ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋ ଶିକ୍ଷକ କ୍ରିମିନାଲ ଅଟନ୍ତି... ଛାତ୍ର ନେଲେ ପ୍ରତିଶୋଧ, ପ୍ରତି ପ୍ରଶ୍ନର ଜବାବରେ ଲେଖିଲେ ଏଭଳି କିଛି, ଉତ୍ତରଖାତା ଭାଇରାଲ

ନୂଆଦିଲ୍ଲୀ, ୩୦/୪ : ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ପିଲାମାନଙ୍କ ଉତ୍ତରଖାତା ଭାଇରାଲ ହୋଇଥାଏ । ଯେଉଁଥିରେ ପିଲାମାନେ କେତେକ ଥର ପ୍ରଶ୍ନର ଉତ୍ତର ଏଭଳି ଦେଇଥାନ୍ତି, ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । କେତେକ ଥର ପିଲାମାନେ ଏଭଳି ଉତ୍ତର ରଖିଥାନ୍ତି ଯାହାକୁ ଦେଖିବା ପରେ ନିଜ ହସ ଉପରେ କଣ୍ଟେ୍ରାଲ ବି କରିପାରନ୍ତି ନାହିଁ । ଏବେ ଏଭଳି ଜଣେ ଛାତ୍ରର ଉତ୍ତରଖାତା ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଛାତ୍ର ଜଣଙ୍କ ଏଭଳି ଉତ୍ତର ଲେଖିଛନ୍ତି କି ଆପଣ ବି ପିଲାର ସ୍ମାର୍ଟନେଶର ଫ୍ୟାନ ହୋଇଯିବେ ।

ଭାଇରାଲ ହୋଇଥିବା ଭିଡ଼ିଓରେ ଆପଣ ଦେଖିପାରିବେ ଇଂଲିଶର ପେପର ଅଟେ । ପେପରରେ କିଛି ଶଦ୍ଦ ଦିଆଯାଇଛି, ଯାହାକୁ ନିଜ ବାକ୍ୟରେ ପ୍ରୟୋଗ କରି ଦେଖିବେ । ଛାତ୍ର ଜଣଙ୍କ ପ୍ରତିଶଦ୍ଦର ପ୍ରୟୋଗ କରି ନିଜ ଶିକ୍ଷକଙ୍କ ବିଷୟରେ କିଛି ନା କିଛି ଖରାପ ଲେଖିଛନ୍ତି । ଯେଭଳି କି ପୋଲିସ ଶଦ୍ଦର ପ୍ରୟୋଗ କରିବାକୁ ଯାଇ ସେ ଲେଖିଛନ୍ତି କି, ପୋଲିସ ମୋର ଶିକ୍ଷକଙ୍କୁ ଧରନ୍ତୁ । ପାୟଲଟ ଶଦ୍ଦ ସହ ଲେଖିଛନ୍ତି କି – ପାୟଲଟ, ମୋ ଶିକ୍ଷକଙ୍କ ଉପରେ ପ୍ଲେନ ଲ୍ୟାଣ୍ଡ କରି ନିଅନ୍ତୁ । ସେହିଭଳି ଫାୟର ଶଦ୍ଦକୁ ବ୍ୟବହାର କରି ସେ ଲେଖିଛନ୍ତି କି, ନିଆଁ, ମୋ ଶିକ୍ଷକଙ୍କୁ ଜଳାଇ ଦିଅ । 

ଉତ୍ତରଖାତାରେ ଲେଖାଯାଇଥିବା ବାକ୍ୟକୁ ଶିକ୍ଷକ ଜଣଙ୍କ ପଢିଥିଲେ ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖାଲି ଏତିକି ନୁହେଁ, ଶିକ୍ଷକ ବି ରିମାର୍କ ଲେଖିଛନ୍ତି- ‘ମୁର୍ଖତାପୂର୍ଣ୍ଣ କିନ୍ତୁ ଜବରଦସ୍ତ କାମ ଅଟେ ’। ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମରେ batmansince1992 ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ୪ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି ଏବଂ ୨୯ହଜାରରୁ ଅଧିକ ଲୋକ ପସନ୍ଦ ମଧ୍ୟ କରିଛନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.