ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଇସକ୍ରିମ୍-କୋଲ୍ଡଡ୍ରିଙ୍କ୍ସରେ ମିଶୁଛି ଲୁଗାଧୁଆ ଡିଟରଜେଣ୍ଟ ପାଉଡର, ହାଡ଼କୁ କରୁଛି ଦୁର୍ବଳ

Published By : Swapna Ray | April 5, 2025 3:40 PM

ନୂଆଦିଲ୍ଲୀ, ୫।୪: ଡହ ଡହ ଖରାରେ ଆଇସକ୍ରିମ୍‌ଟେ ଖାଇଦେଲେ କି କୋଲ୍ଡଡ୍ରିଙ୍କ୍ସ ଟିକେ ପିଇଦେଲେ । ଓଃ କି ଆରାମ । ପ୍ରାଣ ପଶିଯାଏ । ଖରାଦିନେ ଆଇସକ୍ରିମ୍ ଖାଇବା କି କୋଲଡ୍ରିଙ୍କ୍ସ ପିଇବା ଖୁବ୍ ସାଧାରଣ କଥା । କିନ୍ତୁ, ଏଥିରେ ମିଶାଯାଉଥିବା ସାମଗ୍ରୀ ବିଷୟରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏସବୁ ଖାଇବା ପୂର୍ବରୁ ଶହେ ଥର ଭାବିବେ । ଆଶ୍ଚର୍ଯ୍ୟ ହେବେ ଯେ, ପାଟିକୁ ସୁଆଦିଆ ଲାଗୁଥିବା ଆଇସକ୍ରିମ୍‌ରେ ମିଶୁଛି ଆପଣ ଲୁଗା ଧୋଉଥିବା ଡିଟରଜେଣ୍ଟ ପାଉଡର । ଏଥିରେ ଡିଟରଜେଣ୍ଟ ପାଉଡର ଏବଂ ଫସଫୋରିକ ଏସିଡ ଭଳି ବିପଜ୍ଜନକ ପଦାର୍ଥ ରହିଛି, ଯାହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । କିଛି ନିର୍ମାତା ଏକ ନକଲି ବହଳିଆ କ୍ରିମ୍ ସୃଷ୍ଟି କରିବାକୁ ଆଇସକ୍ରିମରେ ଡିଟରଜେଣ୍ଟ ପାଉଡର ବ୍ୟବହାର କରୁଥିଲେ, ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଏଥିରେ ମିଶାଯାଉଥିବା ରାସାୟନିକ ପଦାର୍ଥ ହାଡ଼ ଦୁର୍ବଳ କରେ । 

ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ । କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FDA) ଦ୍ୱାରା ଖାଦ୍ୟ ସୁରକ୍ଷା ତଦନ୍ତରେ ବେଙ୍ଗାଲୁରୁରେ ଆଇସକ୍ରିମ ଏବଂ ଥଣ୍ଡା ପାନୀୟ ଉତ୍ପାଦନରେ ଏଭଳି ଚିନ୍ତାଜନକ ପର୍ଦ୍ଦାଫାସ ହୋଇଛି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ୨୨୦ଟି ଖୁଚୁରା ଦୋକାନର ଯାଞ୍ଚ ସମୟରେ କର୍ତ୍ତୃପକ୍ଷ ଅସ୍ୱଚ୍ଛ ଅବସ୍ଥାରେ ଚାଲୁଥିବା ୯୭ଟି ଦୋକାନ ଧରାପଡ଼ିଥିଲା । ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ତଦନ୍ତକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ, କିଛି ନିର୍ମାତା ଡିଟରଜେଣ୍ଟ, ୟୁରିଆ କିମ୍ବା ଷ୍ଟାର୍ଚରୁ ତିଆରି ସିନ୍ଥେଟିକ୍ କ୍ଷୀର, ସାକାରିନ୍ ଏବଂ ନିଷିଦ୍ଧ ରଙ୍ଗୀନ ଏଜେଣ୍ଟ ଭଳି କୃତ୍ରିମ ମିଠା ସହିତ ବ୍ୟବହାର କରୁଥିଲେ । 

ଏକକାଳୀନ କାର୍ଯ୍ୟାଷ୍ଠାନରେ, ଅଧିକାରୀମାନେ ୫୯୦ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ମେସ୍ ଯାଞ୍ଚ କରିଥିଲେ । ଏଥିସହ ୨୧୪ଟି ପ୍ରତିଷ୍ଠାନକୁ ଚିହ୍ନଟ କରିଥିଲେ ଯେଉଁମାନେ ସ୍ୱଚ୍ଛତା ନିୟମ ବଜାୟ ରଖିନଥିଲେ । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, ସ୍ୱଚ୍ଛତା ନିୟମ ଉଲ୍ଲଂଘନ ପାଇଁ ଖାଦ୍ୟ ନିର୍ମାତାମାନଙ୍କ ଉପରେ FDA ୩୮ ହଜାର ଟଙ୍କା ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ୧ ଲକ୍ଷ ୧୫ ହଜାର ଟଙ୍କା ଜୋରିମାନା ଲଗାଇଛି । ଫସଫୋରିକ୍ ଏସିଡ୍, ଯଦିଓ କିଛି ପ୍ରକ୍ରିୟାକୃତ ଖାଦ୍ୟରେ ସୀମିତ ପରିମାଣରେ ଆଇନଗତ ଭାବେ ଅନୁମତି ଦିଆଯାଇଛି, ଏହାର ଅପବ୍ୟବହାର କଲେ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରେ । ସାଧାରଣତଃ କୋଲା ବା କୋଲ୍ଡଡ୍ରିଙ୍କ୍ସର ଅତ୍ୟଧିକ ସେବନ ସମୟକ୍ରମେ ହାଡ଼ ଦୁର୍ବଳ କରେ । କର୍ତ୍ତୃପକ୍ଷ ଗ୍ରାହକମାନଙ୍କୁ ଏନେଇ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ତଦନ୍ତ ଜାରି ରହିଥିବାରୁ ଅଧିକାରୀମାନେ ଜନସାଧାରଣଙ୍କୁ ଅଣବ୍ରାଣ୍ଡେଡ୍ କିମ୍ବା ଅସାଧାରଣ ଶସ୍ତା ଖାଦ୍ୟ ଉତ୍ପାଦ ନ କିଣିବାକୁ ପରାମର୍ଶ ଦେଇଛି । ସେହିପରି ଗତ ଫେବୃଆରୀ ମାସରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବେଙ୍ଗାଲୁରୁର ହୋଟେଲ ଗୁଡ଼ିକରେ ଦିଆଯାଉଥିବା କିଛି ଇଡଲିରେ କର୍କଟ ସୃଷ୍ଟିକାରୀ ପଦାର୍ଥର ଉପସ୍ଥିତି ଯୋଗୁଁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.