ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଶାହଙ୍କ ଫେକ୍ ଭିଡିଓ ମାମଲା: ୨ ଗିରଫ, କଂଗ୍ରେସ-ଆପ୍ ସହ ରହିଛି କନେକ୍ସନ

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫେକ୍ ଭିଡିଓ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। କୁହାଯାଉଛି ଯେ, ଦୁହେଁ ଆମ ଆଦମୀ ପାର୍ଟି ଓ କଂଗ୍ରେସ ସହ ଜଡିତ।  ଏହା ପୂର୍ବରୁ ଦିଲ୍ଲୀ ପୋଲିସ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ମଧ୍ୟ ଏ ସମ୍ପର୍କିତ ମାମଲାରେ ପଚରା ଉଚରା କରିଛି। ଶାହଙ୍କ ୨ଟି ସଭାର ଭିଡିଓକୁ କାଟି ଏକ ଖାସ୍ ଏଜେଣ୍ଡା ଅନୁସାରେ ଭାଇରାଲ କରାଯାଇଥିଲା। 

ଆପ୍ ଓ କଂଗ୍ରେସର ଦୁଇଜଣଙ୍କୁ ଗିରଫ କରାଯାଇଛି। ଅହମ୍ମଦାବାଦ ସାଇବର କ୍ରାଇମ୍ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସତୀଶ ବନସୋଲା ଓ ଆରବି ବାରିୟା। ସତୀଶ ବନସୋଲା କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କ ଆଞ୍ଚଳିକ କାର୍ଯ୍ୟାଳୟ କାର୍ଯ୍ୟ ଦେଖାଶୁଣା କରୁଥିଲା। ସେଭଳି ବି ବାରିୟା ଆପ୍‌ର ଦୋହୋଦ ଜିଲ୍ଲାର ମୁଖ୍ୟ। ଦୁହେଁ ଏଡିଟେଡ ଭିଡିଓକୁ ଭାଇରାଲ କରିଛନ୍ତି। 

ଏହି ମାମଲରେ ଦିଲ୍ଳୀ ପୋଲିସ ଜୋରଦାର ଚଢାଉ ଜାରି ରଖିଛି। ବହୁ ରାଜ୍ୟରେ ଏହାର ଯାଞ୍ଚ ମଧ୍ୟ କରାଯାଉଛି। ଦିଲ୍ଲୀ ପୋଲିସ ସୁତ୍ର ଅନୁସାରେ, ପୋଲିସ୍ ତଦନ୍ତର ପରିସରକୁ ବହୁ ରାଜ୍ୟରେ ବଢାଇ ଦେଇଛି। ଏଡିଟେଡ୍ ଭିଡିଓର ଯାଞ୍ଚ ପାଇଁ ଝାଡଖଣ୍ଡ, ରାଜସ୍ଥାନ, ଉତ୍ତର ପ୍ରଶେ, ମଧ୍ୟ ପ୍ରଦେଶ, ହରିୟାଣା, ନାଗାଲାଣ୍ଡ ପାଇଁ ଦିଲ୍ଲୀ ପୋଲିସର ଅଲଗା ଅଲଗା ଟିମ୍ ପଠାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.