ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ପୁଣେ ପୋର୍ସ କାର୍‌ ମାମଲାରେ ନୂଆ ମୋଡ଼; ରକ୍ତ ନମୁନା ବଦଳାଇବାକୁ ଦିଆଯାଇଥିଲା ଲାଞ୍ଜ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

ନୂଆଦିଲ୍ଲୀ,୧୪/୦୬: ମହାରାଷ୍ଟ୍ରର ପୁଣେ ପୋର୍ସ କାର୍ ଘଟଣାରେ ଆଉ ଏକ ବଡ଼ ଖୁଲାସା ହୋଇଛି। ଏହି ମାମଲାରେ ପୋଲିସକୁ ଏକ ସିସିଟିଭି ଫୁଟେଜ ମିଳିଛି ଯେଉଁଥିରେ ସସୁନ୍ ଜେନେରାଲ୍ ହସ୍ପିଟାଲର ଜଣେ କର୍ମଚାରୀ ଲାଞ୍ଚ ନେଉଥିବାର ନଜର ଆସିଛନ୍ତି। ଅଭିଯୁକ୍ତ ନାବାଳିକାର ରକ୍ତ ନମୁନା ବଦଳାଇବା ପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ ଦିଆଯାଇଥିଲା। ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ଡାକ୍ତରଖାନାର ଜଣେ କର୍ମଚାରୀ ସିସିଟିଭିରେ କଏଦ ହୋଇଛନ୍ତି। 

କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଯେ ଏହି ସିସିଟିଭି ଫୁଟେଜ ୟରଓ୍ବାଡ଼ା ଅଞ୍ଚଳର, ଯେଉଁଠାରେ ମଧ୍ୟସ୍ଥତା କରୁଥିବା ଅଶପାକ ମାକାନ୍ଦର ଡାକ୍ତରଖାନା କର୍ମଚାରୀ ଅତୁଲ ଘାଟକମ୍ବଲେଙ୍କୁ ଟଙ୍କା ଦେଉଥିବାର ନଜର ଆସିଛନ୍ତି। ଏହି ମାମଲାରେ ଉଭୟ ମକନ୍ଦର ଏବଂ ଘାଟାକମ୍ବଲେଙ୍କୁ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ଅଭିଯୁକ୍ତ ନାବାଳିକାର ରକ୍ତ ନମୁନା ବଦଳାଇବା ପାଇଁ ଏହି ଲାଞ୍ଚ ଦିଆଯାଇଥିଲା। କହିରଖୁଛୁ ଯେ, ନାବାଳକର ରକ୍ତ ନମୁନା ତାଙ୍କ ମା'ଙ୍କ ନମୁନା ସହିତ ବଦଳାଯାଇଥିଲା। ପୋଲିସ କହିଛି ଯେ ନାବାଳକର ପିତା ବିଲ୍ଡର ବିଶାଲ ଅଗ୍ରୱାଲ ତିନି ଲକ୍ଷ ଟଙ୍କା ଲାଞ୍ଚ ଦେଇଥଲେ, ସେଥିମଧ୍ୟରୁ ଅଢ଼େଇ ଲକ୍ଷ ଟଙ୍କା ଡକ୍ଟର ଶ୍ରୀହରି ହାଲନୌରଙ୍କୁ ଏବଂ ବାକି ପଚାଶ ହଜାର ଟଙ୍କା ଘାଟାକମ୍ବଲେଙ୍କୁ ଦିଆଯାଇଥିଲା। ପରେ ପୋଲିସ ଏହି ଟଙ୍କା ଉଭୟଙ୍କଠାରୁ ଜବତ କରିଥିଲା।

ପୋଲିସର ଅବହେଳା: 

ଦୁର୍ଘଟଣା ପରେ ୟେରୱାଡା ଥାନାର ଦୁଇଜଣ ଅଧିକାରୀ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେମାନେ ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇ ନାହାଁନ୍ତି ଏବଂ କଣ୍ଟ୍ରୋଲ ରୁମକୁ ଜଣାଇବାକୁ ଜରୁରୀ ବୋଲି ଭାବିନଥିଲେ। ଜୋନ୍ ୧ ର ଡିସିପି ଗିଲ୍ ମଧ୍ୟ ରାତି ରାତ୍ରୀ ପାଟ୍ରୋଲିଂରେ ଥିଲେ, ତେବେ ତାଙ୍କୁ ମଧ୍ୟ ସୂଚନା ଦିଆଯାଇନଥିଲା। ପରେ ପୋଲିସ ଉଭୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ନିଲମ୍ବନ କରିଥିଲା। ଉଭୟ ଅଧିକାରୀଙ୍କ ନାଁ ପୋଲିସ ଇନ୍ସପେକ୍ଟର ରାହୁଲ ଜଗଡେଲ ଏବଂ ଏପିଆଇ ବିଶ୍ୱନାଥ ଟୋଡକରୀ। ଅଭିଯୋଗ ହୋଇଛି ଯେ ସମ୍ପୃକ୍ତ ଅଧିକାରୀମାନେ ବିଳମ୍ବରେ ଏହି ଅପରାଧ ବିଷୟରେ ଜଣାଇଥିଲେ ଏବଂ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା କରିଥିଲେ। ଅଭିଯୁକ୍ତ ନାବାଳକକୁ ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ନେଇ ନଥିଲା।

ଅନୁସନ୍ଧାନକୁ ପ୍ରଭାବିତ କରିବାକୁ ଚେଷ୍ଟା !

ଏହି ଘଟଣା ପରେ ଭଡଗାଓଁ ଶେରି ବିଧାୟକ ସୁନୀଲ ଟିଙ୍ଗ୍ରେ ମଧ୍ୟ ସକାଳେ ୟେରୱାଡା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସେ ପୋଲିସ ଷ୍ଟେସନକୁ ଯିବାବେଳେ ଏକ ବିବାଦ ଉପୁଜିଥିଲା। ଅଭିଯୋଗ ହୋଇଛି ଯେ ସେ ନାବାଳକ ସପକ୍ଷରେ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। କାରଣ ସେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ନିକଟତର ବୋଲି କୁହାଯାଉଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.