ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କେ.କ୍ରିଷ୍ଣାଙ୍କ ଜୀବନ କାହାଣୀ ଦର୍ଶାଉଛି ‘ତେଜସ୍ୱିନୀ’

କୁକୁଡାଖଣ୍ଡି,୨୯/୦୪: ଜୀବନ ଏକ ଏମିତି କାହାଣୀ ଯେଉଁଠି ହସ ସୁଖ ଥାଏ, ଲୁହ ଦୁଃଖ  ବି ଥାଏ । ଏସବୁକୁ ଅତିକ୍ରମ କରି ଯିଏ ଲକ୍ଷ୍ୟ ସ୍ଥଳରେ ଯାଇ ପହଞ୍ଚିପାରେ ତାକୁ ହିଁ କୁହାଯାଏ ଜୀବନ । ଏହି ଜୀବନ କାହାଣୀ ଯେଉଁଠି କଣ୍ଟାରୁ ଗୋଲାପ ଏବଂ ପଙ୍କରୁ ପଦ୍ମ ଫୁଟେ, ଏଠାରେ ଅମାବାସ୍ୟା ହାର ମାନିନିଏ... ଏପରି ଏକ ସଂଘର୍ଷର ଗାଥା ହେଉଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି  ବ୍ଲକ୍‌ର ସମାଜସେବୀ ତଥା ସ୍ୱାସ୍ଥ୍ୟକର୍ମୀ କେ.  କ୍ରିଷ୍ଣା କୁମାରୀଙ୍କ ଜୀବନକୁ ଆଧାର କରି ନିର୍ମିତ  ଚଳଚ୍ଚିତ୍ର ତେଜସ୍ୱିନୀ । ୨୦୧୭ ମସିହାରେ  ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ  ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ ପୁରସ୍କାର ଗ୍ରହଣ କରି ସେ  ସାରା ରାଜ୍ୟ ପାଇଁ ଗୌରବ ଆଣି ଦେଇଥିଲେ ।  ବିଶ୍ୱର ଅନେକ ଦେଶରେ ପ୍ରଦର୍ଶିତ ଓ ପୁରସ୍କୃତ  ହୋଇଥିବା ଏହି ସିନେମା ଯାହାର ନିର୍ଦ୍ଦେଶକ  ହେଉଛନ୍ତି କୁନାଲ ପଟ୍ଟନାୟକ ଏବଂ ପ୍ରଯୋଜିକା ହେଉଛନ୍ତି ଜୟଲକ୍ଷ୍ମୀ ପଟ୍ଟନାୟକ । ଗତ ଶୁକ୍ରବାର  ଆମ ରାଜ୍ୟର କଟକ, ପୁରୀ, ବାଲେଶ୍ୱର,  ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲାରେ ଏହି  ସିନେମା ମୁକ୍ତିଲାଭ କରିଛି ।  

କ୍ରିଷ୍ଣା କୁମାରୀଙ୍କ ବାପା କୁକୁଡାଖଣ୍ଡି ବ୍ଲକ୍‌ରେ  ପିଅନ୍‌ ଚାକିରୀ କରୁଥିଲେ । ଭାଇ ଭିନ୍ନକ୍ଷମ ଥିବା  ବେଳେ ଯାହା ଦରମା ମିଳୁଥିଲା ସେଥିରେ ଚଳିବା  କାଠିକର ଥିଲା । ଭାଇକୁ ମଣିଷ କରିବା ଦାୟିତ୍ୱ ବି  ସମ୍ଭାଳିଥିଲେ କ୍ରିଷ୍ଣା । ଅନେକ ଝଡ଼ଝଞ୍ଜା ମଧ୍ୟ୍ୟରେ  ସେ କୁକୁଡାଖଣ୍ଡି ହାଇସ୍କୁଲରୁ ମାଟ୍ରିକ୍‌ ପାସ ପରେ  ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ ।  କୁକୁଡାଖଣ୍ଡି ପଞ୍ଚାୟତର ଆଡ଼ିବି ରଘୁନାଥପୁରରେ ପ୍ରଥମ ନିଯୁକ୍ତି ମିଳିଥିଲା । ନିଜର ସେବା  ବଳରେ ସେ ଲୋକପ୍ରିୟତା ଅର୍ଜନ କରିଥିଲେ ।  କିଛି ବର୍ଷ କାର୍ଯ୍ୟ ପରେ ନର୍ସ ଟ୍ରେନିଂରେ ଯୋଗ ଦେଇଥିଲେ । ନିଜ ପଞ୍ଚାୟତ ଲୋକଙ୍କ ଅନୁରୋଧ  କ୍ରମେ ୧୯୯୭ ମସିହାରେ ସମିତି ସଭ୍ୟା ଭାବେ  ନିର୍ବାଚିତ ହୋଇ ବହୁତ ଉନ୍ନୟନ ମୂଳକ କାର୍ଯ୍ୟ  କରିଥିଲେ । ସାନ ଭାଇ ଗୋପୀର ଦେହାନ୍ତ ତାଙ୍କୁ  ବହୁତ କଷ୍ଟ ଦେଇଥିଲା । 

୧୯୯୯ ମସିହାରେ  ବନ୍ଥପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିଲେ ।  ସେଠାରେ କିଛି ବର୍ଷ କାର୍ଯ୍ୟ ପରେ ନିଜ ଗାଁ  କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇ  ଆସିଥିଲେ । ତାଙ୍କରି ଉତ୍ତମ ସେବାରେ ସନ୍ତୁଷ୍ଟ  ହୋଇ ରାଜ୍ୟ ସରକାରଙ୍କ ସୁପାରିଶ ପ୍ରକାରେ  ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଥିଲେ । ପିଲାଟି  ଦିନରୁ ଗୋପବନ୍ଧୁଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ।  ତାଙ୍କରି ଜୀବନ କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର  ତେଜସ୍ୱିନୀ ଦୁଢ ମନୋବଳ, ପ୍ରବଳ ଇଚ୍ଛା ଶକ୍ତି  ପ୍ରତ୍ୟେକ ମଣିଷଙ୍କୁ ସଫଳତାର ଶିଖର ଦେଶରେ  ପହଞ୍ଚାଇଥାଏ ତାହାର ଉଦାହରଣ ପ୍ରସ୍ତୁତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.