କୋଲକାତା,୧୪।୧୦:  ଓଡିଶାର ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ ମାମଲାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ସ୍ଥିତି ଉତ୍ତେଜନକାମୂଳକ ରହିଛି। ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି। ଅନ୍ୟପକ୍ଷେ ପୁଲିସ ମଧ୍ୟ ନିଜର କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି। ପୁଲିସ ଏହି ମାମଲାରେ ଖାସ୍ କଥା ଏହା ଯେ, ମୁଖ୍ୟ ଅଭିଯୁକ୍ତ ସଫିକ୍‌ର ବଡ଼ ଭଉଣୀ ରୋଜିନା ଏସ୍‌କେ ପୁଲିସକୁ ନିଜ  ଫେରାର ଥିବା ଭାଇର ସୁରାଗ ଦେଇଥିଲେ। ଏହା ସହ ସୋମବାର ଭୋର ସମୟରେ ତାକୁ ଧରିବାରେ ସାହାର୍ଯ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ପୁଲିସ ଟିମ୍ ସହ ସେ ଦୁର୍ଗାପୁରର ଅଣ୍ଡାଲ ବ୍ରିଜ୍ ତଳେ ସେହି ସ୍ଥାନରେ ପହଁଞ୍ଚିଥିଲେ, ଯେଉଁଠି ରୋଜିନାଙ୍କୁ  ଭେଟିବାକୁ ଆସିଥିଲା ସଫିକ୍। ଏହାପରେ ପୋଲିସ ଅଭିଯୁକ୍ତକୁ ଚାରିପଟୁ ଘେରି ନେଇଥିଲା। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପୋଲିସ କହିଛି ସଫିକ୍‌ର ଭଉଣୀ ରୋଜିନା ସୋମବାର ଅଣ୍ଡାଲ ବ୍ରିଜ୍ ତଳେ ରହି ଅଭିଯୁକ୍ତ ଭାଇକୁ ଧରିବାରେ ସାହାର୍ଯ୍ୟ କରିଥିଲେ।

ଭାଇକୁ ଗିରଫ କରିବା ପରେ ରୋଜିନା କହିଛନ୍ତି, ମୁଁ ଚାହୁଁଛି ସଫିକ୍ ଆଇନ କାଠଗଡାରେ ଠିଆ ହେଉ। ଆମ ପରିବାର ତା କାରଣରୁ ବଦନାମ୍ ହୋଇଛି। ସଫିକ୍ ଆତ୍ମସମର୍ପଣ କରିବା ସମୟରେ ଭୟରେ ଖୁବ୍ ଥରୁଥିଲା। ମିଳିଥିବା ସୂଚନା ଅନୁସାରେ, ଏବେ ମାମଲାର ସମସ୍ତ ୫ ଅଭିଯୁକ୍ତ ପୋଲିସ କଷ୍ଟଡିରେ ଅଛନ୍ତି। ଆଜି ସମସ୍ତ ଅଭିଯୁକ୍ତ ଓ ପୀଡିତାଙ୍କ ଜଣେ ବନ୍ଧୁଙ୍କୁ ନେଇ ପୁଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି।