ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଲା ୧୦ଟି ଅଗ୍ନିଶମ ବାହିନୀ

କୋଲକାତା,୧୪/୬: କୋଲକାତାର ଏକ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ସେଠାରେ ଥିବା ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି। ତେବେ କୋଲକାତାର ଆକ୍ରୋପଲିସ୍ ମଲରେ ଅଗ୍ନିକାଣ୍ଡ ସମ୍ପର୍କରେ ସତର୍କ ସୂଚନା ପାଇବା ପରେ ଅତି କମରେ ଦଶଟି ଅଗ୍ନିଶମ ବାହାନୀକୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସେଠାକୁ ପଠାଯାଇଛି।

ଅଗ୍ନିଶମ ବିଭାଗର ଅଧିକାରୀମାନେ ମଧ୍ୟ ମଲ ଭିତରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଖାଲି କରିଛନ୍ତି। ସେମାନେ ସମସ୍ତଙ୍କୁ ବାହାରକୁ ପଠାଇ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।ଅଗ୍ନିକାଣ୍ଡର ପ୍ରକୃତ ଉତ୍ସ ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି। ନିଆଁ ଲାଗିବା ପରେ ଲୋକମାନେ ମଲରୁ ଦୌଡ଼ି ପଳାଇ ଆସୁଥିବାର ଅନେକ ଦୃଶ୍ୟ ଭିଡିଓରେ ଦର୍ଶାଯାଇଛି। ମଙ୍ଗଳବାର ଠାରୁ ଆଜି ସୁଦ୍ଧା ସହରରେ ଏହା  ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ମଙ୍ଗଳବାର ଦିନ କୋଲକାତାର ପାର୍କ ଷ୍ଟ୍ରିଟ୍ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ଅନେକ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.