ଚନ୍ଦାହାଣ୍ଡି ୨୬।୧୦ (ଆ ପ୍ର )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ବ୍ଲକ ବିଧାୟକ   ପ୍ରତିନିଧି ଭାବେ ଚନ୍ଦାହାଣ୍ଡି ବି ଜେ ପି ମଣ୍ଡଳ ସଭାପତି  ପ୍ରତାପ ବାଘ ଙ୍କୁ ଝରିଗାଁ   ବିଧାୟକ ନର୍ସିଙ୍ଗ ଭତ୍ରା ମନୋନୀତ କରିଛନ୍ତି l  ଏହାକୁ ନେଇ ଚନ୍ଦାହାଣ୍ଡି ମାଲଗାଁ ମଣ୍ଡଳ ଏବଂ ଚନ୍ଦାହାଣ୍ଡି ମଣ୍ଡଳର କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। 

ବିଧାୟକଙ୍କ ଏହା  ଏକ ମନମୁଖୀ କାର୍ଯ୍ୟ ବୋଲି  ବିଜେପିର ବରିଷ୍ଠ ନେତା ଭରତ ବାଘ, ମାଲଗାଁ ମଣ୍ଡଳ ସଭାପତି ମୋହନ ନାୟକ, ଯୁବ ନେତା ଶ୍ୟାମସୁନ୍ଦର ମାଝି  ପ୍ରକାଶ କରିଛନ୍ତି l  ତୁରନ୍ତ ଏହା ବିଚାରକୁ ନେଇ ପଦକ୍ଷେପ ନେବା ପାଇଁ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇଙ୍କୁ  ଅବଗତ କରାଯାଇଥିବା ନେଇ ସେମାନେ ସୂଚନା ଦେଇଛନ୍ତି l  ଏହାକୁ ବିଚାରକୁ ନ ନେଇ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନ ରେ ସମସ୍ତ ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତା   ଅସହଯୋଗ ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତ ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତା ମାନେ ଚନ୍ଦହାଣ୍ଡି କଲ୍ୟାଣୀ ମଣ୍ଡପ ରେ ଏକ ବୈଠକ କରି ନିଷ୍ପତ୍ତି ନେଇ ଥିବା ନେଇ ସେମାନେ ସୂଚନା ଦେଇଛନ୍ତି l

ଏ ସମ୍ପର୍କରେ ବିଧାୟକ ନର୍ସିଙ୍ଗ ଭତ୍ରାଙ୍କୁ ପଚାରିବାରୁ  ଏ ସମ୍ପର୍କ ରେ ସେ ସମସ୍ତ କର୍ମୀ ଙ୍କ ସହ ଆଲୋଚନା କରିବେ ଏବଂ ଏହାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ସେ ପ୍ରକାଶ କରିଛନ୍ତି l  ଏ ବାବଦ ରେ   ବିଧାୟକ ପ୍ରତିନିଧି ପ୍ରତାପ ବାଗ ଙ୍କୁ ପଚାରିବାରୁ   ଦଳର କିଛି ଜଣ କର୍ମୀଙ୍କ  ଦ୍ୱାରା ଏସବୁ ବିଶୃଙ୍ଖଳା ଦେଖା ଦେଇଛି ବୋଲି କହିଛନ୍ତି।