ପ୍ରମୁଖ ଖବର
  • ବଡ଼ବିଲ : ବାଇକରୁ ୭ ଲକ୍ଷ ଟଙ୍କା ଜବତ, ଜଣକୁ ଅଟକ ରଖିଛି ପୋଲିସ
  • ||
  • ଜି ଉଦୟଗିରି ଅଞ୍ଚଳରେ ହାତୀପଲ,ଫସଲ ନଷ୍ଟ ଭୟରେ ଚାଷୀ ଆଗୁଆ ଧାନ କାଟିଲେ
  • ||
  • ଗଞ୍ଜାମରେ ପୋଲିସ ହେପାଜତରୁ ହତ୍ୟାକାଣ୍ଡର ଆସାମୀକୁ ଖସାଇ ନେବାକୁ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି
  • ||
  • ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ASO ରେଣୁକା ଦେବୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
  • ||
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ,୩୦/୦୪: ପଶ୍ଚିମବଙ୍ଗ  ସନ୍ଦେଶଖାଲି ମାମଲାର ତଦନ୍ତ ଭାର କଲିକତା ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରିଛନ୍ତି । ତେବେ ସୋମବାର ଏହି ଆବେଦନରେ ଶୁଣାଣି ହୋଇଥିଲା । ଏହାପରେ ସୁପ୍ରିମକୋର୍ଟ ଉକ୍ତ ଆବେଦନର ଶୁଣାଣି ଜୁଲାଇରେ ହେବ ବୋଲି କହିଛନ୍ତି । ସୋମବାର ଶୁଣାଣି ବେଳେ  ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି ଆର୍‌  ଗବଇ ଓ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ  ପ୍ରଶ୍ନ ଉଠାଇଥିଲେ ଯେ ରାଜ୍ୟ ସରକାର ନିଜ ଲୋକଙ୍କ ହିତକୁ ଗୁରୁତ୍ୱ ଦେବାର  ଉଚିତ ଥିଲା । କିନ୍ତୁ ଏହା ବିରୋଧରେ  ସରକାର କାହିଁକି ପିଟିସନ୍‌ ଦାଖଲ କଲେ ।

ଉଲ୍ଲେଖଯୋଗ୍ୟ, କଲିକତା ହାଇକୋର୍ଟ ଏପ୍ରିଲ ୧୦ରେ ସନ୍ଦେଶଖାଲି ମାମଲାକୁ ସିବିଆଇକୁ  ହସ୍ତାନ୍ତର କରିଥିଲେ। ଏହାପରେ ମାମଲାର  ପରବର୍ତ୍ତୀ ଶୁଣାଣି ମେ ୨ରେ ହେବା ନେଇ ଅଦାଲତ କହିଥିଲେ । କିନ୍ତୁ ତାହା ପୂର୍ବରୁ  ମମତା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ସୁପ୍ରିମକୋର୍ଟରେ ସୋମବାର ଶୁଣାଣି  ବେଳେ ମମତା ସରକାରଙ୍କ ଓକିଲ ଅଭିଷେକ  ମନୁ ସିଂଘଭି କହିଥିଲେ, ଆମକୁ ୨-୩ ସପ୍ତାହ  ମହଲତ ଦିଆଯାଉ । ଏହାଦ୍ୱାରା ଆମେ ଅଧିକ  ତଥ୍ୟ ଯୋଡ଼ିପାରିବୁ । ସିବିଆଇ ତରଫରୁ  ସଲିସିଟର ଜେନେରାଲ ତୁଷାର ମେହଟ୍ଟା,  ଏଏସ୍‌ଜି ଏସ୍‌ ଭି ରାଜୁ ଏବଂ ଐଶ୍ୱର୍ଯ୍ୟ ଭାଟି  ନିଜ ଯୁକ୍ତି ରଖିଥିଲେ । ସନ୍ଦେଶଖାଲିରେ  ମହିଳାଙ୍କୁ ଟିଏମ୍‌ସି ନେତାମାନେ ଯୌନ  ନିର୍ଯାତନା ଦେବା ଏବଂ ସେମାନଙ୍କ ଜମି  ହଡ଼ପ କରିବା ନେଇ ଅଭିଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.