ଭୁବନେଶ୍ବର,୧୪।୧୦ :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ  ଆସନ୍ତା ୧୫ ତାରିଖରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ  ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସକେନସ (ସିଓଇ) ଘୋଷଣା କରିବେ।  ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା  ପାଇଁଏହି ୩ଟି ଉତ୍କର୍ଷ କେନ୍ଦ୍ରକୁ   ଶୀର୍ଷ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାଟଅପ ମାନେ ନେତୃତ୍ୱ ପ୍ରଦାନ କରିବେ । ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ  ଆପ୍ଲିକେଶସ ବିକଶିତ କରିବେ। ଏହି ତିନୋଟି କ୍ଷେତ୍ରରେ ଅଧିକ ସମାଧାନ ସୃଷ୍ଟି କରିବେ।  ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି  ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହିସବୁ ଗୁରୁତ୍ବପୂର୍ଣ୍ଣ   କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ  ପ୍ରସ୍ତୁତ କରିବା ।

୨୦୨୩-୨୪ ବକେଟ୍ ଗବେଷଣାର ପାରା ୬୦ ଅଧୀନକର "ଭାରତର ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର୍ଯ୍ୟ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ ଏହି କେନ୍ଦ୍ର ଗୁଡିକ ପ୍ରତିଷ୍ଠା  କରିବାକୁ ଘୋଷଣା କରାଯାଇଥିଲା।ଏହାକୁ ଦୃଷ୍ଟିରେ  ରଖି ସରକାର ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ  ମଧ୍ୟରେ  ମୋ ୯୯୦.୦୦ କୋଟି ଟଙ୍କାର ଆର୍ଥିକ ବୟବରାଦ ସହିତ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସକେସନ ଗଠନ ମଞ୍ଜରୁ ଦେଇଛନ୍ତି।  ଏହି ପଦକ୍ଷେପର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ଜୋହୋ  କର୍ପୋରେସନର  ପ୍ରତଷ୍ଠିାତା ତର୍ଥା ସିଇଓ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ ଶୀର୍ଷ କମିଟି  ଗଠନ କରାଯାଇଛି।