ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହରିଆଣା ବିଜେପି ସରକାରରେ ସଙ୍କଟ, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ୱାଧୀନ ବିଧାୟକ

ଚଣ୍ଡିଗଡ଼, ୮।୫: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ହରିଆଣାର ନାୟବ ସିଂହ ସାଇନି ସରକାରରୁ ୩ ସ୍ୱାଧୀନ ବିଧାୟକ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏଥିସହ ସେମାନେ କଂଗ୍ରେସକୁ ନିଜର ସମର୍ଥନ ଘୋଷଣା କରିଛନ୍ତି । ସେମାନେ ହେଲେ ଦାଦ୍ରି ବିଧାୟକ ସୋମବିର ସଙ୍ଗୱାନ, ନିଲୋଖରି ବିଧାୟକ ଧରମପାଲ ଗୋନ୍ଧର ଏବଂ ପୁଣ୍ଡରି ବିଧାୟକ ରଣଧିର ଗୋଲନ । ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡା ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଉଦୟଭାନଙ୍କ ସହ ରୋହତକରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ଉଦୟଭାନ କହିଛନ୍ତି ସାଇନି ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ । 

ରାଜ୍ୟରେ ତୁରନ୍ତ ସାନି ବିଧାନସଭା ନିର୍ବାଚନ ହେବା ଉଚିତ୍ ବୋଲି ସେ କହିଛନ୍ତି । କଂଗ୍ରେସ ପାଖରେ ବର୍ତ୍ତମାନ ୪୫ ବିଧାୟକଙ୍କ ସମର୍ଥନ ଥିବା ହୁଡା ଦାବି କରିଛନ୍ତି । ବିଧାୟକ ଗୋଲନ କହିଛନ୍ତି ରାଜ୍ୟରେ ବେକାରୀ ଓ ମୁଦ୍ରାସ୍ଫୀତି ହାର ଚରମ ସୀମାରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ସେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଗୋନ୍ଧର କହିଛନ୍ତି ମନୋହର ଲାଲ ଖଟ୍ଟର କ୍ଷମତାରେ ଥିବା ପର୍ଯ୍ୟନ୍ତ ଆମେ ସମର୍ଥନ ଦେବୁ ବୋଲି କହିଥିଲୁ । କିନ୍ତୁ ସେ ଆଉ କ୍ଷମତାରେ ନାହାନ୍ତି । ଆମେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ପ୍ରତ୍ୟାହାର କରିଛୁ । ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି ଏହା ପଛରେ କଂଗ୍ରେସର ହାତ ରହିଛି । କଂଗ୍ରେସ କିଛି ଲୋକଙ୍କ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ପ୍ରତିଶ୍ରୁତି ଦେଇ ଏଭଳି କରିଛି । କିନ୍ତୁ ଲୋକଙ୍କ ସ୍ୱାର୍ଥ ସହିତ କଂଗ୍ରେସର କିଛି ନେଣଦେଣ ନାହିଁ । 

ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୯୦ । ସ୍ୱାଧୀନ ବିଧାୟକ ରଣଜିତ ଚୌଟାଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ପରେ ଏହା ୮୮କୁ ଖସିଆସିଛି । ବହୁମତ ଲାଗି ୪୫ ବିଧାୟକଙ୍କ ସମର୍ଥନ ଦରକାର । ବିଜେପିର ଆସନ ସଂଖ୍ୟା ୪୦ ରହିଥିଲା ବେଳେ ଏହାକୁ ୨ ସ୍ୱାଧୀନ ବିଧାୟକ ଓ ଲୋକହିତ ପାର୍ଟିର ଜଣେ ବିଧାୟକ (ଗୋପାଳ କାଣ୍ଡା) ସମର୍ଥନ କରୁଛନ୍ତି । ଫଳରେ ବିଜେପି ପାଖରେ ବର୍ତ୍ତମାନ ୪୩ ବିଧାୟକଙ୍କ ସମର୍ଥନ ରହିଛି । ମୁଖ୍ୟମନ୍ତ୍ରୀ ସାଇନି ଏବେ କର୍ଣ୍ଣାଲ ଉପନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ୩୦ ବିଧାୟକ ରହିଥିଲା ବେଳେ ଜେଜେପିର ୧୦ ଅଛନ୍ତି । ଆଇଏନ୍‌ଏଲ୍‌ଡିର ଜଣେ ଓ ଅନ୍ୟ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ଦଳକୁ ସମର୍ଥନ କରୁଛନ୍ତି । ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଫଳରେ କଂଗ୍ରେସ ନିକଟରେ ୪୫ ବିଧାୟକଙ୍କ ସମର୍ଥନ ରହିଥିବା ଦଳ ପକ୍ଷରୁ ଦାବି କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.