ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପନ୍ନୁ ହତ୍ୟା ଷଡଯନ୍ତ୍ରରେ ଆମେରିକା ମିଡିଆର ରିପୋର୍ଟକୁ ନେଇ ବର୍ଷିଲା ଭାରତ, ଦେଲା କଡ଼ା ଜବାବ୍

ନୂଆଦିଲ୍ଲୀ,୩୦।୪: ଆମେରିକାରେ ରହୁ ଥିବା ଖଲିସ୍ତାନୀ ନେତା ଗୁରୁପନ୍ତଓ୍ବନ୍ତ ସିଂହ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ ଭାରତୀୟ ଅଧିକାରୀଙ୍କ ହାତ ଥିଲା। ଏହାଛଡା କାନାଡାରେ ଖଲିସ୍ତାନ ନେତା ହରଦ୍ବୀପ ସିଂହ ନିଜ୍ଜରଙ୍କ  ଭାରତୀୟ ଏଜେଣ୍ଟ ହତ୍ୟା କରିଥିଲେ। ଏନେଇ ଆମେରିକା ଖବର କାଗଜ ଓ୍ବାଶିଂଟନ ପୋଷ୍ଟର ଏକ ରିପୋର୍ଟରେ ଦାବି କରାଯାଇଛି। ଏହା ଉପରେ ଭାରତ ସରକାର ପ୍ରତିକ୍ରିୟା ଦେଇଛନ୍ତି।  ଭାରତ ପକ୍ଷରୁ କୁହାଯାଇଛି ଏହି ରିପୋର୍ଟ ଆଧାରହୀନ ଏବଂ ଭୁଲ ।

ଭାରତର କହିବା ଅନୁସାରେ, ଏଭଳି ଗମ୍ଭୀର ମାମଲାରେ ଏହା ଖୁବ୍ ହାଲକା ଓ ଆଧାରହୀନ ରିପୋର୍ଟ ପବ୍ଲିସ୍ ହୋଇଛି। ଓ୍ବାଶିଂଟନ୍ ପୋଷ୍ଟର ରିପୋର୍ଟରେ ଦାବି କରାଯାଇଛି ଯେ, ସିଆରପିଏଫ୍‌ର ଜଣେ ପୂର୍ବତନ ଅଧିକାରୀଙ୍କ ଜରିଆରେ ପୁରା ଷଡଯନ୍ତ୍ର କରାଯାଇଛି।ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜାୟସଓ୍ବାଲଙ୍କ ବୟାନ ସାମନାକୁ ଆସିଛି। ତାଙ୍କର କହିବା ଅନୁସାରେ, ଏହି ରିପୋର୍ଟରେ ଭୁଲ କଥା କୁହାଯାଉଛି। ଏହାର କୌଣସି ଆଧାର ନାହିଁ। ଆମେରିକା ପକ୍ଷରୁ ପୂର୍ବରୁ ଏ ବିଷୟରେ କୁହାଯାଇଥିଲା ଓ ଆମେ ଏହା ଉପରେ ଏକ ତଦନ୍ତକାରୀ ଟିମ୍‌ ଗଠିତ କରିଛୁ। ଆମେ ଆମେରିକାର ସେହି ଇନପୁଟ୍‌କୁ ମଧ୍ୟ ନେଇଛୁ, ଯେଉଁଥିରେ ସେ କିଛି ଅଭିଯୋଗ କରିଛି। ସେ କହିଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ଗଠିତ ହାଇଲେବଲ କମିଟି ତଦନ୍ତ କରୁଛି। ଆମେରିକାରୁ ଦିଆଯାଇଥିବା  ସବୁ ଇନପୁଟ୍‌ର ସତ୍ୟତାର ଯାଞ୍ଚ କରାଯାଉଛି। ଏହା ଭିତରେ ଏଭଳି ଆଧାରହୀନ ରିପୋର୍ଟ ଦେବା ଠିକ୍ ନୁହେଁ।’

ଉଲ୍ଲେଖନୀୟ ଯେ, ଆମେରିକାର ମ୍ୟାନହଟନ୍ କୋର୍ଟରେ ପନ୍ନୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଏକ ମାମଲା ଚାଲିଛି। ଭାରତର ନାଗରିକ ନିଖିଲ ଗୁପ୍ତାଙ୍କ ଉପରେ ରହିଛି ହତ୍ୟା ଅଭିଯୋଗ। ନିଖିଲଙ୍କ ନିର୍ଦେଶରେ ପନ୍ନୁଙ୍କୁ ହତ୍ୟା କରାଯାଇଥିଲା ବୋଲି କୁହାଯାଉଛି। ବର୍ତ୍ତମାନ ନିଖିଲ ଚେକ୍ ରିପବ୍ଲିକ୍ ଜେଲ୍‌ରେ ଅଛନ୍ତି। ସେଠାର ଆଇନମନ୍ତ୍ରୀ ଆମେରିକା ପକ୍ଷରୁ ଦାଖଲ କରାଯାଇଥିବା ପ୍ରତ୍ୟର୍ପଣ ଆବେଦନକୁ ଯାଞ୍ଚ କରୁଛନ୍ତି। ଯଦି ଆବେଦନ ମଞ୍ଜୁର ହୁଏ ତେବେ ପୁଣିଥିରେ ନିଖିଲ ଗୁପ୍ତାଙ୍କୁ ଆମେରିକାକୁ ଦିଆଯାଇପାରେ।ସେଭଳି ଭାରତ ସରକାର ବହୁବାର ସ୍ପଷ୍ଟ କରି ସାରିଛନ୍ତି ଯେ, ପନ୍ନୁ ହତ୍ୟା ଷଡଯନ୍ତ୍ର ପଛରେ କୌଣସି ଭାରତୀୟ ଏଜେଣ୍ଟଙ୍କ ହାତ ନାହିଁ। ଯଦି ଏଭଳି କିଛି ଅଛି ତେବେ ଉପଯୁକ୍ତ ପ୍ରମାଣ ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.