ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

କାମ ଚୋର ଇଞ୍ଜିନିୟରଙ୍କ ଉପରେ ଫାଇଲ ଫୋପାଡ଼ିଲେ ମେୟର, ଭିଡିଓ ଭାଇରାଲ୍

କାନପୁର: କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଉପରକୁ ଫାଇଲ୍‌ ଫୋପାଡ଼ିଲେ ମେୟର । ଉତ୍ତରପ୍ରଦେଶର କାନପୁର ମହାନଗର ନିଗମରେ ଏଭଳି ଘଟଣାର ଭିଡିଓ ଭାଇରାଲ ହୋଇଛି । କାନପୁର ମେୟର ପ୍ରମିଳା ପାଣ୍ଡେ ଡ୍ରେନେଜ୍‌ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଉପରକୁ ଫାଇଲ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କାନପୁର ମେୟର ପ୍ରମିଳା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଡ୍ରେନେଜ୍‌ ସମସ୍ୟାକୁ ନେଇ ଏକ ବୈଠକ ହୋଇଥିଲା । ଏହି ବୈଠକରେ ଜୋନ୍‌ ୩ର କାର୍ଯ୍ୟନିର୍ବାହୀ ଅଧିକାରୀ ନାନକ ଚାନ୍ଦ ମାର୍ଚ୍ଚ ମାସର ଏକ ଫାଇଲ ମେୟରଙ୍କୁ ଦେଖାଇଥିଲେ । ତେବେ ଜୁନ୍‌ ମାସରେ ମାର୍ଚ୍ଚ ଫାଇଲ ଦେଖି ରାଗିଯାଇଥିଲେ ପ୍ରମିଳା । 

ଏହା ପରେ ଡ୍ରେନ୍‌ ସମସ୍ୟାର ସମାଧାନ କାହିଁକି ହୋଇନି ବୋଲି ପଚାରିବା ସହ ଇଞ୍ଜିନିୟରଙ୍କ ଉପରକୁ ଫାଇଲ ଫୋପାଡ଼ି ଦେଇଥିଲେ । ଡ୍ରେନ୍‌ ପରିଷ୍କାର କରିବା ଲାଗି ମେୟର ଦୁଇ ମାସ ପର୍ବରୁ ଅର୍ଡର ଜାରି କରିଥିଲେ । କିନ୍ତୁ ସ୍ଥତି ଯଥା ପୂର୍ବଂ ତଥା ପରମ୍‌ । ଜବରଦଖଲ ନହଟିବା ପର୍ଯ୍ୟନ୍ତ ଡ୍ରେନ୍‌ଗୁଡ଼ିକ ପୁନରୁଦ୍ଧାର ବାଧାପ୍ରାପ୍ତ ହେବ ବୋଲି କହିଥିଲେ ପ୍ରମିଳା ପାଣ୍ଡେ। ଏହା ପରେ ଇଞ୍ଜିନିୟରମାନେ କିନ୍ତୁ ସେସବୁ ସ୍ଥାନକୁ ଯାଇ ସ୍ଥିତି ପରଖିନଥିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ସମୀକ୍ଷା ବୈଠକ ଡକାଇଥିଲେ ପ୍ରମିଳା । 

୬ଟି ଜୋନର ଇଞ୍ଜିନିୟରମାନେ ବୈଠକରେ ଯୋଗ ଦେଇଥିଲେ ।  ଡ୍ରେନ୍‌ ସଂପର୍କରେ ସମୀକ୍ଷା କରାଯାଇଥିବା ନେଇ କୌଣସି ଯନ୍ତ୍ରୀ ଗୋଟିଏ ବି ଫଟୋ ଦେଖାଇପାରି ନଥିଲେ । ଏହା ପରେ ଉତକ୍ଷିପ୍ତ ହୋଇ ପ୍ରମିଳା ପାଣ୍ଡେ ସଂପୃକ୍ତ ଇଞ୍ଜିନିୟରଙ୍କୁ କମେଣ୍ଟ ମାରିଲା ଭଳି କଥା କହିଥିଲେ । ଘଟଣାସ୍ଥଳକୁ ନଯାଇ ବାବୁମାନେ ଏସି ରୁମରେ ବସି କାମ କରିବାକୁ ଇଚ୍ଛୁକ ବୋଲି ସେ କହିଥିଲେ । ଏହା ପୂର୍ବରୁ ମେଟ୍ରୋର ଅଧିକାରୀମାନଙ୍କ କାର୍ଯ୍ୟାଳୟର ଏସି ଓ ଫ୍ୟାନ୍ ବନ୍ଦ କରି ସେମାନଙ୍କୁ ବାରଣ୍ଡାରେ ବସାଇବାକୁ ନିର୍ଦ୍ଦେଶ ଦେଇଥିଲେ ମେୟର ପ୍ରମିଳା ପାଣ୍ଡେ । 

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.