ଭୁବନେଶ୍ଵର, ୧୦।୨ : ବହୁ ଚର୍ଚ୍ଚିତ ଭୁବନେଶ୍ଵର ନୀଳାଦ୍ରି ବିହାର ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ହତ୍ୟା ମାମଲାରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ ଦିନେଶ ନାୟକ। ଜଗତସିଂହପୁର ଟାଉନ ଥାନାରେ ଦିନେଶ ଆତ୍ମସମର୍ପଣ କରିଛି। ପୁଲିସ ତାକୁ ପଚରାଉଚରା କରୁଛି।। ଅନ୍ୟପକ୍ଷରେ ସତ୍ୟବ୍ରତଙ୍କ ପ୍ରେମିକା ଲିଜାକୁ ଅଟକ ରଖି ମଧ୍ୟ ପୁଲିସ ଜେରା କରୁଛି। ଦିନେଶକୁ ବୁଧବାର କୋର୍ଟ ଚାଲାଣ କରାଯିବ।
ପ୍ରେମ ସପ୍ତାହରେ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ସେକ୍ଟର-୨ ଅଞ୍ଚଳରେ ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଯୁବତୀଙ୍କ ପ୍ରଥମ ପ୍ରେମିକ ଦ୍ୱିତୀୟ ପ୍ରେମିକର ତଣ୍ଟି କାଟି ଦେଇଥିଲା । ଏହି ହତ୍ୟାକାଣ୍ଡ ଘଟିଛି ପ୍ରେମିକା ଲିଜା କାଣ୍ଡିଙ୍କ ସମ୍ମୁଖରେ । ହତ୍ୟାର ଶିକାର ହୋଇଥିଲେ ଦ୍ୱିତୀୟ ପ୍ରେମିକ ସତ୍ୟବ୍ରତ ପ୍ରଧାନ(୨୭) ଓରଫ ବାବୁନା । ଏନେଇ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନ୍ଭିନ୍ କରିବା ସହ ପ୍ରେମିକା ଲିଜାଙ୍କୁ ଅଟକ ରଖିଛି । ପ୍ରଥମ ପ୍ରେମିକ ଅଭିଯୁକ୍ତ ଦୀନବନ୍ଧୁ ନାୟକ ଓରଫ ଦୀନେଶ ଫେରାର ହୋଇଯାଇଥିଲା। ଦୀନେଶର ଘର ଜଗତସିଂହପୁର ଅଞ୍ଚଳରେ । ସେ ମଙ୍ଗଳବାର ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କରିଛି।