ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଇକ୍ୱେଡରର ପ୍ରଶାନ୍ତ ମହାସାଗର ଉପକୂଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ

Published By : prameya | April 26, 2025 8:40 AM

ନୂଆଦିଲ୍ଲୀ,୨୬/୦୪:ଇକ୍ୱେଡରର ପ୍ରଶାନ୍ତ ମହାସାଗର ଉପକୂଳରେ ଭୂକମ୍ପ ଝଟକା । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଅତି କମରେ ୧୦ଟି ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି।

ଏହା ମଧ୍ୟ ପଢନ୍ତୁ- ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; LoCରେ ଗୁଳିବର୍ଷା, ଜବାବ ଦେଲା ଭାରତୀୟ ସେନା

ଇକ୍ୱେଡରର ପ୍ରଶାନ୍ତ ମହାସାଗର ଉପକୂଳରେ ହୋଇଥିବା ଭୂମିକମ୍ପରେ ଦେଶର ଉତ୍ତର ଭାଗ ଭାବରେ ଥରି ଉଠିଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ଭୂମିକମ୍ପ ଯୋଗୁଁ କିଛି ଘର କ୍ଷତିଗ୍ରସ୍ତ ହୋଇଛି। ତଥାପି ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗରର ଏସମେରାଲଡାସ୍ ସହରରୁ ପ୍ରାୟ ୨୦.୯ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ଥିଲା। ଭୂମିକମ୍ପର ଗଭୀରତା ୩୫ କିଲୋମିଟର ଥିଲା। ଏସମେରାଲଡାସ୍ ଇକ୍ୱେଡରର ରାଜଧାନୀ କ୍ୱିଟୋରୁ ପ୍ରାୟ ୨୯୬ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ । ଯଦିଓ ଭୂମିକମ୍ପ ପରେ କୌଣସି ଜୀବନହାନିର ଖବର ମିଳିନାହିଁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.