ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଆନ୍ଧ୍ରପ୍ରଦେଶରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ପାଖରେ ଲ’ ଆଣ୍ଡ ଅର୍ଡର ମନ୍ତ୍ରାଳୟ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିବା ପରେ ଏନ. ଚନ୍ଦ୍ରବାବୁ ନାଇଡୁ ଜୁନ ୧୨ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହା ପରେ ଆଜି (ଶୁକ୍ରବାର) ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ସିଏମ ନାଇଡୁ ନିଜ ପାଖରେ ଆଇନ ଏବଂ ଶୃଙ୍ଖଳା ବିଭାଗ ରଖିଥିବା  ବେଳେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଦଳ ଜନସେନା ପାଖକୁ ଏକାଧିକ ବିଭାଗ ଯାଇଛି । ଜନସେନା ପାର୍ଟିର ମୁଖ୍ୟଙ୍କୁ ପଞ୍ଚାୟତି ରାଜ, ପରିବେଶ, ଜଙ୍ଗଲ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ ଶିକ୍ଷା, ଆଇଟି ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ବିଭାଗ ମିଳିଛି । ଏହା ସହ ଅନୀତା ବଙ୍ଗଲପୁଡିଙ୍କୁ ଗୃହ ବ୍ୟାପାର ବିଭାଗ, ସତ୍ୟା କୁମାର ଯାଦବଙ୍କୁ ସ୍ବାସ୍ଥ୍ୟ ଏବଂ ପୟାବୁଲା କେଶବଙ୍କୁ ଅର୍ଥ ମନ୍ତ୍ରାଳୟ ମିଳିଥିବା ଜଣାପଡ଼ିଛି । ଅନ୍ୟପଟେ କିଂଜାରାପୁ ଉଚ୍ଚନାଡୁଙ୍କୁ କୃଷି, ପଶୁପାଳନ, ଡାଏରୀ ବିକାଣ ଏବଂ ମତ୍ସ୍ୟପାଳନ ବିଭାଗ ମିଳିଛି । 

କୋଲ୍ଲୁ ରବୀନ୍ଦ୍ରଙ୍କୁ ମାଇନିଂ ଏବଂ ଭୂବିଜ୍ଞାନ, ଅବକାରୀ ବିଭାଗ ମିଳିଥିବା ବେଳେ ନାନ୍ଦେଦଲା ମନୋହରଙ୍କ ପାଖକୁ ଯାଇଛି ଖାଦ୍ୟ ଏବଂ ନାଗରିକ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ । ପୋଙ୍ଗୁରୁ ନାରାୟାଣ ନଗର ପ୍ରଶାସନ ଏବଂ ସହରୀ ବିକାଶ ମନ୍ତ୍ରୀ ହୋଇଛନ୍ତି । 

ସତ୍ୟ କୁମାର ଯାଦବଙ୍କୁ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଏବଂ ଚିକିତ୍ସା ଶିକ୍ଷା, ଡାକ୍ତର ନିମ୍ମଲା ରାମାନାୟୁଡୁଙ୍କୁ ଜଳ ସଂଶାଧନ ବିକାଶ, ମହମ୍ମଦ ଫାରୁକଙ୍କ ବିଧି, ନ୍ୟାୟ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ, ଅନମ  ରାମନାରାୟଣ ରେଡ୍ଡୀଙ୍କୁ ଦେବୋତ୍ତର ବିଭାଗ, ଅନଗନୀ ସତ୍ୟ ପ୍ରସାଦଙ୍କୁ ରାଜସ୍ବ ଓ ପଞ୍ଜିକରଣ ବିଭାଗ, କୋଲୁସୁ ପାର୍ଥସାରଥିଙ୍କୁ ଆବାସ, ସୂଚନା ଏବଂ ଜନସଂପର୍କ ବଭାଗର ଦାୟିତ୍ବ ମିଳିଛି । 

 

  • Andhra pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.