ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପୂର୍ବତନ ସ୍ପେସ ଫୋର୍ସ ଅଧିକାରୀ ମାଥ୍ୟୁ ଲୋହମେଇରଙ୍କୁ ମିଳିଲା ବଡ ଦାୟିତ୍ତ୍ୱ, ନିଯୁକ୍ତି ଦେଲେ ଟ୍ରମ୍ପ

Published By : Bijay Swain | January 18, 2025 1:36 PM

Image courtesy: Indiatoday

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଜାନୁଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ନିଜ କ୍ୟାବିନେଟର ଥିବା ବିଭିନ୍ନ ବିଭାଗରେ ଅଦଳ ବଦଳ ପ୍ରକ୍ରିୟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷିରେ ପୂର୍ବତନ ସ୍ପେସ ଫୋର୍ସ ଅଧିକାରୀ ମାଥ୍ୟୁ ଲୋହମେଇରଙ୍କୁ ବାୟୁସେନାର ପରବର୍ତ୍ତି ଅଣ୍ଡର ସେକ୍ରେଟେରୀ ଭାବେ ନିଯୁକ୍ତ କରିଛନ୍ତି। 

“ମ୍ୟାଟ ଜଣେ ପୂର୍ବତନ ବିମାନ ଚାଳକ ହେବା ସହ ସ୍ପେସ ଫୋର୍ସରେ ସ୍କ୍ୱାର୍ଡନ କମାଣ୍ଡର ଭାବେ କାମ କରିଛନ୍ତି। ସେ ଆମ ମହାନ ଦେଶ ପାଇଁ କାମ କରିଛନ୍ତି। ଶସ୍ତା ରାଜନୀତି ପାଇଁ ଆମ ଦେଶର ମହାନ ସେନାକୁ ଧ୍ୱସଂ କରିଦିଆଗଲା। କିନ୍ତୁ ଆଉ ନୁହେଁ ଏବେ ସେନା ଫୁଣି ଶକ୍ତିଶାଳୀ ହେବ” ବୋଲି ଟ୍ରମ୍ପ ସୋଶିଆଲ ମିଡିଆ ଟ୍ରୁଥ ସୋଶିଆଲରେ କହିବା ସହିତ ମାଥ୍ୟୁଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି। 

ମାଥ୍ୟୁ ପ୍ରଥମେ ସେନାରେ ଫାଇଟର ବିମାନ ଚାଳକ ଭାବେ ଯୋଗ ଦେଇଥିଲେ। ପରେ ଏୟାର ଫୋର୍ସ ଛାଡି ସ୍ପେସ୍ ଫୋର୍ସରେ ଯୋଗଦେଇଥିଲେ। କିନ୍ତୁ ୨୦୨୧ମସିହାରେ ତାଙ୍କୁ ସ୍ପେସ୍ ଫୋର୍ସରୁ ବାହାର କରିଦିଆଯାଇଥିଲା। ଏହାପରେ ସେ ସେନାରେ ଲିଉଟିନାନ୍ଟ କୋଲୋନେଲ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ନିକଟରେ ଏକ କନଜରଭେଟିଭ ପଡକାଷ୍ଟରେ ଯୋଗଦେଇ ଆମେରିକୀୟ ସେନାକୁ ସମାଲୋଚନା କରିଥିଲେ। 

ମାଥ୍ୟୁ ନିକଟରେ ଆମେରିକୀୟ ଲୋକପ୍ରିୟ ଟିଭି ଶୋ ‘ଦ ଷ୍ଟିଭ ଗ୍ରୁଭର ଶୋ’ରେ ଭାଗ ନେଇଥିଲେ। ଏହି ଶୋ ରେ ଆମେରିକୀୟ ସେନାକୁ ସମୋଲୋଚିତ କରି ସେ ଲେଖିଥିବା ବହିକୁ ପ୍ରୋତ୍ସାହିତ କରିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.