ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି

Image source: NDTV

ନୂଆଦିଲ୍ଲୀ ୩୦/୦୪: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି। ଗିରଫକୁ ବେଆଇନ କହି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ମଙ୍ଗଳବାର ପୁଣି ଶୁଣାଣି କରିବେ କୋର୍ଟ । ସୋମବାର ଶୁଣାଣି ବେଳେ କୋର୍ଟକେଜରିୱାଲଙ୍କୁ କହିଥିଲେ, ଆପଣ ଟ୍ରାଏଲ କୋର୍ଟରେ ଜାମିନ୍ ପାଇଁ କାହିଁକି ଆବେଦନ କରିନଥିଲେ । ଏହାର ଜବାବ ଦେଇଥିଲେ ସିଏମଙ୍କ ପକ୍ଷରୁ ଯୁକ୍ତି ରଖୁଥିବା ବରିଷ୍ଠ ଓକିଲା ଅଭିଷେକ୍ ମନୁ ସିଂଘବୀ । ସେ ଏହାର ଅନେକ କାରଣ ସ଼ର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ । 

ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରିୱାଲ ନିଜ ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ଜଷ୍ଟିସ୍‌ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ  ଆଜି ଏହି ମାମଲାର ଶୁଣାଣି କରିଛନ୍ତି । କେଜରିୱାଲଙ୍କ ତରଫରୁ ଅଭିଷେକ  ମନୁ ସିଂଘଭି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏଏସ୍‌ଜି ଏସ୍‌ ଭି  ରାଜୁ ଯୁକ୍ତି ରଖିଛନ୍ତି । ଅଭିଷେକ ମନୁ ସିଂଘଭିଙ୍କୁ ପ୍ରଶ୍ନ କରି ଖଣ୍ଡପୀଠ କହିଛନ୍ତି,  ଆପଣମାନେ ଗିରଫ ଓ ରିମାଣ୍ଡକୁ ବିରୋଧ କରୁଛନ୍ତି । ଜାମିନ ପାଇଁ କାହିଁକି  ତଳ କୋର୍ଟରେ ଆବେଦନ କଲେନାହିଁ? ତା’ଛଡ଼ା ଇଡିର ସମନ୍‌କୁ ବାରମ୍ବାର  ଏଡ଼ାଇଲେ କାହିଁକି? ଏହା ଉପରେ ସିଂଘଭି କହିଛନ୍ତି, ଏ କ୍ଷେତ୍ରରେ ଗିରଫ  ବେଆଇନ ହୋଇଥିବାରୁ ଆମେ ଏହାକୁ ବିରୋଧ କରୁଛୁ । ଏହା ଉପରେ ଇଡି  ଓକିଲ ଏସ୍‌ ଭି ରାଜୁ କହିଛନ୍ତି, କେଜରିୱାଲଙ୍କୁ ବାରମ୍ବାର ସମନ୍‌ ଜାରି ହୋଇଥିଲା ।  କିନ୍ତୁ ସେ ଏହାକୁ ପ୍ରତିଥର ଏଡ଼ାଇବାରେ ଲାଗିଥିଲେ । କୋର୍ଟରେ ସୋମବାର ଅପରାହ୍ନ ୨ଟା ୫୫ରେ ମାମଲାର ଶୁଣାଣି ହୋଇଥିଲା । ଏହାପରେ ସିଂଘଭି ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ନିଜ  ଯୁକ୍ତି ରଖିଥିଲେ । ଆଉ କେତେ ସମୟ ନେବେ ବୋଲି ଖଣ୍ଡପୀଠଙ୍କୁ ପଚାରିବା ସହିତ ଏହା ଉପରେ ମଙ୍ଗଳବାରଶୁଣାଣି ହେବ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.