ପୁରୀ, ୧୬।୧୨ : ପୁଣି ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା। ଦୁଇ ସେବକ ମଧ୍ୟରେ ହାତାହାତି। ଶ୍ରୀମନ୍ଦିର ଭିତରେ ହାତାହାତି ପରେ ଥାନାରେ ପହଞ୍ଚି ଥିଲେ। ସିଂହଦ୍ଵାର ଥାନାରେ ମଧ୍ୟ ସେମାନେ ମାରପଟି ହୋଇଥିଲେ। ଉଭୟ ହେଉଛନ୍ତି ମୁଖପଖାଳ ସେବକ।
ବେହରଣ ଦ୍ବାର ନିକଟରେ ପାଦୁକ ବଣ୍ଟନକୁ କେନ୍ଦ୍ର କରି ୨ ମୁଖପଖାଳ ସେବକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ପରେ ଉଭୟ ଏ ନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେଠାରେ ମଧ୍ୟ ଉଭୟ ମାରପିଟ ହୋଇଥିଲେ। ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ ହୋଇଛନ୍ତି। ସିଂହଦ୍ଵାର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।