ନୂଆଦିଲ୍ଲୀ,୨୯।୧: ଦିଲ୍ଲୀରୁ ମୁମ୍ବାଇ ପାଇଁ ଉଡାଣ ଭରିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ଏ୧ ୨୨୫୭ ରେ ବାଜିଲା ହାଇଜ୍ୟାକ୍ ଆଲାର୍ମ। ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ। ତେବେ ପାଇଲଟ୍ ତୁରନ୍ତ ଦିଲ୍ଲୀ ଏୟାର ଟ୍ରାଫିକ୍ କନଟ୍ରୋଲ (ଏଟିସି)କୁ ସୂଚିତ କରିଛି ଏହା ଏକ ମିଛ ଆଲାର୍ମ ଥିଲା, କିନ୍ତୁ ଏଟିସି ପ୍ରୋଟୋକଲ୍ ଅନୁସାରେ ସୁରକ୍ଷା ଏଜେନ୍ସି ଓ ଭାରତୀୟ ବାୟୁସେନାକୁ ସତର୍କ କରିଦେଇଛି।
ଏୟାର ଇଣ୍ଡିଆର ଏହି ଫ୍ଲାଇଟ୍ରେ ୧୨୬ ଯାତ୍ରୀ ଥିଲେ। ଉଡାଣ ଭରିବାର ତୁରନ୍ତ ପରେ ବିମାନର ଟ୍ରାନ୍ସପୋଣ୍ଡର ‘ସକ୍ବାକ ୭୫୦୦’ କୋଡ୍ ଟ୍ରାନ୍ସମିଟ୍ କରିଛି, ଯାହାକି ସାଧାରଣତଃ ହାଇଜାକିଂର ସଙ୍କେତ ରୂପରେ ଚିହ୍ନାଯାଏ। ଜିଲ୍ଲୀ ଏୟାରପୋର୍ଟ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଆଲାର୍ମ ଫ୍ଲାଇଟ୍ର ଟେକ-ଅଫ୍ର ତୁରନ୍ତ ପରେ ସକ୍ରିୟ ହୋଇଯାଇଛି।ସ୍ବାକ କୋଡ୍ ୪ ପଏଣ୍ଟର ଏକ ସଂଖ୍ରା ହୋଇଥାଏ। ଏହାର ବ୍ୟବହାର ଟ୍ରାଫିକ୍ କନଟ୍ରୋଲ(ଏଟିସି) ଫ୍ଲାଇଟ୍ର ପରିଚୟ ପାଇଁ କରାଯାଇଥାଏ। ଏହାର କୋଡ୍ ୦୦୦୦ ରୁ ୭୭୭୭ ଥିଲା। ଫ୍ଲାଇଟ୍ ଟ୍ରାଫିଙ୍ଗ ଓ୍ବେବସାଇଟ୍ ଫ୍ଲାଇଟ୍ରାଡାର ଅନୁସାରେ, ସ୍କ୍ବାକ୍ କୋଡ୍ ୭୫୦୦ର ଅର୍ଥ ‘ବେଆଇ ହସ୍ତକ୍ଷେପ‘ ରହିଥାଏ, ଯାହାକୁ ସାଧାରଣ ଭାବରେ ହାଇଜ୍ୟାକିଂର ସଙ୍କେତ ବୋଲି ମନେକରାଯାଏ।
ତେବେ ପାଇଲଟ ତୁରନ୍ତ ସ୍ପଷ୍ଟ କରିଥିଲେ ଯେ, ଏହା ଫେକ୍ ଆଲାର୍ମ ଥିଲା, କିନ୍ତୁ ସୁରକ୍ଷା ଏଜେନ୍ସି ସତର୍କତାର ସହ ସବୁ ପ୍ରୋଟୋକଲ୍ର ପାଳନ କରିଛନ୍ତି। ପୂର୍ବତନ ଏଟିସି ଅଧିକାରୀ କହିଛନ୍ତି, ଆମେ ଏହା ମାନିପାରିବୁନି ଯେ, ପାଇଲଟ୍ଙ୍କ ଉପରେ କୌଣସି ଚାପ ନାହିଁ। ଯଦି ତାଙ୍କୁ ବନ୍ଧୁକ ଦେଖାଇ ଭୟ ଦେଖାଯାଇଛି। ରାତି ପ୍ରାୟ ୯ଟା ୪୭ ମିନିଟ୍ରେ ଫ୍ଲାଇଟ୍ ମୁମ୍ବାଇରେ ପହଁଞ୍ଚିଥିଲା, ଏହାକୁ ଅଲଗା ଅଲଗା ଭାବରେ ‘ଆଇସୋଲେସନ୍ ଓ୍ବେ’ କୁ ନିଆଯାଇଥିଲା। ଯାତ୍ରୀଙ୍କୁ ଏକ ଘଣ୍ଟା ପରେ ବିମାନକୁ ଅବତରଣ କରିବାର ଅନୁମତି ଦିଆଯାଇଥିଲା।