ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ସେ ଟମ୍‌, ଡିକ୍‌ କିମ୍ବା ହ୍ୟାରି ନୁହଁନ୍ତି…, ୟେଦିୟୁରପ୍ପାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ପୋକସୋ ମାମଲାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି । ଆଗାମୀ ଶୁଣାଣି ପର୍ଯ୍ୟନ୍ତ ୟେଦିୟୁରପ୍ପାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଏହା ସହ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି । ବିଏସ୍‌ ୟେଦିୟୁରପ୍ପାଙ୍କୁ ଜୁନ୍‌ ୧୭ରେ ସିଆଇଡି ନିକଟରେ ହାଜର ହେବାକୁ ହେବ । ଏହି ମାମଲାର ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି ଜଣାପଡ଼ିଛି ।  

ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ, ଜଷ୍ଟିସ୍‌ ଏସ୍‌ କୃଷ୍ଣ ଦିକ୍ଷିତ ବିଏସ୍‌ ୟେଦିୟୁରପ୍ପାଙ୍କ ଗିରଫାଦାରୀ ଉପରେ ପ୍ରଶ୍ନ ଉଠାଇଥିଲେ । କୋର୍ଟ ରାଜ୍ୟ ସରକାରଙ୍କ ଅଭିଯୋଗକୁ ସ୍ବୀକାର କରିନାହାନ୍ତି । ଜୁନ୍‌ ୧୧ରେ ୟେଦିୟୁରପ୍ପା ତଦନ୍ତରେ ସାମିଲ ନହୋଇ ଦିଲ୍ଲୀ ଚାଳିଯାଇଥିଲେ ବୋଲି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ହେଲେ ଏହି ଅଭିଯୋଗର ସତ୍ୟତା ନଥିବା କହିଛନ୍ତି କୋର୍ଟ । 

ଏହା ଉପରେ ଆଡଭୋକେଟ୍‌ ଜେନେରାଲ୍‌ ଶଶି କିରଣ ଶେଟ୍ଟି କୋର୍ଟରେ କହିଥିଲେ ଯେ, ନୋଟିସ୍‌ ଜାରି ହେବା ପରେ ବିଏସ୍‌ ୟେଦିୟୁରପ୍ପା ବିମାନ ଟିକେଟ ବୁକ୍‌ କରିଥିଲେ । ହାଇକୋର୍ଟ କହିଛନ୍ତି ଯେ, ବିଏସ୍‌ ୟେଦିୟୁରପ୍ପା ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଫେରାର ହେବାର ସମ୍ଭାବନା ନାହିଁ । ୟେଦିୟୁରପ୍ପା ୧୧ ଜୁନ୍‌ରେ ନୋଟିସ୍‌ର ଜବାବ ଦେଇ ୧୭ ଜୁନ୍‌ରେ ହାଜର ହେବେ ବୋଲି କହିଥିଲେ । 

ହାଇକୋର୍ଟ ଆହୁରି କହିଛନ୍ତି ଯେ, ବିଏସ୍ ୟେଦିୟୁରପ୍ପା ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ କୌଣସି ଟମ୍‌, ଡିକ କିମ୍ବା ହ୍ୟାରି ନୁହଁନ୍ତି । ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ । କଣ ସେ ଦେଶ ଛାଡ଼ି ଚାଲିଯିବେ କି ? ବେଙ୍ଗାଲୁରୁ ଦିଲ୍ଲୀ ଯାଇ ସେ କଣ କରିପାରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏପରିକି ଶୁଣାଣି ସମୟରେ ମାମଲାର ବାସ୍ତବିକତା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସେପଟେ ୟଦିୟୁରପ୍ପାଙ୍କ ଓକିଲ କହିଛନ୍ତି ଯେ, ଅଭିଯୋଗକାରିଣୀ (ପୀଡ଼ିତାଙ୍କ ମା’) ଛୋଟ ଛୋଟ ଘଟଣାରେ ଏଫଆଇଆର ଦାୟର କରିବାରେ ଅଭ୍ୟସ୍ତ । ଏହା ପରେ ଅଭିଯୋଗର ସତ୍ୟତା ଉପରେ କୋର୍ଟ ପ୍ରଶ୍ନ କରିଥିବା ଜଣାପଡ଼ିଛି ।

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.