ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆକ୍ରମଣ ନେଇ ସୋସିଆଲ ମିଡିଆରେ ନକଲି ଭିଡିଓ ଭାଇରାଲ୍, ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଛି ଉତ୍ତେଜନା

Published By : Rasmita Pradhan | May 8, 2025 8:17 AM

ନୂଆଦିଲ୍ଲୀ, ୦୮/୦୫ : ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଶିବିର ଉପରେ ଭାରତର ଆକ୍ରମଣ ପରେ ତାକୁ ନେଇ ଦୁଇଦେଶ ଭିତରେ ଉତ୍ତେଜନା ବଢ଼ିଯାଇଛି । ଏଭଳି ସମୟରେ କିଛି ସୋସିଆଲ ମିଡିଆ ୟୁଜର ଭାରତର ଆକ୍ରମଣ ଓ ପାକିସ୍ତାନର ପ୍ରତିଆକ୍ରମଣକୁ ନେଇ ନକଲି ତଥା ମିଥ୍ୟା ଭିଡିଓ ଓ ଫଟୋ ସେୟାର କରିବାରେ ଲାଗିଛନ୍ତି । ଯାହାକି ଦୁଇଦେଶ ମଧ୍ୟରେ ଘୃଣା ଓ ଉତ୍ତେଜନା ସୃଷ୍ଟି କରିବା ବ୍ୟତୀତ ଅନ୍ୟ କିଛି ନୁହେଁ । କିଛି ୟୁଜରମାନେ ତାର ସତ୍ୟତା ନଜାଣି ମଧ୍ୟ ତାକୁ ଦେଖୁଛନ୍ତି । ବିଶେଷକରି ସୋସିଆଲ ମିଡିଆ ଏକ୍ସରେ ମିଥ୍ୟା ଭିଡିଓ ପ୍ରସାରଣ କରାଯିବା ସହ ତାକୁ ଲକ୍ଷାଧିକ ଲୋକ ଦେଖିବା ଓ ମତାମତ ଦେବା ଘଟଣା ଏବେ ନଜରକୁ ଆସିଛି । 

ଏକ୍ସରେ ଏଭଳି ଏକ ଭିଡିଓ ଆସିଛି ଯାହାକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ସେଥିରେ ଦର୍ଶାଯାଇଛି କି ଭାରତ ଉପରେ ପାକିସ୍ତାନର ଜବାବୀ ଆକ୍ରମଣ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି । କିନ୍ତୁ ପ୍ରକୃତରେ ସେହି ଭିଡିଓଟି ହେଉଛି ୨୦୨୦ରେ ଲେବାନନର ବିରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣର ଦୃଶ୍ୟ । ସେହିଭଳି ୬ ଲକ୍ଷ ଲୋକ ଦେଖିଥିବା ଆଉ ଏକ ଭିଡିଓରେ ଭାରତର ଏକ ବ୍ରିଗେଡ ହେଡକ୍ୱାର୍ଟରକୁ ପାକିସ୍ତାନୀ ସେନା ଧ୍ୱଂସ କରିଦେଉଥିବା ଦର୍ଶାଯାଇଛି । ବାସ୍ତବରେ ଗତମାସରେ ୟୁଟ୍ୟୁବରେ ଏହି ଅଜ୍ଞାତ ଭିଡିଓଟିକୁ ଦେଖିବାକୁ ମିଳିଥିଲା।

ଆଉ ଏକ ଫଟୋ ବା ସ୍କ୍ରିନସଟ୍‌ ଏକ୍ସରେ ପ୍ରସାରିତ ହେବାରେ ଲାଗିଛି । ଯେଉଁଥିରେ ଦାବି କରାଯାଇଛି କି ପାକିସ୍ତାନୀ ସେନା ଗତ ୬ ତାରିଖ ରାତିରେ ଭାରତର ଏକ ଫରୱାର୍ଡ ବିମାନଘାଟି ଉପରେ ଆକ୍ରମଣ କରିଛି । କିନ୍ତୁ ତାହା ହେଉଛି ଭିଡିଓ ଗେମ୍‌ ବ୍ୟାଟଲଫିଲ୍ଡ-୩ର ଏକ ସ୍କ୍ରିନସଟ୍‌ । ପାକିସ୍ତାନୀ ସେନା ବୁଧବାର ସକାଳୁ ଦାବି କରିଥିଲା ଭାରତର ୫ଟି ଜେଟ୍‌ ବିମାନକୁ ସେମାନେ ଗୁଳିକରି ଖସାଇ ଦେଇଛନ୍ତି । ପାକିସ୍ତାନୀ ୟୁଜରମାନେ ସୋସିଆଲ ମିଡିଆରେ କିଛି କ୍ଲିପ୍‌ ସେୟାର କରି ଦର୍ଶାଇଛନ୍ତି ଯେ ଭାରତର ଦୁଇଟି ରାଫେଲ ଯୁଦ୍ଧ ବିମାନ ଖସାଇ ଦିଆଯାଇଛି । ସୋସିଆଲ ମିଡିଆରେ ସେହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଦେଖିଥିଲେ । କିନ୍ତୁ ସେହି ଭିଡିଓ ୨୦୨୪ ରାଜସ୍ଥାନରେ ଓ ୨୦୨୧ ପଞ୍ଜାବରେ ଭାରତୀୟ ବିମାନ ଦୁର୍ଘଟଣା ବେଳର ଭିଡିଓ । ଏକ ଭିଡିଓକୁ ପାକିସ୍ତାନୀ ସେନା ବି ସେୟାର କରିଥିଲା ।

ଏହି ଖବରଟିକୁ ପଢନ୍ତୁ-

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.