ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆଜି ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ୍, ନିର୍ବାଚନ କମିଶନ କରିବେ ଘୋଷଣା

Published By : Anindita Ratha | October 15, 2024 12:48 PM

ନୂଆଦିଲ୍ଲୀ,୧୫/୧୦: ନିକଟରେ ଜାମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ଶେଷ ହୋଇଛି।ଏନେଇ ଅନ୍ୟ ଦୁଇ ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଜି  ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଘୋଷଣା କରିବେ ତାରିଖ  । ଆଜି ଅପରାହ୍ନ ସାଢେ ତିନିଟାରେ  ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ କମିଶନ ପ୍ରେସମିଟ୍‌ କରି ନିର୍ବାଚନୀ ସୂଚୀ ଘୋଷଣା କରିବାକୁ ଯାଉଛନ୍ତି । ତେବେ କେଉଁ ରାଜ୍ୟକୁ କେତେ ପର୍ଯ୍ୟାୟରେ ନିର୍ବାଚନ କରାଇବେ ଇସିଆଇତାହା ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। 

ସୂଚନା ଅନୁସାରେ, ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ଉତ୍ତରପ୍ରଦେଶର ୧୦ଟି ଓ ଉତ୍ତରାଖଣ୍ଡର ଗୋଟିଏ ଆସନରେ ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ। ଏଥିସହ କେରଳର ଓ୍ୱାଇନାଡ଼ ସମେତ ୩ଟି ଲୋକସଭା ଆସନରେ ମଧ୍ୟ ଉପ-ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ଇସିଆଇ। ତେବେ ୨୦୧୯ରେ ମହାରାଷ୍ଟ୍ରରେ ଶେଷଥର ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ତତ୍କାଳୀନ ଶିବସେନା  ଏବଂ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି  ସହ କଂଗ୍ରେସ ତ୍ରିକୋଣୀୟ ମେଣ୍ଟରେ ସରକାର ଗଠନ କରିଥିଲେ। ଏହି ମେଣ୍ଟର ନାମ ଥିଲା ‘ମହାବିକାଶ ଆଗାଡି  । ଏହି ମେଣ୍ଟ ମୋଟ ୨୮୮ ଟି ଆସନ ମଧ୍ୟରୁ ୧୫୪ଟି ଜିତିଥିଲା । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୨ ରେ ଏହି ମେଣ୍ଟ ସରକାରର ପତନ ହୋଇଥିଲା । ପରେ ନାଟକୀୟ ଭାବେ ଉଭୟ ‘ଶିବସେନା’ ଓ ‘ଏନସିପି’ରେ ବିଦ୍ରୋହ ଦେଖାଯାଇଥିଲା ଓ ଉଭୟ ଦଳ ଗୋଷ୍ଠୀରେ ବିଭାଜିତ ହୋଇଥିଲେ । ଦୁଇ ପାର୍ଟିର ବିଭାଜିତ ଗୋଷ୍ଠୀ ଏବେ ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଛନ୍ତି । ତେଣୁ ଏଥର ଶାସକ ମେଣ୍ଟର ଆସନ ବୁଝାମଣା ମଧ୍ୟ ରୋଚକ ହେବ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.