧ କରି ଆଇଏମ୍‌ଏ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହା ପରେ କୋର୍ଟ ପତଞ୍ଜଳି ଉପରେ ବର୍ଷିଥିଲେ। ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ  କ୍ଷମା ମାଗିଥିଲେ।  ତେବେ ଏହି ମାମଲା ବିଷୟରେ ଆଇଏମ୍‌ଏ ଅଧ୍ୟକ୍ଷ ଆର୍‌ଭି ଅଶୋକନ୍‌ ଏକ ସାକ୍ଷାତକାର୍‌ରେ ମନ୍ତବ୍ୟ ଦେଇଥିଲେ।  ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି ପତଞ୍ଜଳି ଏମ୍‌ଡି ଆଚାର୍ଯ୍ୟ ବାଳକୃଷ୍ଣ କୋର୍ଟରେ ଆବେଦନ କରିଥିଲେ ।  ଏହି ଆବେଦନର ଆଜି ଶୁଣାଣି କରି  ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମନୁଲ୍ଲାଙ୍କ ଖଣ୍ଡପୀଠ ଆଇଏମ୍‌ଏ ଉପରେ ବର୍ଷିଛନ୍ତି । 

ଖଣ୍ଡପୀଠ କହିଛନ୍ତି ଯେ, ପତଞ୍ଜଳି ଉପରେ ବିଭ୍ରାନ୍ତୀକର ବିଜ୍ଞାପନକୁ ନେଇ ଆପଣ ପ୍ରଶ୍ନ ଉଠାଉଥିଲେ। ସେମାନଙ୍କର ଔଷଧକୁ ହଟାଇବା ପାଇଁ ଦାବି କରୁଥିଲେ। କିନ୍ତୁ ଆପଣ ଏବେ ନିଜେ କ'ଣ କରୁଛନ୍ତି ? ଏହା କୌଣସି ସାଧାରଣ କଥା ନୁହେଁ। କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଆଇଏମ୍‌ଏ ଅଧ୍ୟକ୍ଷ ଏ ବିଷୟରେ ମିଡିଆରେ ଆଲୋଚନା କରି କୋର୍ଟର ଗରିମା କମ୍‌ କରିବାକୁ ଚେଷ୍ଟା କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ଆଇଏମ୍‌ଏ ଅଧ୍ୟକ୍ଷ ଏକ ନ୍ୟୁଜ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ କହିଥିଲେ, ଆଇଏମଏ ଏବଂ ଘରୋଇ ଡାକ୍ତରଙ୍କ ପ୍ରାକ୍ଟିସକୁ ନେଇ ସୁପ୍ରିମକୋର୍ଟରେ ଆଲୋଚନା ହେବା ଦୁର୍ଭାଗ୍ୟପୂର୍ଣ୍ଣ । ଏହା ଦ୍ବାରା ଘରୋଇ ଡାକ୍ତରଙ୍କ ମନୋବଳ ଦୁର୍ବଳ ହେବ । ତେବେ ଆଚାର୍ଯ୍ୟ ବାଳକୃଷ୍ଣ ଆଇଏମ୍‌ଏ ଅଧ୍ୟକ୍ଷଙ୍କ ଏହି ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । 

ଅନ୍ୟପଟେ ଭ୍ରମିତ ବିଜ୍ଞାପନ ମାମଲରେ ସୁପ୍ରିମକୋର୍ଟ ବଡ଼ ମନ୍ତବ୍ୟ ଦେଇଛନ୍ତି । ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯଦି ସେଲିବ୍ରିଟି ଏବଂ ମିଡିଆ ଇନଫ୍ଲୁଏନ୍ସର ଭ୍ରମିତ ବିଜ୍ଞାପନରେ ସାମିଲ ହେଉଛନ୍ତି ତେବେ ଏହି ମାମଲାରେ ସେମାନେ ସମାନ ଭାବରେ ଦାୟୀ ରହିବେ । ବିଜ୍ଞାପନଦାତା ଏବଂ ବିଜ୍ଞାପନ ଏଜେନ୍ସ ଭ୍ରମିତ ବିଜ୍ଞାପନ ପ୍ରଦର୍ଶନ କଲେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ ।  

  • supreme court
  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.