ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଛତୁର ରୋଗ ଓ ଏହାର ନିରାକରଣ

Published By : Prameya | March 11, 2025 1:31 PM

ଛତୁ ମୁଖ୍ୟତଃ ବୀଜାଣୁ,କବକ ଏବଂ ଭୂତାଣୁଜନିତ ରୋଗ ଦ୍ୱାରା ଆକ୍ରନ୍ତ ହୋଇଥାଏ । ଏହାଦ୍ୱାରା ଅମଳ ହ୍ରାସ ପାଏ । ଚାଷ ସମୟରେ ଥରେ ଏହି ରୋଗ ଆରମ୍ଭ ହୋଇଗଲେ ବାୟୁ ଏବଂ ଜଳ ଦ୍ୱାରା ବ୍ୟାପିଯାଇଥାଏ । ଆସନ୍ତୁ ଜାଣିବା ଛତୁ ଚାଷର ରୋଗ ଏବଂ ଏହାର ସମାଧାନ ସଂପର୍କରେ ।

ନରମ ଫିମ୍ପିର ଆସ୍ତରଣ

ଏହା ଡାକ୍ଟିଲିୟମ୍‌ ଡେନ୍‌ଡ୍ରୋଏଡସ୍‌ ଦ୍ୱାରା ବ୍ୟାପିଥାଏ । ଏକ ନରମ ଫିମ୍ପିର ଆସ୍ତରଣ ଛତୁ ବେଡ୍‌ ଏବଂ ତାକୁ ଲାଗିଥିବା ମାଟି ଚାରିପାଖେ ଜମିଯାଇଥାଏ । ପ୍ରାରମ୍ଭିକ ସମୟରେ ଏହା ଧଳା ଦେଖାଯାଏ ଏବଂ ପରବର୍ତ୍ତୀ ସମୟରେ ଗୋଲାପୀ ହୋଇଯାଏ । ମୁଖ୍ୟତଃ ମାଟି, ବାୟୁ ଏବଂ ଅତ୍ୟଧିକ ଆର୍ଦ୍ରତା ଯୋଗୁ ହୋଇଥାଏ । ନିରାକରଣ: ଉତ୍ତମ ବାୟୁ ସଞ୍ଚାଳନ ଏବଂ ଅତ୍ୟଧିକ ଆର୍ଦ୍ରତା ଦୂରୀକରଣ କରିବା ଆବଶ୍ୟକ । ପେଣ୍ଟାକ୍ଲୋରୋନାଟ୍ରୋ ବେଞ୍ଜନ୍‌(ପିସିନ୍‌ବି) ୦.୧% ଏବଂ ଡିଥେନ୍‌- ଜେଡ୍‌ -୭୮ ଅ ୦.୨% ସିଞ୍ଚନ କରନ୍ତୁ । 

ଧଳା ଫିମ୍ପି

ଏହା ମଧ୍ୟ ନରମ ଫିମ୍ପି ଭଳି ପ୍ରଥମେ ଧଳା ଦେଖାଯାଏ ଏବଂ ପରବର୍ତ୍ତୀ ଗୋଲାପୀ ହୋଇଯାଇଥାଏ । ଅତ୍ୟଧିକ ପାଣି ଛତୁ ବେଡ୍‌ରେ ଜମିଗଲେ ଏହି କବକ ଜନ୍ମ ନେଇଥାଏ । ନିରାକରଣ: ଫର୍ମିଲିନ୍‌ ୨% ଏବଂ ଡିଥେନ୍‌- ଜେଡ୍‌ -୭୮ ଅ ୦.୨% ସିଞ୍ଚନ କରନ୍ତୁ । 

ଇଷତ୍‌ ସବୁଜ ଫିମ୍ପି

ଏହା ଛତୁମଞ୍ଜିର ବୋଟଲ୍‌ରେ ମଧ୍ୟ ହୋଇଥାଏ । ଏହା ଛଡା ଛତୁ ବେଡ୍‌ରେ ମଧ୍ୟ ଆରମ୍ଭରେ ଧଳା ଏବଂ ପରବର୍ତ୍ତୀ ସମୟରେ ସବୁଜ ଦେଖାଯାଇଥାଏ । ଛତୁବେଡ୍‌ର ନଡ଼ାକୁ ଠିକ୍‌ ଭାବରେ ବିଶୋଧନ କରାନଗଲେ ଏବଂ ଉତ୍ତମ ବାୟୁ ସଞ୍ଚାଳନ ନଥିଲେ ଏହି ରୋଗ ହୋଇଥାଏ । ନିରାକରଣ: ୦.୨% ଥିରାମ୍‌ ଏବଂ କାପ୍ଟାନ୍‌ ୦.୦୫% ସିଞ୍ଚନ କରନ୍ତୁ । 

ଇଙ୍କି କ୍ୟାପ୍‌

କୋପ୍ରିନସ୍‌ ଲଙ୍ଗୋପସ୍‌ ନାମକ ଏକ କବକ ଦ୍ୱାରା ଏହା ବ୍ୟାପିଥାଏ । ଏହି ରୋଗରେ ଛତୁର ଡେମ୍ଫ ଲମ୍ବା ହୋଇଯାଏ ଏବଂ ଛତୁର କ୍ୟାପ୍‌ କଳା ହୋଇଯାଇଥାଏ ଏବଂ କିଛି ତରଳ ପଦାର୍ଥ ବାହାରିଥାଏ । ଆମୋନିଆର ଉପସ୍ଥିତି ଥିଲେ ଏହି ରୋଗ ହୋଇଥାଏ । ନିରାକରଣ: ଛତୁ ବେଡ୍‌ ଆମୋନିଆ ମୁକ୍ତ ହେବା ଆବଶ୍ୟକ । ଛତୁମଞ୍ଜିକୁ ୫୦ ଡିଗ୍ରୀ ସେଲସିୟସ୍‌ରେ ୨ଘଣ୍ଟା ବିଶୋଧନ କରିବା ଆବଶ୍ୟକ । 

ସବୁଜ ଫିମ୍ପି

ଟ୍ରାଇକୋଡର୍ମା ଭିରିଡେ କବକ ଜନିତ ରୋଗ ହୋଇଥାଏ । ସବୁଜ ରଙ୍ଗର ଫିମ୍ପିମାନ ଛତୁର ବେଡ୍‌ ଉପରେ ହୋଇଥାଏ । ନିରାକରଣ: ୦.୦୫% ବେନ୍‌ଲେଟ୍‌ ସିଞ୍ଚନ କରନ୍ତୁ । ଟଫଲ୍‌ ରୋଗ ଗୋଲ ଗୋଲ କ୍ରିମ୍‌ କଲରର ଛୋଟ ଛୋଟ କଢି ଭଳି ଛତୁର ଉପରିଭାଗରେ ହୋଇଥାଏ, ଯାହାଫଳରେ ଉପରିଭାଗ ସମତଳ ନଦେଖାଯାଇ ମସ୍ତିଷ୍କର ଉପରିଭାଗ ଭଳି ଦେଖାଯାଇଥାଏ । ବାୟୁ ସଞ୍ଚାଳନର ଅଭାବ ଏବଂ ଅତ୍ୟଧିକ ଆର୍ଦ୍ରତା ଯୋଗୁ ହୋଇଥାଏ । ନିରାକରଣ: ମଞ୍ଜି ଏବଂ ଛତୁ ବେଡ୍‌ର ତାପମାତ୍ରା ୧୮ ଡିଗ୍ରୀ ଉପରକୁ ରଖନ୍ତୁ । 

ବବଲ୍‌ ରୋଗ

ଧଳା କବକ ଆସ୍ତରଣ ଛତୁ ବେଡ୍‌ର ଚାରିପଟେ ଜମିଯାଇଥାଏ । ଡେମ୍ଫ ପଚିଯାଇଥାଏ ଏବଂ ଛୋଟ ଛୋଟ କ୍ୟାପ୍‌ ମଧ୍ୟ ହୋଇଥାଏ । ନିରାକରଣ: ୨% ଫର୍ମାଲିନ୍‌ ଦ୍ୱାରା ଛତୁ ବେଡ୍‌କୁ ବିଶୋଧନ କରନ୍ତୁ । ଡିଥେନ୍‌-ଜେଡ୍‌-୭୮କୁ ୦.୨% ଏବଂ ବେନ୍‌ଲେଟ୍‌ ୦.୦୫% ସିଞ୍ଚନ କରନ୍ତୁ । 

ବୀଜାଣୁଜନିତ ରୋଗ

ବୀଜାଣୁଜନିତ ଛତୁ ପଚିଯାଇଥାଏ । ଏଥିପାଇଁ ଟେରାମାଇସିନ୍‌ ୯ ମିଲିଗ୍ରାମ ବେଡ୍‌ ପ୍ରତି ସିଞ୍ଚନ କରନ୍ତୁ । 

ଭୂତାଣୁ ଜନିତ ରୋଗ

ଏହାଦ୍ୱାରା ଛତୁ ସଙ୍କୁଚିତ ଏବଂ ଚମଡ଼ା ଭଳି ମୋଟା ହୋଇଯାଏ । ବିଳମ୍ବରେ ମଧ୍ୟ ପିନ୍‌ ହେଡ୍‌ ତିଆରି ହେବା ଆରମ୍ଭ କରେ । ନିରାକରଣ: ରୁମ୍‌କୁ ୭୦ ଡିଗ୍ରୀ ତାପମାତ୍ରାରେ ୧୨ ଘଣ୍ଟା ଯାଏ ରଖନ୍ତୁ । ୪% ସୋଡିୟମ୍‌ ପେଣ୍ଟାକ୍ଲୋରୋଫେନେଟ୍‌ କିମ୍ବା ୦.୫- ୧% ସୋଡା ଦ୍ରବଣ ସିଞ୍ଚନ କରନ୍ତୁ । 

ସନ୍ଧ୍ୟାରାଣୀ ନନ୍ଦ, ଜିଆଇଇଟି ୟୁନିର୍ଭସିଟି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.