ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଭୋଟିଂ ସମୟରେ କୁଚବିହାର ଯିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବାରଣ କଲେ ନିର୍ବାଚନ ଆୟୋଗ

Image Courtesy: newsbytesapp

କୋଲକାତା: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଦିନ କୁଚବିହାର ଯିବାକୁ ପଞ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ମନା କରିଛନ୍ତି ନିର୍ବାଚନ ଆୟୋଗ । ଏପ୍ରିଲ ୧୮ ଓ ୧୯ ତାରିଖ ଦିନ କୁଚବିହାର ଯାତ୍ରା ନକରିବାକୁ ରାଜ୍ୟପାଳଙ୍କୁ ଇସି ପରାମର୍ଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୧୯ ତାରିଖରେ ପଥମ ପର୍ଯ୍ୟାୟ ଭୋଟିଂ ହେବ । ଏହି ସମୟରେ ଯଦି ସେ କୁଚବିହାର ଯାତ୍ରା କରନ୍ତି ତେବେ ଏହା ନିୟମ ଅନୁଯାୟୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହେବ । ତାଙ୍କର ଗସ୍ତ ଯୋଗୁ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ । ତେଣୁ ଏହି ଦିନ ଏଠାକୁ ଯାତ୍ରା କରନ୍ତୁ ନାହିଁ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ କହିଛନ୍ତି ।

ଶାସକ ତୃଣମୂଳ କଂଗ୍ରେସ(ଟିଏମସି) ରାଜ୍ୟପାଳ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ କରିବାର କିଛି ସପ୍ତାହ ପରେ ନିର୍ବାଚନ ଆୟୋଗ ତାଙ୍କୁ ଏହି ପରାମର୍ଶ ଦେଇଛନ୍ତି । ମିଳିଥିବା ସୂଚନାଅନୁସାରେ, ଆସନ୍ତା ଏପ୍ରିଲ ୧୮ ଓ ୧୯ରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କୁଚବିହାର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଗତ ନିର୍ବାଚନ ବେଳେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୁଚବିବହାରରେ ଡେରା ପକାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଗୁରୁବାର ଦିନ ସକାଳୁ ସେ କୋଲକାତାରୁ କୁଚବିହାର ଅଭିମୁଖେ ଯାତ୍ରା କରିଥାନ୍ତେ ।

 ଭୋଟିଂ ସରିବା ପରେ ସନ୍ଧ୍ୟାରେ ସେ ଫେରିବା କାର୍ଯ୍ୟକ୍ରମ ଥିଲା । ତେବେ ଏହି କାର୍ଯ୍ୟକ୍ରମକୁ ଏବେ ବାତିଲ କରିବା ପାଇଁ ନିର୍ବାଚନ କମିଶନ ତାଙ୍କୁ ପରାମର୍ଶ ଦେଇଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ନିୟମ ଅନୁଯାୟୀ ରାଜ୍ୟପାଳଙ୍କ ପାଇଁ କୌଣସି ବି ସ୍ଥାନୀୟ କାର୍ଯ୍ୟକ୍ରମ ଅୟୋଜିତ ହୋଇପାରିବ ନାହିଁ । ନିୟମ ଅନୁଯାୟୀ, ସାଇଲେଣ୍ଟ ପିରିୟଡ୍‌ ଆରମ୍ଭ ହେବା ପରେ କୌଣସି ବି ଭିଭିଆଇପି, ନେତା ତଥା ରାଜନୈତିକ କର୍ମୀ ଯେଉଁମାନେ ନିର୍ବାଚନମଣ୍ଡଳିରେ ଭୋଟର ନୁହନ୍ତୁ ସେମାନେ ଉକ୍ତ ସ୍ଥାନକୁ ଆଉ ଯାଇପାରିବେ ନାହିଁ। ୧୮ ଓ ୧୯ ତାରିଖରେ ପୂରା ଜିଲ୍ଲା ପ୍ରଶାସନ ଓ ପୋଲିସ ନିର୍ବାଚନରେ ବ୍ୟସ୍ତ ଥିବେ। ଏଭଳି ସ୍ଥିତିରେ ଅତିରିକ୍ତ ସୁରକ୍ଷା ଯୋଗାଇବା ଅସମ୍ଭବ ହୋଇପାରେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.