ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଗୁହାଳ ଘରେ ଲାଗିଗଲା ନିଆଁ, ୨ଟି ଗାଈ ଗୋଟେ ବାଛୁରୀ ଜୀବନ୍ତ ଦଗ୍ଧ

Published By : Anindita Ratha | July 18, 2025 1:31 PM

କୁଆଁପାଳ,୧୮/୦୭: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ଗ୍ରାମରେ ଘଟିଛି  ଅଭାବନୀୟ ଘଟଣା। ଗୁହାଳ ଘରେ ନିଆଁ ଲାଗି ଦୁଇଟି ଗାଈ ଗୋଟେ ବାଛୁରୀ ଜୀବନ୍ତ ଦଗ୍ଧ । ତେବେ ଗ୍ରାମର ମଲ୍ଲୀ ସ୍ୱାଇଁ ନାମକ ଏକ ମହିଳାଙ୍କ ଗୁହାଳ ଘରେ ବିଳମ୍ବିତ ରାତ୍ରିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡ ଏତେ ତୀବ୍ର ଥିଲା ଯେ ଗୁହାଳ ଘରେ ବନ୍ଧା ହୋଇଥିବା ଦୁଇଟି ଗାଈ ଓ ଗୋଟେ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏଥିସହ ଗୋଟେ ଗାଈ ଏବଂ ତିନୋଟି ଛେଳିଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। 

ସୂଚନା ମୁତାବକ, ମଲ୍ଲି ସ୍ୱାଇଁ ରାତିରେ ଘରେ ଶୋଇଥିବା ବେଳେ ହଠାତ୍ ଗାଈମାନେ ବିକଟାଳ ଶବ୍ଦ କରିବା ସେ ଜାଣିବାକୁ ପାଇଲେ।ବାହାରକୁ ଉଠି ଦେଖିଲା ବେଳକୁ ତାଙ୍କ ଗୁହାଳ ଘରେ ନିଆଁ ଲାଗି  ହୁତୁ ହୁତୁ ହୋଇ ଜଳୁଛି। ଏହା ଦେଖି ପଡୋଶୀମାନେ କୁଆଁପାଳ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇଟି ଗାଈ ଓ ଗୋଟେ ବାଛୁରୀ ନିଆଁରେ ପୋଡ଼ି ଯାଇଥିଲେ। ବାକି ଗୋଟେ ଗାଈ ଓ ତିନୋଟି ଛେଳିକୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ,ଘଟଣାସ୍ଥଳରେ ମାହାଙ୍ଗା ପଶୁ ସମ୍ପଦ ଅଧିକାରୀ ପହଞ୍ଚି ଅର୍ଦ୍ଧ ପୋଡ଼ି ହୋଇଥିବା ଗାଈ ଓ ଛେଳିୃର ଚିକିତ୍ସା ଚଳାଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.