ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଢାକା ବିମାନ ଦୁର୍ଘଟଣା ନେଲା ନୂଆ ମୋଡ; ଚୀନ୍‌ ନିର୍ମିତ ଏଫ୍‌-୭ ଜେଟ୍‌ର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ

Published By : Bijay Swain | July 21, 2025 10:31 PM

ଢାକା: ସୋମବାର ବାଂଲାଦେଶ ବାୟୁସେନାର ଏକ ଏଫ୍‌-୭ ବିଜିଆଇ ତାଲିମ ବିମାନ ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ୍‌ ସ୍କୁଲ ଆଣ୍ଡ୍‌ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ଫଳରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଚୀନ୍‌ ନିର୍ମିତ ଏଫ୍‌-୭ ଜେଟ୍‌ର ସୁରକ୍ଷା ଏବଂ ନିର୍ଭରଯୋଗ୍ୟତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ବାଂଲାଦେଶ ବାୟୁସେନାର ଏକ ନିୟମିତ ତାଲିମ ଅଭିଯାନ ସମୟରେ ଏହି ବିମାନଟି ସ୍ଥାନୀୟ ସମୟ ଅପରାହ୍ନ ୧:୦୬ରେ କୁର୍ମିତୋଲା ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲା। କିନ୍ତୁ ଉଡ଼ାଣ ପରେ ବିମାନରେ ଏକ "ଯାନ୍ତ୍ରିକ ତ୍ରୁଟି" ଦେଖାଦେଇଥିଲା। ଯାହା ଦୁର୍ଘଟଣାର କାରଣ ହୋଇଥିଲା। ବିମାନଟିର ପାଇଲଟ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ମହମ୍ମଦ ଟୌକିର ଇସଲାମ ଜନବହୁଳ ଅଞ୍ଚଳରୁ ବିମାନକୁ ଦୂରେଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିମାନଟି ସ୍କୁଲର ଏକ ଦୁଇମହଲା ଭବନରେ ଧକ୍କା ଖାଇଥିଲା। ଯେଉଁଠାରେ ନର୍ସରୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଚାଲିଥିଲା।

ଏଫ୍‌-୭ ଜେଟ୍‌ର ପୃଷ୍ଠଭୂମି

ଏଫ୍‌-୭, ଯାହାକୁ ଚୀନ୍‌ରେ ଜେ-୭ ନାମରେ ଜଣାଯାଏ। ସୋଭିଏତ୍‌ ସମୟର ମିଗ୍‌-୨୧ ଜେଟ୍‌ର ଏକ ଚୀନ୍‌ ନିର୍ମିତ କ୍ଲୋନ(ପ୍ରତିଲିପି)। ୧୯୬୨ରେ ସୋଭିଏତ୍‌ ଯୁନିଅନ୍‌ ଚୀନ୍‌କୁ ଏହାର ପ୍ରଯୁକ୍ତି ହସ୍ତାନ୍ତର କରିଥିଲା। କିନ୍ତୁ ଅସମ୍ପୂର୍ଣ୍ଣ ତଥ୍ୟ ହେତୁ ଚୀନ୍‌କୁ ଏହାକୁ ରିଭର୍ସ ଇଞ୍ଜିନିୟରିଂ କରିବାକୁ ପଡ଼ିଥିଲା। ଚୀନ୍‌ ମିଗ୍‌-୨୧ର କିଛି ମୌଳିକ ତ୍ରୁଟି ଯଥା ହାଇଡ୍ରୋଲିକ୍‌ ସିଷ୍ଟମ୍‌ ଏବଂ ଅସ୍ଥିର ଇନ୍ଧନ ଟ୍ୟାଙ୍କ ସ୍ଥାପନକୁ ସୁଧାର କରି ଏଫ୍‌-୭ ବିଜିଆଇ ତିଆରି କରିଥିଲା। ଏହା ଏକ ବଜେଟ୍‌-ଫ୍ରେଣ୍ଡଲି, ମଲ୍ଟି-ରୋଲ ଫାଇଟର ଭାବେ ବାଂଲାଦେଶ ବାୟୁସେନା ପାଇଁ ଡିଜାଇନ୍‌ କରାଯାଇଥିଲା। ଏହି ବିମାନରେ ମାକ୍‌ ୨.୨ ଗତି, କେଏଲ୍‌ଜେ-୬ଏଫ୍‌ ରାଡାର ଏବଂ ଆଧୁନିକ ଗ୍ଲାସ୍‌ କକ୍‌ପିଟ୍‌ ସହିତ ତିନୋଟି ମଲ୍ଟି-ଫଙ୍କସନାଲ ଡିସପ୍ଲେ ଏବଂ ହଟାସ୍‌ (ହ୍ୟାଣ୍ଡସ୍‌-ଅନ୍‌-ଥ୍ରଟଲ୍‌-ଆଣ୍ଡ୍‌-ଷ୍ଟିକ୍‌) ନିୟନ୍ତ୍ରଣ ଅନ୍ତର୍ଭୁକ୍ତ ରହିଛି ବୋଲି ଚୀନ ଦାବି କରିଥାଏ।

ସୁରକ୍ଷା ସମ୍ପର୍କିତ ଚିନ୍ତା

ଏଫ୍‌-୭ ବିଜିଆଇ ମିଗ୍‌-୨୧ ଅପେକ୍ଷା ଉନ୍ନତ ହେଲେ ମଧ୍ୟ, ଏହାର ପୁରୁଣା ଏୟାରଫ୍ରେମ୍‌ ଡିଜାଇନ୍‌ ଏବଂ "ସଂକୀର୍ଣ୍ଣ ସୁରକ୍ଷା ମାର୍ଜିନ୍‌" ହେତୁ ଏହା ଅନ୍ୟ ଆଧୁନିକ ଜେଟ୍‌ଗୁଡ଼ିକ ତୁଳନାରେ ଅଧିକ ଦୁର୍ଘଟଣା ହାର ଦେଖାଯାଇଥାଏ। ଯାହା ପାଇଲଟମାନଙ୍କୁ ଏହି ବିମାନ ଉଡାଣରେ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ବିଶେଷ କରି ତାଲିମ ସମୟରେ ଅଧିକ ସାବଧାନତା ଅବଲମ୍ୱନ କରାଯାଇଥାଏ। ଏହି ବିମାନ ନିର୍ମାଣ କରୁଥିବା  ଚୀନ୍‌ର ମୂଳ ନିର୍ମାତା କମ୍ପାନିଗୁଡିକର ଆଫ୍ଟର-ସେଲ୍ ସେବା ଏବଂ ରକ୍ଷଣାବେକ୍ଷଣ ସମର୍ଥନ ମଧ୍ୟ ବାଂଲାଦେଶ ବାୟୁସେନା ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ୨୦୨୫ରେ ଏହା ଦ୍ୱିତୀୟ ଏଫ୍‌-୭ ଦୁର୍ଘଟଣା, ଯେଉଁଠାରେ ଜୁନ୍‌ ମାସରେ ବଙ୍ଗୋପସାଗରରେ ଏକ ସମାନ ଘଟଣା ଘଟିଥିଲା।

ତଦନ୍ତ ଓ ପ୍ରତିକ୍ରିୟା

ବାଂଲାଦେଶ ସେନା ଏହି ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଦୁର୍ଘଟଣାସ୍ଥଳରୁ ଉଦ୍ଧାର ଓ ଅଗ୍ନିନିର୍ବାପଣ କାର୍ଯ୍ୟ ଜାରି ରହିଛି। ଯେଉଁଠାରେ ଅଗ୍ନିଶମ ବାହିନୀ ଏବଂ ସୁରକ୍ଷା କର୍ମୀମାନେ କାର୍ଯ୍ୟ କରୁଛନ୍ତି। ବାଂଲାଦେଶ ସରକାର ମଙ୍ଗଳବାର ଦିନ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ଏହି ଘଟଣା ଚୀନ୍‌ ନିର୍ମିତ ସାମରିକ ଉପକରଣର ଗୁଣବତ୍ତା ଏବଂ ଢାକା ପରି ଜନବହୁଳ ସହରୀ ଅଞ୍ଚଳରେ ନିମ୍ନ-ଉଚ୍ଚତାରେ ତାଲିମ ଅଭିଯାନର ସୁରକ୍ଷା ଉପରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.