ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ସିକିମରେ ପ୍ରବଳ ବର୍ଷା; ୬ ମୃତ୍ୟୁ, ଫସିଛନ୍ତି ୧୫ ଶହରୁ ଅଧିକ ଯାତ୍ରୀ

ନୂଆଦିଲ୍ଲୀ,୧୪/୬: ଭୀଷଣ ବର୍ଷା ଯୋଗୁଁ ସିକିମରେ ପରିସ୍ଥିତି ଅସମ୍ଭାଳ। ଏନେଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ଶହ ପର୍ଯ୍ୟଟକ ସେଠାରେ ଫସି ରହିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେବି ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ସିକିମର ପାହାଡ଼ିଆ ଅଞ୍ଚଳରୁ ବର୍ଷା ପାଣି ପ୍ରଖର ସ୍ରୋତରେ ତଳକୁ ଖସୁଥିବାରୁ ଏହାର ପ୍ରଖରତା ଖୁବ୍‌ ଅଧିକ ରହିଛି। ତେଣୁ ବିଭିନ୍ନ ରାଜ୍ୟରୁ ସିକିମକୁ ବୁଲି ଯାଇଥିବା ପ୍ରାୟ ୧୫ ଶହରୁ ଅଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପଦକ୍ଷେପ ନିଆଯାଉଥିବା ସିକିମ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିଯୋଗୁଁ ବହୁ ସ୍ଥାନରେ ରାସ୍ତା ଓ ପୋଲ ଧୋଇ ହୋଇ ଯାତାୟତ ବନ୍ଦ ହୋଇ ଯାଇଛି। କେବଳ ସେତିକି ନୁହେଁ, ଏଥିଯୋଗୁଁ ବିଜୁଳି ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ମୋବାଇଲ ନେଟୱର୍କ ବି କାମ କରୁନି। ସେହିପରି ଗତବର୍ଷ ଏପରି ସ୍ଥିତି ଉପୁଜି ଏକ ଡ୍ୟାମ୍‌ ବନ୍ଧ ଭାଙ୍ଗି ଯାଇଥିଲା, ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏବେ ହେଉଥିବା ଭୀଷଣ ବର୍ଷା ଯୋଗୁଁ ଭୁସ୍ଖଳନ ଆଶଙ୍କା ଥିବାରୁ ସାଟେଲେଇଟ୍‌ ଜରିଆରେ ବହୁ ଜଳ ଭଣ୍ଡାର ଉପରେ ନଜର ରଖାଯାଇଛି। 





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.