ନୂଆଦିଲ୍ଲୀ, ୧୨/୧୧: ଦିଲ୍ଲୀ ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । LNJP ହସ୍ପିଟାଲରେ ପହଞ୍ଚି ଚିକିତ୍ସିତଙ୍କୁ ଭେଟିଛନ୍ତି ପିଏମ୍ ମୋଦୀ । ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସୂଚନା ଅନୁଯାୟୀ, ସୋମବାର ଦିଲ୍ଲୀ ଲାଲକିଲ୍ଲା ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏହି ଭୟଙ୍କର ବ୍ଲାଷ୍ଟରେ ଏପର୍ଯ୍ୟନ୍ତ ୧୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଭୁଟାନ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ସିଧାସଳଖ LNJP ହସ୍ପିଟାଲକୁ ଯାଇଥିଲେ । ସେଠାରେ ବିସ୍ଫୋରଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ପୀଡ଼ିତଙ୍କୁ ଭେଟିଛନ୍ତି । ଡାକ୍ତର ଠାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହିତ ଆହତଙ୍କ ଯନ୍ତ୍ରଣା ଶୁଣିଛନ୍ତି । ଏହା ସହିତ ପୀଡ଼ିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।