ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଆପ୍‌ ରାଜ୍ୟସଭା ସାଂସଦ ଶ୍ବାତି ମାଲିଓ୍ବାଲ ଦୁର୍ବ୍ୟବହାର ମାମଲା; ତିନି ଆକ୍ସନ୍‌ ମୁଡ୍‌ରେ ଦିଲ୍ଲୀ ପୁଲିସ

Image source: Livehindustan

ନୂଆଦିଲ୍ଲୀ,୧୭/୦୫: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ଦିଲ୍ଲୀ ପୋଲିସ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ମହିଳା ଆୟୋଗର ପୂର୍ବ ଅଧ୍ୟକ୍ଷ ସ୍ବାତି ମାଲିଓ୍ବାଲଙ୍କ ଉପରେ ଦୁର୍ବ୍ୟବହାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିକଟତର ବିଭବ କୁମାରଙ୍କ ଉପରେ ଗିରଫର ଖଣ୍ଡା ଝୁଲୁଛି। ପୁଲିସ ଖୁବଶୀଘ୍ର ତାଙ୍କୁ ଗିରଫ କରିପାରେ। କେଜ୍ରିଓ୍ବାଲଙ୍କ ଘରକୁ ଯାଇ ମଧ୍ୟ ଯାଞ୍ଚ କରିଛି ପୁଲିସ। ସ୍ବାତିଙ୍କ ବୟାନ ମଧ୍ୟ ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥାପନ କରାଯାଇଛି। ତମାମ ଘଟଣାରେ ଦୀର୍ଘ ନୀରବତା ପରେ ମାଲିଓ୍ବାଲ ଦିଲ୍ଲୀ ପୁଲିସକ ଅଢ଼େଇ ଫର୍ଦ୍ଦର ଏକ ଅଭିଯୋଗ ଦାଖଲ କରିବା ପରେ ଏହି ଆଧାରରେ ଏତଲା ପଞ୍ଜିକୃତ ହୋଇଛି।

ଏତଲା ପଞ୍ଜିକୃତ ହେବା ପରେ ଦିଲ୍ଲୀ ପୁଲିସ ଗୁରୁବାର ରାତିରେ ସ୍ବାତି ମାଲିଓ୍ବାଲଙ୍କର ଦିଳ୍ଲୀ ଏମ୍ସରେ ମେଡିକାଲ ପରୀକ୍ଷା କରାଯାଇଥିଲା। କୁହାଯାଉଛି ଯେ, ଦିଲ୍ଲୀ ଏମ୍ସର ସିଟି ସ୍କାନ ସମେତ କିଛି ଡାକ୍ତରୀ ରିପୋର୍ଟ ମଧ୍ୟ ରହିଛି। ଯାହାକି ଖୁବଶୀଘ୍ର ପୁଲିସକୁ ହସ୍ତଗତ ହେବ। 

ଦିଲ୍ଲୀ ପୁଲିସ ସ୍ବାତିଙ୍କ ବୟାନକୁ ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥାପନ କରାଯିବ। ଆଇପିସିର ଧାରା ୧୬୪ ଅନୁସାରେ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ଦିଆଯିବାକୁ ଥିବା ପିଡ଼ୀତାଙ୍କ ବୟାନ ଏକ ମଜବୁତ ଆଧାର ଅଟେ। ସ୍ବାତୀ ମାଲିଓ୍ବାଲ ମାଜିଷ୍ଟ୍ରେଟଙ୍କ ଆଗରେ କହିବେ ଯେ,'ସେଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହିତ କ'ଣ ହୋଇଥିଲା। ଏହା ପୂର୍ବରୁ ମାଲିଓ୍ବାଲଙ୍କ ଘରେ ଦିଲ୍ଲୀ ପୁଲିସ ପହଞ୍ଚିଥିବା ବେଳେ, ସ୍ବାତି ଅଢ଼େଇ ଫର୍ଦ୍ଦର ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ। 

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.