ପ୍ରମୁଖ ଖବର
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ଆଲୋକ ଶୁକ୍ଳାଙ୍କୁ ‘ଗ୍ରୀନ ନୋବେଲ’ ଆୱାର୍ଡ

ରାୟପୁର,୩୦/୦୪: ଛତିଶଗଡର ବିଶିଷ୍ଟ ପରିବେଶବିତ୍‌ ଆଲୋକ ଶୁକ୍ଳାଙ୍କୁ ଚଳିତବର୍ଷର ସମ୍ମାନଜନକ ଗୋଲ୍ଡମ୍ୟାନ ଏନଭାର୍ଣ୍ଣମେଣ୍ଟାଲ ଫାଉଣ୍ଡେସନ ପୁରସ୍କାର ବା ଗ୍ରୀନ ନେବେଲ ପୁରସ୍କାର ପ୍ରଦାନ କରାଯାଇଛି । ଭାରତର ଆଲୋକଙ୍କ ସହ ମୋଟ ୭ ଜଣଙ୍କୁ ଏହି ପୁରସ୍କାର ମିଳିଛି । 

ଛତିଶଗଡର ୨୧ଟି କୋଇଲା ଖଣି ଅଞ୍ଚଳରେ ବ୍ୟାପିଥିବା ପ୍ରାୟ ୪ ଲକ୍ଷ ୪୫ ହଜାର ଏକର ଜଙ୍ଗଲ ଜମିରେ ଜୈବ ବିବିଧତା ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପଦକ୍ଷେପ ଫଳରେ ରାଜ୍ୟ ସରକାର  ରାଜ୍ୟର ଫୁସଫୁସ୍‌ କୁହାଯାଉଥିବା ହସଦେବ ଅରଣ୍ୟ ଅଞ୍ଚଳରେ ୨୧ଟି ପ୍ରସ୍ତାବିତ କୋଇଲା ଖଣିକୁ ବାତିଲ କରିଦେଇଥିଲେ ।  ଏହି ଅଞ୍ଚଳ ଘନ ଜଙ୍ଗଲ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ । ପୁରସ୍କାର ପାଇବା ଲାଗି ଆଲୋକ ଆମେରିକାର ସାନ୍‌ ଫ୍ରାନ୍‌ସିସ୍କୋ  ଠାରେ ପହଞ୍ଚିଛନ୍ତି । 

ସେ କହିଛନ୍ତି ପୁରସ୍କାର ପାଇବା ତାଙ୍କ ପାଇଁ ଖୁସିର ମୁହୂର୍ତ୍ତ । ତାଙ୍କର ଦୀର୍ଘବର୍ଷର କାର୍ଯ୍ୟକୁ ଶେଷରେ  ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିଛି । ଏହି ପୁରସ୍କାର ପାଇବା ଲାଗି ତାଙ୍କୁ ସମଗ୍ର ଏସିଆ ମହାଦେଶର ପ୍ରତନିଧିତ୍ୱ କରିବାକୁ  ପଡିଛି । ସେ କହିଛନ୍ତି ଗ୍ରୀନ୍‌ ନୋବେଲ ବିଶ୍ୱରେ ଦିଆଯାଉଥିବା ପରିବେଶ ସୁରକ୍ଷା ପୁରସ୍କାର ମଧ୍ୟରୁ ସବୁଠାରୁ ବଡ । ଏହି  ପୁରସ୍କାର ହେଉଛି ହସଦେବ ଅଞ୍ଚଳର ସମୃଦ୍ଧ ଜଙ୍ଗଲ ଓ ପରିବେଶକୁ ବଞ୍ଚାଇବାର ଦୀର୍ଘ ୧୨ ବର୍ଷର ସଂଘର୍ଷରତ ଆଦିବାସୀ  ତଥା ଏହି ଆନ୍ଦୋଳନ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କର । ଏହି ପୁରସ୍କାର ମିଳିବା ପରେ ହସଦେବ ଜଙ୍ଗଲ ବଞ୍ଚାଇବାର  ସଂଘର୍ଷକୁ ବଳ ମିଳିବ ଏବଂ ଆନ୍ତର୍ଜାତିକ ସ୍ତରରେ ସମର୍ଥନ ମଧ୍ୟ ମିଳିବ ବୋଲି ଆଲୋକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.